/odishatv-khabar/media/post_attachments/uploadimage/library/16_9/16_9_0/thunder_1626259157.jpg)
thunder
ଭୁବନେଶ୍ୱର: କାଳ ହେଲା ବଜ୍ରପାତ। ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୪ଜଣଙ୍କ ମୃତ୍ୟୁ ହୋଇଛି। ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଟେଣ୍ଡ୍ରା ଗାଁରେ ଧାନ ବିଲରେ କାମ କରୁଥିବା ବେଳେ, ବଜ୍ରାଘାତରେ ଜଣେ ନାବାଳିକାର ମୃତ୍ୟୁ ହୋଇଛି। ଜାମଦା ପୋଲିସ ମୃତଦେହକୁ ଜବତ କରି ତଦନ୍ତ କରୁଛି।
Advertisment
ସେହିପରି ବାଲେଶ୍ୱର ଜିଲ୍ଲା ବାଲିଆପାଳରେ ମଧ୍ୟ ଆଜି ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। କେନ୍ଦୁଡ଼ିହା ଗାଁରେ ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ପଶ୍ଚିମବଙ୍ଗ କୁଳଡିହା ଅଞ୍ଚଳର ଉପେନ୍ଦ୍ର ସିଂ।
ସେପଟେ ଭୋଗରାଇ ବ୍ଲକର ବଡ଼ପାହି ଗାଁର ଅନ୍ନପୂର୍ଣ୍ଣା ରଣାଙ୍କ ଜୀବନ ଯାଇଥିବାବେଳେ ଗଞ୍ଜାମ ଭଞ୍ଜନଗର ଥାନା ବଡ଼ କୋଦଣ୍ଡା ଗାଁରେ ତ୍ରିନାଥ ଦାସ ନାମକ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ତାଙ୍କୁ ପ୍ରଥମେ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।
Advertisment
Thunderstorm
Odisha Breaking News
Odia News
Odia News Live
Khabar Odisha Today
Odia Khabar
Odisha Khabar
Kalabaisakhi
Midnight Blaze
Norwester Odisha
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)