Advertisment

ଘାଟିରେ ଓଲଟିଲା ଅଟୋ

ଉମରକୋଟ(କାର୍ତ୍ତିକ ମଲ୍ଲିକ):ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଘାଟିରେ ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୭ ଛାତ୍ରଛାତ୍ରୀ ଓ ଅଭିଭାବକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୨ ଜଣ ଅଭିଭାବକ ଅଛନ୍ତି। ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଝରିଗାଁ ଶିଉନାଗୁଡ଼ାର ଛାତ୍ରଛାତ୍ରୀ ଅଭିଭାବକଙ୍କ ସହ ଏଣ୍ଟ୍ରାନ୍ସ ପରୀକ୍ଷା ଦେବା ଲାଗି ଚନ୍ଦାହାଣ୍ଡି ବ୍ଲକ ଧଡ଼ିପାଣି ସ୍କୁଲକୁ ଯାଉଥିଲେ। ତେବେ ଘାଟି ରାସ୍ତାରେ ଯାଉଥିବାବେଳେ ଡ୍ରାଇଭର ଅଟୋ ଉପରୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଅଟୋଟି ଓଲଟି ପଡ଼ିଥିଲା। ଦୁର୍ଘଟଣା […]

author-image
Jyotsnamayee Pradhan
ଘାଟିରେ ଓଲଟିଲା ଅଟୋ

accident

ଉମରକୋଟ(କାର୍ତ୍ତିକ ମଲ୍ଲିକ):ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଘାଟିରେ ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୭ ଛାତ୍ରଛାତ୍ରୀ ଓ ଅଭିଭାବକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୨ ଜଣ ଅଭିଭାବକ ଅଛନ୍ତି। ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

Advertisment

ଝରିଗାଁ ଶିଉନାଗୁଡ଼ାର ଛାତ୍ରଛାତ୍ରୀ ଅଭିଭାବକଙ୍କ ସହ ଏଣ୍ଟ୍ରାନ୍ସ ପରୀକ୍ଷା ଦେବା ଲାଗି ଚନ୍ଦାହାଣ୍ଡି ବ୍ଲକ ଧଡ଼ିପାଣି ସ୍କୁଲକୁ ଯାଉଥିଲେ। ତେବେ ଘାଟି ରାସ୍ତାରେ ଯାଉଥିବାବେଳେ ଡ୍ରାଇଭର ଅଟୋ ଉପରୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଅଟୋଟି ଓଲଟି ପଡ଼ିଥିଲା।

ଦୁର୍ଘଟଣା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି।

Advertisment

Advertisment
Advertisment