/odishatv-khabar/media/post_attachments/uploadimage/library/16_9/16_9_0/accident-123-1_1626760130.jpg)
accident
ବାଲେଶ୍ୱର(ରଶ୍ମିରଞ୍ଜନ ଦାସ): ବାଲେଶ୍ୱର ଜିଲ୍ଲା ବସ୍ତାର କୁଣ୍ଡପୁର ପାଖରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ବାଲେଶ୍ୱର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ ଜଳେଶ୍ୱର ପାଇକସିଧା ଗାଁର ତୋଫାନି ରଣା ଓ ତାଙ୍କ ସ୍ତ୍ରୀ କଳ୍ପନା ରଣା, ଚୁରମରା ଗାଁର ସୁବିରଞ୍ଜନ ପରିଡ଼ା ଓ ଖଡ଼ଗପାଳ ଗାଁର ଡ୍ରାଇଭର ରବି ରଣା।
Advertisment
ବସ୍ତା ବ୍ଲକ୍ ଚୁରମରାର ୭ ଜଣ ପୁରୀରୁ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ସାରି ଫେରୁଥିଲେ। ଫେରିବାବେଳେ କୁଣ୍ଡପୁର ପାଖରେ ୬୦ ନମ୍ବର ଜାତୀୟ ରାଜପଥ ଉପରେ ଛିଡ଼ା ହୋଇଥିବା ଏକ ଡମ୍ପରକୁ ତାଙ୍କ କାର୍ ଧକ୍କା ଦେଇ ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବସ୍ତା ଡାକ୍ତରଖାନାରେ ଆଉ ୨ ଜଣ ପ୍ରାଣ ହରାଇଛନ୍ତି।
ଆହତ ତିନି ଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ଏମାନଙ୍କ ମଧ୍ୟରେ ଜଣେ ଶିଶୁ ଅଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)