/odishatv-khabar/media/post_attachments/uploadimage/library/16_9/16_9_0/bhubneswar-coronavirus_1625262483.jpg)
bhubneswar-coronavirus
ଭୁବନେଶ୍ୱର: ମହାନଗର ନିଗମ ଅଞ୍ଚଳରୁ ଆଜି ୩୬୫ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩୨୯ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ବିଏମ୍ସି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ୩୬୫ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୧୬, ଲୋକାଲ କଣ୍ଟାକ୍ଟ କେସ୍- ୨୪୯ ରହିଛି ବୋଲି ବିଏମ୍ସି କହିଛି।
Advertisment
ନୟାପଲ୍ଲୀ- ୩୧, ପଟିଆ- ୨୧, ସହିଦନଗରରୁ ୧୯ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଲକ୍ଷ୍ମୀସାଗର-୯, ପାତ୍ରପଡ଼ା- ୮, ସତ୍ୟନଗରରୁ ୭ ଚିହ୍ନଟ ହୋଇଛନ୍ତି। ସେହିପରି ୟୁନିଟ-୮ ଓ ରସୁଲଗଡ଼ରୁ ୭ ଲେଖାଏଁ ଓ ଝାରପଡ଼ାରୁ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଦେଇଛି ବିଏମ୍ସି। ବରମୁଣ୍ଡା ଓ ଶୈଳଶ୍ରୀବିହାରରୁ ମଧ୍ୟ ୬ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଗନ୍ନାଥନଗରରୁ ୫ ଚିହ୍ନଟ ହୋଇଛନ୍ତି।
ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୫୭୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୬ ଜଣଙ୍କର ଜୀବନ ଯାଇଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)