/odishatv-khabar/media/post_attachments/uploadimage/library/16_9/16_9_0/p-2_1627108102.jpg)
p
ଭୁବନେଶ୍ୱର: କେମିତି ପଢୁଛନ୍ତି ଆମ ପିଲା? ସରକାରୀ ସ୍କୁଲରେ ଶିକ୍ଷା ଭିତ୍ତିଭୂମି ଯୋଗାଣରେ କେତେ ପାରିବାର ଆମ ବ୍ୟବସ୍ଥା ? କାରଣ ଅନ୍ୟ ଭିତ୍ତିଭୂମି କଥା ଛାଡ଼ନ୍ତୁ ବିଧାନସଭାରେ ଖୋଦ୍ ବିଭାଗୀୟ ମନ୍ତ୍ରୀଙ୍କ ତଥ୍ୟ କହୁଛି, ରାଜ୍ୟର ୯୦ଟି ସ୍କୁଲରେ ପିଲାଙ୍କୁ ପଢ଼ାଇବା ପାଇଁ କଳାପଟାର ବି ବ୍ୟବସ୍ଥା ନାହିଁ। କେଉଁଠି ବିଜୁଳି ନାହିଁ ତ କେଉଁଠି ଖେଳପଡ଼ିଆ, ଆଉ କେଉଁଠି ପାଇଖାନା ନାହିଁ। ରାଜ୍ୟର କିଛି ସ୍କୁଲକୁ ଯାଇ ବାସ୍ତବତା ପରଖିବା ବେଳେ ଆମେ ବି ଦେଖିଥିଲୁ ମନ୍ତ୍ରୀଙ୍କ ଉତ୍ତରଠୁ ଆହୁରି ଉଦ୍ବେଗଜନକ ଭିତ୍ତିଭୂମିର ଚିତ୍ର। ଆମେ ଯାହା ଦେଖିଥିଲୁ ସଚେତନ ନାଗରିକ ହିସାବରେ ଅପଣ ବି ଜାଣିରଖନ୍ତୁ।
/odishatv-khabar/media/post_attachments/wp-content/uploads/2020/02/samir-das-1.jpg)
ଶିକ୍ଷା ବ୍ୟବସ୍ଥାର ଚିତ୍ର ଦେଖିବା ପାଇଁ ଆମେ ପହଞ୍ଚିଥିଲୁ ୧୯୧୯ରେ ତିଆରି ହୋଇଥିବା ବାଲେଶ୍ୱର ବାହାନଗା ବରଦ ଦେଉଳି ୟୁପି ସ୍କୁଲର। ସ୍କୁଲ୍ର ଗେଟ୍ ପୂରା ଚକାଚକ୍। କିନ୍ତୁ ଭିତରର ଅବସ୍ଥା ନ କହିଲେ ଭଲ। ବୁଲ୍ବୁଲ୍ ବାତ୍ୟାରେ ସ୍କୁଲଗୃହ ଭାଙ୍ଗିବା ପରଠୁ ସାଇକେଲ୍ ଷ୍ଟାଣ୍ଡରେ ଖୋଲା ଆକାଶ ତଳେ ପାଠ ପଢୁଛନ୍ତି ପିଲା। ଏମିତି ଚାଲିଛି ଦେଶର ଭବିଷ୍ୟତ ଗଢ଼ା।
ବାଲେଶ୍ୱର ହେଉ କିମ୍ବା ମାଲକାନ୍ଗିରି ସ୍ୱାଭିମାନ ଅଞ୍ଚଳ କି ସୁନ୍ଦରଗଡ଼ର ବଣାଇ ଅବା ରାଜ୍ୟର ଅନ୍ୟସ୍ଥାନ କ୍ଲାସ୍ରୁମ୍, ପାଇଖାନା, ପରିବେଶ, ସବୁ ପରିସ୍ଥିତି ଖରାପ।
/odishatv-khabar/media/post_attachments/wp-content/uploads/2020/02/ha.jpg)
