Advertisment

ବାଳାଶ୍ରମରୁ ଫେରାର ୧୩ ନାବାଳିକା ମଧ୍ୟରୁ ୭ ଉଦ୍ଧାର; ୩ ଜଣଙ୍କ ଚାକିରି ଗଲା

ବ୍ରହ୍ମପୁର: ଗୋଷାଣୀ ନୂଆଗାଁ ଉତ୍କଳ ବାଳାଶ୍ରମରୁ ୧୩ ଛାତ୍ରୀ ଚମ୍ପଟ ମାରିବା ଘଟଣାରେ ୭ ଛାତ୍ରୀ ଉଦ୍ଧାର ହୋଇଛନ୍ତି। ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦରୁ ଜଣେ, ଚିକିଟିରୁ ଜଣେ ଏବଂ ଭୁବନେଶ୍ୱରରୁ ୫ ନାବାଳିକାଙ୍କୁ ଉଦ୍ଧାର କରିଛି ବ୍ରହ୍ମପୁର ପୁଲିସ। ଉଦ୍ଧାର ନାବାଳିକାଙ୍କ ଜରିଆରେ ଅନ୍ୟମାନଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଚାଲିଛି। ପରିବାର ଲୋକେ ଘରକୁ ନେଉନଥିବାରୁ ଛାତ୍ରୀମାନେ ପଳାଇଥିବା ଜଣାପଡ଼ିଛି। ଛାତ୍ରୀଙ୍କ ଉଦ୍ଧାର ନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଓ ସାହେବ। ସେପଟେ […]

author-image
Abinash Pati
ବାଳାଶ୍ରମରୁ ଫେରାର ୧୩ ନାବାଳିକା ମଧ୍ୟରୁ ୭ ଉଦ୍ଧାର; ୩ ଜଣଙ୍କ ଚାକିରି ଗଲା

seven-child-resque-from-various-parts-in-odish-750x420

ବ୍ରହ୍ମପୁର: ଗୋଷାଣୀ ନୂଆଗାଁ ଉତ୍କଳ ବାଳାଶ୍ରମରୁ ୧୩ ଛାତ୍ରୀ ଚମ୍ପଟ ମାରିବା ଘଟଣାରେ ୭ ଛାତ୍ରୀ ଉଦ୍ଧାର ହୋଇଛନ୍ତି। ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦରୁ ଜଣେ, ଚିକିଟିରୁ ଜଣେ ଏବଂ ଭୁବନେଶ୍ୱରରୁ ୫ ନାବାଳିକାଙ୍କୁ ଉଦ୍ଧାର କରିଛି ବ୍ରହ୍ମପୁର ପୁଲିସ।

Advertisment

ଉଦ୍ଧାର ନାବାଳିକାଙ୍କ ଜରିଆରେ ଅନ୍ୟମାନଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଚାଲିଛି। ପରିବାର ଲୋକେ ଘରକୁ ନେଉନଥିବାରୁ ଛାତ୍ରୀମାନେ ପଳାଇଥିବା ଜଣାପଡ଼ିଛି।

ଛାତ୍ରୀଙ୍କ ଉଦ୍ଧାର ନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଓ ସାହେବ।

Advertisment

ସେପଟେ ନାବାଳିକା ଚମ୍ପଟ ଘଟଣାରେ ଦାୟିତ୍ୱରେ ଅବହେଳା ପାଇଁ ୩ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ଗଂଜାମ ଜିଲ୍ଲାପାଳ। ଉତ୍କଳ ବାଳାଶ୍ରମର ସିକ୍ୟୁରିଟି ଗାର୍ଡ ଭାଗ୍ୟଶ୍ରୀ, ହାଉସମଦର ଲକ୍ଷ୍ମୀ ମହାରଣା ଓ ୱାଚ୍‌ମ୍ୟାନ୍ ପର୍ଶୁରାମ ବେହେରାଙ୍କୁ ନିଲମ୍ବନ କରାଯାଇଛି।

Advertisment
Advertisment