Advertisment

ରାସ୍ତାରେ ପଡ଼ିଛି ବିଡ଼ା ବିଡା ଟଙ୍କା, ସମସ୍ତେ ଦେଖୁଛନ୍ତି, କିନ୍ତୁ ନେଉ ନାହାନ୍ତି

ଭୁବନେଶ୍ୱର: ରାସ୍ତାରେ ଯାଉଥିବେ, ହଠାତ ଦେଖିବେ ବିଡା ବିଡା ନୋଟ ପଡ଼ିଛି। କ’ଣ କରିବେ ? ଭୁବନେଶ୍ୱର ସହରର ଏକ ରାସ୍ତାରେ ଏମିତି ଆଜି ଟଙ୍କା ପଡି ଥିବା ଦେଖିବାକୁ ମିଳିଛି। ଖାଲି ଟଙ୍କା ନୁହେଁ,  ବିଡା ବିଡା ଟଙ୍କା ରାସ୍ତା ଉପରେ ପଡ଼ିଛି । ସେ ପୁଣି ୫୦୦ ଟଙ୍କିଆ ବିଡ଼ା। ଗୋଟିଏ ବା ଦୁଇଟି ବିଡା ନୁହେଁ, ପୂରା ୩ଟି ୫୦୦ ଟଙ୍କିଆ ବଣ୍ଡଲ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, କେହି କହୁନାହାନ୍ତି […]

author-image
Minati Mishra
ରାସ୍ତାରେ ପଡ଼ିଛି ବିଡ଼ା ବିଡା ଟଙ୍କା, ସମସ୍ତେ ଦେଖୁଛନ୍ତି, କିନ୍ତୁ ନେଉ ନାହାନ୍ତି

Rupees

ଭୁବନେଶ୍ୱର: ରାସ୍ତାରେ ଯାଉଥିବେ, ହଠାତ ଦେଖିବେ ବିଡା ବିଡା ନୋଟ ପଡ଼ିଛି। କ’ଣ କରିବେ ? ଭୁବନେଶ୍ୱର ସହରର ଏକ ରାସ୍ତାରେ ଏମିତି ଆଜି ଟଙ୍କା ପଡି ଥିବା ଦେଖିବାକୁ ମିଳିଛି।

Advertisment

ଖାଲି ଟଙ୍କା ନୁହେଁ,  ବିଡା ବିଡା ଟଙ୍କା ରାସ୍ତା ଉପରେ ପଡ଼ିଛି । ସେ ପୁଣି ୫୦୦ ଟଙ୍କିଆ ବିଡ଼ା। ଗୋଟିଏ ବା ଦୁଇଟି ବିଡା ନୁହେଁ, ପୂରା ୩ଟି ୫୦୦ ଟଙ୍କିଆ ବଣ୍ଡଲ ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, କେହି କହୁନାହାନ୍ତି ଏ ଟଙ୍କା କାହାର। ଲୋକ ଗଦା ହୋଇ ଦେଖୁଛନ୍ତି। ହେଲେ କାହାର ଟଙ୍କା ଏ ଯାଏ ଜଣାପଡ଼ିନି।  ଭୁବନେଶ୍ୱର ଗଙ୍ଗନଗର ରାସ୍ତାରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ଟଙ୍କା ବିଡ଼ା ଦେଖିବାକୁ କ୍ରମଶଃ ଭିଡ ବଢୁଥିବା ଳକ୍ଷ୍ୟ କରାଯାଉଛି।

Advertisment

ଘଟଣା ଥିଲା ଏମିତି। ଆଜି ଅପରାହ୍ନରେ ଗଙ୍ଗନଗର ରାସ୍ତାରେ ଦୁଇଟି ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଦେଖି ଆଖପାଖ ଲୋକ ଜମା ହୋଇଥିଲେ। ହେଲେ ଉଭୟଙ୍କର ବିଶେଷ କିଛି ହୋଇ ନ ଥିଲା। ଏହା ପରେ ସେମାନେ ଉଠି ଯିବାକୁ ପ୍ରସ୍ତୁତ ହେଉଥିଲ, ଉପସ୍ଥିତ ଲୋକେ ଟଙ୍କା ଦେଖି ସେମାନଙ୍କୁ କହିଥିଲେ।

ହେଲେ ସବୁଠାରୁ ଆଶ୍ଚର୍ଯ୍ୟର କଥା, ଟଙ୍କା ସେମାନଙ୍କର ନୁହେଁ ବୋଲି କହି ଉଭୟେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଏବେ ରାସ୍ତା ଉପରେ ପଡିଛି ଟଙ୍କା। ଲୋକ ଗଦା ହୋଇ ଦେଖୁଛନ୍ତି। ହେଲେ କେହି ଟଙ୍କା ଉଠାଇ ପାରୁ ନାହାନ୍ତି କି ଛାଡି ଯାଇ ପାରୁନାହାନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି।

Advertisment
Advertisment