ଆମ କଥା ଛାଡ଼ନ୍ତୁ। ସ୍କୁଲ୍ ଭିତ୍ତିଭୂମି ସଂକ୍ରାନ୍ତ ପ୍ରଶ୍ନର ଉତ୍ତରରେ ଖୋଦ୍ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ବିଧାନସଭାରେ ରଖିଥିବା ତଥ୍ୟ ହୋସ୍ ଉଡ଼ାଇ ଦେବ।
ମନ୍ତ୍ରୀ ତଥ୍ୟ ଦେଇଛନ୍ତି, ୩୫, ୬୭୯ଟି ସ୍କୁଲକୁ ବିଜୁଳି ନାହିଁ। ୩୭, ୬୪୫ଟି ସ୍କୁଲରେ ଖେଳପଡ଼ିଆ ନାହିଁ। ୩୪,୩୯୪ଟି ବିଦ୍ୟାଳୟରେ ପାଣି ସହିତ ଶୌଚାଳୟର ବ୍ୟବସ୍ଥା ନାହିଁ। ୨୪୫୧ଟି ସ୍କୁଲରେ ଲାଇବ୍ରେରୀ ନାହିଁ, ୧୬, ୩୬୮ଟି ବିଦ୍ୟାଳୟରେ ପାଚେରୀ ନାହିଁ। ଏମିତି କି ୯୦ ସ୍କୁଲରେ କଳାପଟା ହିଁ ନାହିଁ।
ଇଏ ତ ଥିଲା ସ୍କୁଲ୍ର ହାଲତ। ଅଧାରୁ ପାଠ ଛାଡୁଥିବା ପିଲାଙ୍କ ସଂଖ୍ୟା ନେଇ ବି ଗୃହରେ ତଥ୍ୟ ରଖିଥିଲେ ବିଭାଗୀୟ ମନ୍ତ୍ରୀ। ପ୍ରାଥମିକ ବିଦ୍ୟାଳୟ ସ୍ତରରେ ରାଜ୍ୟରେ ୫.୪୨ ପ୍ରତିଶତ ପିଲା ଅଧାରୁ ପାଠ ଛାଡୁଥିବା ବେଳେ ଉଚ୍ଚପ୍ରାଥମିକ ସ୍ତରରେ ୬.୯୩ ପ୍ରତିଶତ ଓ ମାଧ୍ୟମିକ ସ୍ତରରେ ୫.୪୧ ପିଲା ପାଠ ଛାଡୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।
ସବୁଠୁ ବଡ଼ କଥା ହେଉଛି, ଉଭୟ ପ୍ରାଥମିକ ଓ ମାଧ୍ୟମିକ ସ୍ତରରେ ଡ୍ରପ୍ ଆଉଟ୍ ହାରରେ ରାୟଗଡ଼ା ଜିଲ୍ଲା ଆଗରେ ଥିବା ବେଳେ ମାଧ୍ୟମିକ ସ୍ତରରେ ପୁରୀ ଜିଲ୍ଲାରେ ସର୍ବାଧିକ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡୁଛନ୍ତି।
/odishatv-khabar/media/post_attachments/wp-content/uploads/2020/02/ବାହାନଗା-ବରଦ-ଦେଉଳି-ସ୍କୁଲ୍.jpg)
ଚିନ୍ତାର କଥା ହେଉଛି, ସରକାର ଏସବୁ ଜାଣନ୍ତି। ଆଉ ଜାଣି ଜାଣି ରାଜ୍ୟର ହଜାର ହଜାର ସରକାରୀ ସ୍କୁଲରେ ପଢୁଥିବା ପିଲାଙ୍କ ଭବିଷ୍ୟତ ସହ ଏ ଖେଳ ଶିଶୁଙ୍କ ଭବିଷ୍ୟତକୁ କି ଆକାର ଦେବ ତାହା ସବୁଠୁ ବଡ଼ ପ୍ରଶ୍ନ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)