Advertisment

ହେଲ୍‌ମେଟ୍‌ ନପିନ୍ଧି କାର୍ ଚଲାଉଥିଲେ ବୋଲି ଫାଇନ୍‌

ସମ୍ବଲପୁର: ନିୟମ କଡ଼ାକଡ଼ି ହେବା ପରଠୁ ଟ୍ରାଫିକକୁ ନେଇ ସବୁଠି ଚର୍ଚ୍ଚା। ହେଲେ ନିୟମ କଡ଼ାକଡ଼ି ପାଳନ କରିବାକୁ ଯାଇ ପୁଲିସ କାର୍ ଚାଳକଙ୍କୁ ହେଲମେଟ୍ ଫାଇନ୍ କରିବା ଘଟଣା ବି ଚର୍ଚ୍ଚା ସୃଷ୍ଟି କରିଛି। ହେଲମେଟ୍ ପିନ୍ଧି ନଥିବାରୁ କାର ଚାଳକଙ୍କୁ  ୧ ହଜାର ଟଙ୍କା ଫାଇନ୍ କରାଯାଇଛି। କାର୍ ଚାଳକଙ୍କୁ ଫାଇନ୍ କରିଛି ସମ୍ବଲପୁର ଟ୍ରାଫିକ ପୁଲିସ। ସମ୍ପୃକ୍ତ କାର ଚାଳକ ଜଣକ ହେଉଛନ୍ତି ସମ୍ବଲପୁର ଝାରୁପଦାର ଚନ୍ଦ୍ର କୁମାର ବେହେରା। ସେ ଏନେଇ ସମ୍ବଲପୁର ଆରଟିଓରେ […]

author-image
Abinash Pati
ହେଲ୍‌ମେଟ୍‌ ନପିନ୍ଧି କାର୍ ଚଲାଉଥିଲେ ବୋଲି ଫାଇନ୍‌

shai

ସମ୍ବଲପୁରନିୟମ କଡ଼ାକଡ଼ି ହେବା ପରଠୁ ଟ୍ରାଫିକକୁ ନେଇ ସବୁଠି ଚର୍ଚ୍ଚା। ହେଲେ ନିୟମ କଡ଼ାକଡ଼ି ପାଳନ କରିବାକୁ ଯାଇ ପୁଲିସ କାର୍ ଚାଳକଙ୍କୁ ହେଲମେଟ୍ ଫାଇନ୍ କରିବା ଘଟଣା ବି ଚର୍ଚ୍ଚା ସୃଷ୍ଟି କରିଛି। ହେଲମେଟ୍ ପିନ୍ଧି ନଥିବାରୁ କାର ଚାଳକଙ୍କୁ  ୧ ହଜାର ଟଙ୍କା ଫାଇନ୍ କରାଯାଇଛି। କାର୍ ଚାଳକଙ୍କୁ ଫାଇନ୍ କରିଛି ସମ୍ବଲପୁର ଟ୍ରାଫିକ ପୁଲିସ।

Advertisment

ସମ୍ପୃକ୍ତ କାର ଚାଳକ ଜଣକ ହେଉଛନ୍ତି ସମ୍ବଲପୁର ଝାରୁପଦାର ଚନ୍ଦ୍ର କୁମାର ବେହେରା। ସେ ଏନେଇ ସମ୍ବଲପୁର ଆରଟିଓରେ ଅଭିଯୋଗ କରିଛନ୍ତି।  ଗତକାଲି ସେ ବୁର୍ଲା ଅଭିମୁଖେ କାର(ନଂod15d6446) ଟାଟା ଇଣ୍ଡିଗୋରେ ଯାଉଥିବା ବେଳେ  ଗତକାଲି ସଂଧ୍ୟାରେ ରାଧାନାଥ କଲ୍ୟାଣ ମଣ୍ଡପଠାରେ ଧରିଥିଲା ପୁଲିସ। ଟ୍ରାଫିକ ପୁଲିସ ତାଙ୍କୁ ଅଟକାଇ ଫାଇନ୍ କରିଥିଲା। ପୁଲିସ ଚାଲାଣ କାଟି ହେଲମେଟ ପିନ୍ଧି ନଥିବାରୁ ୧ ହଜାର ଫାଇନ କରିଥିଲା ଜଣେ ସବ୍ଇନ୍ସପେର ଅଟକାଇ ଚାଲାଣ କାଟିଥିବା ସୂଚନା ମିଳିଛି।

Advertisment
Advertisment