/odishatv-khabar/media/post_attachments/uploadimage/library/16_9/16_9_0/child_1627110273.jpg)
child
ମାଲକାନଗିରି: ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୪ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସ୍ଥାନୀୟ ଚମ୍ପା ନଗରରେ ରହିଥିବା ଇଟାଭାଟିରେ ଶିଶୁ ଶ୍ରମିକମାନଙ୍କୁ କାମ କରାଯାଉଥିବା ନେଇ ଅଭିଯୋଗ ହୋଇଥିଲା।
Advertisment
ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସଙ୍କ ନେତୃତ୍ୱରେ ଏକ ଟିମ୍ ଏହି ଇଟାଭାଟିରେ ଚଢ଼ଉ କରିଥିଲେ। ଚଢ଼ାଉବେଳେ ଚାରି ଜଣ ନାବାଳିକା ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା। ସମସ୍ତ ନାବାଳିକା ଚାଲାଣଗଡ଼ା ଅଂଚଳର ବୋଲି ଜଣାପଡ଼ିଛି।
ବିଭାଗ ପକ୍ଷରୁ ଏକ ଟାସ୍କ ଫୋର୍ସ ଗଠନ କରାଯାଇ ଜିଲ୍ଲାର ବିଭିନ୍ନ ଅଂଚଳରେ ଚଢ଼ଉ କରାଯାଇଥିଲା। ଉଦ୍ଧାର ଚାରି ଶିଶୁ ଶ୍ରମିକଙ୍କୁ ସିଡବ୍ଲୁସିକୁ ହସ୍ତାନ୍ତର କରାଯାଇଛି। ଏମାନଙ୍କୁ ପଚରାଉଚରା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ତେବେ ଇଟାଭାଟିର ମାଲିକ ଜଣେ ପୌର ପରିଷଦର କର୍ମଚାରୀ ବୋଲି ଜଣାପଡ଼ିଛି।
Advertisment
ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଥାନାରେ ଏତଲା ଦିଆଯିବା ସହ ମାଲିକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)