Advertisment

୧୨ ଦିନ ଭିତରେ କର୍ଲାପାଟ ଅଭୟାରଣ୍ୟରେ ୪ଟି ହାତୀଙ୍କ ମୃତ୍ୟୁ; ତଦନ୍ତ ପାଇଁ ଯିବ ବିଶେଷଜ୍ଞ ଟିମ୍

କଳାହାଣ୍ଡି: ହାତୀ ମୃତ୍ୟୁର ତଦନ୍ତ ପାଇଁ ଏକ ବିଶେଷଜ୍ଞ ଟିମ୍ ଆଜି କଳାହାଣ୍ଡିର କର୍ଲାପାଟ ଯାଉଛି। କାହିଁକି ହାତୀଙ୍କ ମୃତ୍ୟୁ ହୋଇଛି, ସେ ନେଇ ତଦନ୍ତ କରିବା ସହିତ ରିପୋର୍ଟ ଦେବ ଏହି ବିଶେଷଜ୍ଞ ଟିମ୍। ଡିଏଫ୍ଓ ଅଶୋକ କୁମାର ଏହି ସୂଚନା ଦେଇଛନ୍ତି। ତା ସହିତ ସେଣ୍ଟର ଫର୍ ଓ୍ୱାଇଲ୍ଡ ଲାଇଫ୍ ଲ୍ୟାବକୁ ମୃତ ହାତୀଙ୍କୁ ସାମ୍ପଲ ଯିବ ବୋଲି ସେ କହିଛନ୍ତି। ତେବେ ଏନେଇ କଳାହାଣ୍ଡି ପ୍ରାଣୀ ସମ୍ପଦ ଉପନିର୍ଦ୍ଦେଶକ ଡାକ୍ତର ଧର୍ମାନନ୍ଦ ମହାନ୍ତି […]

author-image
Abinash Pati
୧୨ ଦିନ ଭିତରେ କର୍ଲାପାଟ ଅଭୟାରଣ୍ୟରେ ୪ଟି ହାତୀଙ୍କ ମୃତ୍ୟୁ; ତଦନ୍ତ ପାଇଁ ଯିବ ବିଶେଷଜ୍ଞ ଟିମ୍

elephant

କଳାହାଣ୍ଡି: ହାତୀ ମୃତ୍ୟୁର ତଦନ୍ତ ପାଇଁ ଏକ ବିଶେଷଜ୍ଞ ଟିମ୍ ଆଜି କଳାହାଣ୍ଡିର କର୍ଲାପାଟ ଯାଉଛି। କାହିଁକି ହାତୀଙ୍କ ମୃତ୍ୟୁ ହୋଇଛି, ସେ ନେଇ ତଦନ୍ତ କରିବା ସହିତ ରିପୋର୍ଟ ଦେବ ଏହି ବିଶେଷଜ୍ଞ ଟିମ୍। ଡିଏଫ୍ଓ ଅଶୋକ କୁମାର ଏହି ସୂଚନା ଦେଇଛନ୍ତି। ତା ସହିତ ସେଣ୍ଟର ଫର୍ ଓ୍ୱାଇଲ୍ଡ ଲାଇଫ୍ ଲ୍ୟାବକୁ ମୃତ ହାତୀଙ୍କୁ ସାମ୍ପଲ ଯିବ ବୋଲି ସେ କହିଛନ୍ତି।

Advertisment

ତେବେ ଏନେଇ କଳାହାଣ୍ଡି ପ୍ରାଣୀ ସମ୍ପଦ ଉପନିର୍ଦ୍ଦେଶକ ଡାକ୍ତର ଧର୍ମାନନ୍ଦ ମହାନ୍ତି ସୂଚନା ଦେଇ କହିଛନ୍ତି ଯେ ପୋଷ୍ଟମର୍ଟମ୍‌ରେ ହାତୀର ମୃତ୍ୟୁର କାରଣ ସଂକ୍ରମଣଜନିତ ରୋଗ ପାଇଁ ହୋଇଥିବା ଜଣାପଡ଼ୁଛି। ତେବେ ଏହା ଶୁନିଶ୍ଚିତ କରିବା ପାଇଁ  ଓ୍ୱାଇଲ୍ଡ ଲାଇଫ୍ ଲ୍ୟାବକୁ ସମ୍ପଲ ପଠାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

