/odishatv-khabar/media/post_attachments/uploadimage/library/16_9/16_9_0/ctc-2_1625439437.jpg)
ctc
କଟକ: କଟକ ମାଲଗୋଦାମ ଜାଲୁଆ ସାହିରେ ଥମିବାର ନାଁ ନେଉନି କରୋନା। ଜାଲୁଆ ସାହିରୁ ଆଜି ପୁଣି ୨୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଦେଇଛି ସିଏମ୍ସି।
Advertisment
କଟକରୁ ଆଜି ଚିହ୍ନଟ ୮୫ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ଜାଲୁଆ ସାହିରୁ ୨୪ ଚିହ୍ନଟ ହୋଇଥିବା ବେଲେ ସେମାନଙ୍କ ମଧ୍ୟରୁ ୯ ପୁରୁଷ ଏବଂ ୧୫ ଜଣ ମହିଳା କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛି କଟକ ମହାନଗର ନିଗମ। ସେହିଭଳି ହରିପୁରରୁ ଆଉ ୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୁକାମେଶ୍ୱରରୁ ୪, ସିଡିଏ ସେର-୭ରୁ ୩ ଚିହ୍ନଟ ହୋଇଛନ୍ତି।
ସେହିଭଲି ଭୁବନେଶ୍ୱରରୁ ମଧ୍ୟ ଆଜି ଭୁବନେଶ୍ୱରରୁ ମଧ୍ୟ ୧୮୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୮୭ ଜଣଙ୍କ ମଧ୍ୟରୁ ୧୦୪ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୮୩ ଜଣ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ବିଏମ୍ସି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)