Advertisment

Bhubaneswar Corona Update ; ଭୁବନେଶ୍ୱରରେ ୪୦୪ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ଧୀରେ ଧୀରେ ଅନ୍ୟ ସହରଗୁଡ଼ିକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ କମୁଥିବା ବେଳେ ଭୁବନେଶ୍ୱରରେ କିନ୍ତୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଭୁବନେଶ୍ୱର ମହାନଗରରୁ ୨୪ ଘଣ୍ଟାରେ ୪୦୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ୨୭ ନମ୍ବର ୱାର୍ଡରୁ ସର୍ବାଧିକ ୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪୮ ନମ୍ବରରୁ ୧୯, ୨ ନମ୍ବର ଓ ୧୯ ନମ୍ବରରୁ ୧୭ ଲେଖାଏଁ ଚିହ୍ନଟ […]

author-image
Abinash Pati
Bhubaneswar Corona Update ; ଭୁବନେଶ୍ୱରରେ ୪୦୪ କରୋନା ପଜିଟିଭ୍‌ ଚିହ୍ନଟ

coronavirus

ଭୁବନେଶ୍ୱର: ଧୀରେ ଧୀରେ ଅନ୍ୟ ସହରଗୁଡ଼ିକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ କମୁଥିବା ବେଳେ ଭୁବନେଶ୍ୱରରେ କିନ୍ତୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଭୁବନେଶ୍ୱର ମହାନଗରରୁ ୨୪ ଘଣ୍ଟାରେ ୪୦୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।

Advertisment

୨୭ ନମ୍ବର ୱାର୍ଡରୁ ସର୍ବାଧିକ ୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪୮ ନମ୍ବରରୁ ୧୯, ୨ ନମ୍ବର ଓ ୧୯ ନମ୍ବରରୁ ୧୭ ଲେଖାଏଁ ଚିହ୍ନଟ ହୋଇଥିବା ବିଏମ୍‌ସି କହିଛି। ୪୦ ନମ୍ବର ୱାର୍ଡରୁ ୧୭, ୩୨ ନମ୍ବର ୱାର୍ଡରୁ ୧୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବିଏମ୍‌ସି ସୂଚନା ଦେଇଛି। BMCରେ ଏବେ ମୋଟ କେସ୍- ୧୦,୪୨୫ ରହିଥିବା ବେଳେ ସୁସ୍ଥ- ୬୩୩୪ ଓ ମୃତ ସଂଖ୍ୟା ୪୨ ହୋଇଛି।

ସେହିପରି ଦିନକରେ ରାଜ୍ୟରେ ୨, ୬୦୨ କରୋନା ପଜିଟିଭ୍ ଟିହ୍ନଟ ହୋଇଥିବା ବେଳେ ୧୦ ଜଣଙ୍କର ଜୀବନ ଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩୫୩୬ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୪୯୨ ହୋଇଛି।

Advertisment
Advertisment
Advertisment