Advertisment

ଭାଇଭଉଣୀଙ୍କ ସମେତ ପରିବାରର ୫ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ

ଝାରସୁଗୁଡ଼ା: ଝାରସୁଗୁଡ଼ା ବିଟିଏମ୍ ଫାଣ୍ଡି ଲହଣ୍ଡାବୁଡ଼ରେ ଗତକାଲି ଏକ ଅଭାବନୀୟ ଘଟଣା ଘଟିଛି। ଘରର ବଡ଼ ପୁଅଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିବା ପରେ ଦୁଃଖରେ ମ୍ରିୟମାଣ ହୋଇ ପଡ଼ିଥିଲେ ପରିବାର। ପୁଅର ଶବଘରେ ପଡ଼ିଥିବାବେଳେ  ପରିବାରର ଅନ୍ୟ ୫ ଜଣ ସଦସ୍ୟ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।  ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି। ଗତକାଲି ରାତିରେ ପରିବାରର ୫ ଜଣ ସଦସ୍ୟ ଫିନାଇଲ ପିଇ ଦେଇଛନ୍ତି।  ମାଆ, ୩ ଭଉଣୀ ଓ ଜଣେ ଭାଇ […]

author-image
Minati Mishra
ଭାଇଭଉଣୀଙ୍କ ସମେତ ପରିବାରର ୫ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ

hospital

ଝାରସୁଗୁଡ଼ା: ଝାରସୁଗୁଡ଼ା ବିଟିଏମ୍ ଫାଣ୍ଡି ଲହଣ୍ଡାବୁଡ଼ରେ ଗତକାଲି ଏକ ଅଭାବନୀୟ ଘଟଣା ଘଟିଛି। ଘରର ବଡ଼ ପୁଅଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିବା ପରେ ଦୁଃଖରେ ମ୍ରିୟମାଣ ହୋଇ ପଡ଼ିଥିଲେ ପରିବାର। ପୁଅର ଶବଘରେ ପଡ଼ିଥିବାବେଳେ  ପରିବାରର ଅନ୍ୟ ୫ ଜଣ ସଦସ୍ୟ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।  ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି।

Advertisment

ଗତକାଲି ରାତିରେ ପରିବାରର ୫ ଜଣ ସଦସ୍ୟ ଫିନାଇଲ ପିଇ ଦେଇଛନ୍ତି।  ମାଆ, ୩ ଭଉଣୀ ଓ ଜଣେ ଭାଇ ଫିନାଇଲ ଗୁରୁତର ହୋଇଛନ୍ତି।  ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଝାରସୁଗଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି।  ଅନ୍ୟ ଜଣଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।

ଚିକିତ୍ସା ପରେ ବଡ ଭଉଣୀଙ୍କର ଚେତା ଫେରିଛି। ତାଙ୍କଠାରୁ ମିଳିଥିବା ଖବର ଅନୁଯାୟୀ, ବଡ ଭାଇର ଦୁର୍ଘଟଣା ଜନିତ ମୃତ୍ୟୁ ଘଟିବା ପରେ ପରିବାର ଲୋକେ ଭାଙ୍ଗି ପଡ଼ିଥିଲେ। ସନ୍ଧ୍ୟାରେ ସମସ୍ତେ ଏକାଠି ବସି ଆଲୋଚନା କରି ଏପରି ନିଷ୍ପତ୍ତି ନେଇଥିବା ଜଣାଯାଇଛି।

Advertisment

ତାଙ୍କର ଜଣେ ସମ୍ପର୍କୀୟଙ୍କ କହିବା ଅନୁଯାୟୀ,  ୨ ବର୍ଷ ତଳେ ଘରର ବଡ ପୁଅ ଦୁର୍ଘଟଣାର ଶିକାର ହୋଇ ଗୁରୁତର ହୋଇପଡ଼ିଥିଲେ। ଘର ରହି ଚିକିତ୍ସିତ ହେଉଥିଲେ। ଗତକାଲି ତାଙ୍କର ମୃତ୍ୟୁ ଘଟିଥିଲା। ପୁଅର ମୃତ୍ୟୁରେ ଦୁଃଖରେ ଭାଙ୍ଗିପଡ଼ି  ଅନ୍ୟ ସଦସ୍ୟମାନେ ଏପରି ପଦକ୍ଷେପ ନେଇଥିବା ସୂଚନା ମିଳିଛି। ବଡ ଭଉଣୀ ପ୍ରଥମେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଜଣେ ଭଉଣୀ ଗୁରୁତର ଅଛନ୍ତି। ତେବେ ସେମାନେ କ’ଣ ପିଇଛନ୍ତି ଠିକ୍‌ ଜଣାପଡ଼ି ନାହିଁ।

ଅଧିକ ଓଡିଶା ଖବର ପାଇଁ ଆମ ସହିତ ଯୋଡ଼ି ହୁଅନ୍ତୁ |

Jharsuguda Latest News Jharsuguda News Jharsuguda News Today Jharsuguda Suicide News Jharsuguda Update
Advertisment
Advertisment