/odishatv-khabar/media/post_attachments/uploadimage/library/16_9/16_9_0/ape_1626761129.jpg)
rape
ଛତ୍ରପୁର(ଆଲୋକ ଗୌଡ଼): ଗଞ୍ଜାମ ଜିଲ୍ଲା ବୁଗୁଡ଼ାରେ ଜଣେ ୫ ବର୍ଷର ଝିଅକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ବୁଗୁଡ଼ା ଥାନା ଅଞ୍ଚଳର ଜଣେ ବିବାହିତ ଯୁବକ ଘରକୁ ଡାକି ନେଇ ଗତ ୧୧ ତାରିଖ ସନ୍ଧ୍ୟାରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
Advertisment
ଏନେଇ ଖବର ଜଣାପଡ଼ିବା ପରେ ଗାଁରେ ରଫାଦଫା କରିବାକୁ ଚେଷ୍ଟା କରାଯାଇଥିଲା। ଆଜି ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ନାବାଳିକାକୁ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିଆଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ତେବେ ଅଭିଯୁକ୍ତ ଯୁବକ ଫେରାର୍ ଅଛି।
ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)