/odishatv-khabar/media/post_attachments/uploadimage/library/16_9/16_9_0/bike-1_1626156902.jpg)
bike
କୋରାପୁଟ: କାଳ ହେଲା ବାଇକ୍ ଚଲାଇବା। ଦ୍ରୁତ ଗତିରେ ଗାଡ଼ି ଚଲାଉଥିଲେ। ୟୁଟର୍ଣ୍ଣ ନେଇ ପାରିଲେନି। ଖାଲ ଭିତରକୁ ଖସି ପଡ଼ିଲା ବାଇକ୍। ଫଳରେ ୪ ନାବାଳକଙ୍କର ମୃତ୍ୟୁ ଘଟିଛି। ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି କୋରାପୁଟରେ।
Advertisment
ଗୋଟିଏ ବାଇକ୍ରେ ୪ ଜଣ ନାବାଳକ ପାଡୁଆ ଆସୁଥିଲେ। ପାଡ଼ୁଆ ଡାକବଙ୍ଗଳା ଛକ ନିକଟରେ ୟୁ ଟର୍ଣ୍ଣ ନେବାବେଳେ ବାଇକ୍ଟି ଭାରସାମ୍ୟ ହରାଇ ରାସ୍ତା ତଳ ଖାଲକୁ ଖସିପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ହିଁ ୪ ଜଣଙ୍କ ମୃତ୍ୟୁ ଘଟିଛି।
ମୃତକ ମାନେ ପଙ୍କଜ ମହାନ୍ତି, ପ୍ରଶାନ୍ତ ଖରା, ଶଶି ଖିଲ ଏବଂ କୃଷ୍ଣ ହନ୍ତାଳ। ଏମାନଙ୍କ ବୟସ ଯଥାକ୍ରମେ ୧୬, ୧୫, ୧୨ ଏବଂ ୧୧ ବର୍ଷ ବୋଲି ଜଣାପଡ଼ିଛି।
Advertisment
ଆହୁରି ପଢ଼ନ୍ତୁ:ସ୍ତ୍ରୀକୁ ଥାନାକୁ ଟେକି ଟେକି ଆଣିଲେ ବୃଦ୍ଧ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)