ଦିନ ଭିତରେ କର୍ଲାପାଟ ଅଭୟାରଣ୍ୟରେ ୪ଟି ହାତୀଙ୍କ ମୃତ୍ୟୁ ହେଲାଣି। କାହିଁକି ଏଠାରେ ହାତୀଙ୍କ କ୍ରମାଗତ ମୃତ୍ୟୁ ହେଉଛି, ତାକୁ ନେଇ ବନବିଭାଗ ଚିନ୍ତାରେ ଥିବାବେଳେ ନାଳପାଣି ପିଇ ହାତୀ ମରିଥିବା ସନ୍ଦେହ କରାଯାଉଛି ବୋଲି PCCF ଶଶିପାଲ୍ କହିଛନ୍ତିନାଳପାଣିରେ ଥିବା ବ୍ୟାକ୍ଟେରିଆ ଯୋଗୁ ଏବଂ ହାତୀ ଦେହରେ ହ୍ୟୁମୋରେଜିକ୍ ସିପ୍ଟୋସେମିଆ ଭୂତାଣୁ ଥିବାରୁ ଏଭଳି ଘଟଣା ଘଟୁଥିବା ଆଶଙ୍କା କରିଛନ୍ତି PCCF ।

Advertisment

ଗାଈଗୋରୁଙ୍କ ଦେହରୁ ଏହା ବ୍ୟାପିଥିବା ସନ୍ଦେହ କରାଯାଉଛି। ସଂପୃକ୍ତ ଅଞ୍ଚଳକୁ ଅନ୍ୟ ହାତୀ ନପଶିବା ପାଇଁ ବନ କର୍ମଚାରୀ ସଜାଗ ରହିବା ସହ ଆଖପାଖ ପୋଖରୀ ଓ ଜଳାଶୟକୁ ବିଶୋଧନ କରାଯାଉଛି। ନିକଟ ଗାଁର ଗାଈଗୋରୁଙ୍କୁ ଟିକାକରଣ କରାଯାଉଛି।

ଅନ୍ୟପଟେ ରେଢ଼ାଖୋଲ ବନଖଣ୍ଡର ନାକଟିଦେଉଳ ରେଂଜ ବିନ୍ଦୁପୁର ଗାଁ ପାଖ ଚଡ଼ଚଡ଼ି ଜଂଗଲରୁ ଗୋଟିଏ ଅଣ୍ଡିରା ଛୁଆ ହାତୀର ମୃତଦେହ ଉଦ୍ଧାର କରାଯାଛି। ଛୁଆ ହାତୀଟି ଆନ୍ଥ୍ରାକ୍ସରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛି ବୋଲି ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି। ଏହାସହ ଅନ୍ୟ ଜୀବଜନ୍ତୁଙ୍କୁ ଯେପରି ଆନ୍ଥ୍ରାକ୍ସ ନ ହେବ, ସେଥିଲାଗି ମୃତ ହାତୀଛୁଆକୁ ପୋଡ଼ି ଦିଆଯାଇଛି। ଏହାସହ ସେଇ ଜଙ୍ଗଲରେ ଥିବା ଛୋଟ ପଖୋରୀକୁ ପୋତି ଦିଆଯାଇଛି। ଆଖପାଖ ଅଂଚଳକୁ ବ୍ଲିଚିଙ୍ଗ ପକାଇ ସାନିଟାଇଜର କରାଯାଇଛି।

Advertisment
Advertisment