/odishatv-khabar/media/post_attachments/uploadimage/library/16_9/16_9_0/coronavirus-1-1_1625361888.jpg)
coronavirus-1
ଭୁବନେଶ୍ୱର: ରାଜ୍ୟରେ ଆଜି ୩ ହଜାର ୨୭୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧୧ ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସେହିଭଳି ଗଞ୍ଜାମ- ୩୬୮, କଟକ- ୨୩୦, ଯାଜପୁରରୁ ୧୯୫ ସୁସ୍ଥ ହୋଇଛନ୍ତି। ରାୟଗଡ଼ା- ୧୮୭, ବରଗଡ଼- ୧୮୫, ବାଲେଶ୍ୱରରୁ ୧୨୪ ସୁସ୍ଥ ହୋଇଥିବା ବେଳେ ପୁରୀ- ୧୨୨, ନୟାଗଡ଼ ଜିଲ୍ଲାରୁ ୧୨୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ମାଲକାନଗିରି ଓ ମୟୂରଭଞ୍ଜରୁ ୧୧୭ ଲେଖାଏଁ, କୋରାପୁଟରୁ ୧୦୭ ସୁସ୍ଥ ହୋଇଛନ୍ତି।
107 from Koraput
104 from Sundargarh
98 from Bhadrak
89 from Jharsuguda
88 from Kandhamal
77 from Jagatsinghpur
69 from Keonjhar
67 from Sambalpur
66 from Dhenkanal
47 from Nabarangpur
43 from Gajapati
35 from Kendrapara
25 from Nuapada
24 from Bolangir
24 from Kalahandi— H & FW Dept Odisha (@HFWOdisha) September 3, 2020
ସୁନ୍ଦରଗଡ଼- ୧୦୪, ଭଦ୍ରକ- ୯୮, ଝାରସୁଗୁଡ଼ାରୁ ୮୯ ସୁସ୍ଥ ହୋଇଛନ୍ତି। କନ୍ଧମାଳ- ୮୮, ଜଗତସିଂହପୁର- ୭୭, କେନ୍ଦୁଝରରୁ ୬୯ ସୁସ୍ଥ ହୋଇଥିବା ବେଳେ ସମ୍ବଲପୁର- ୬୭, ଢେଙ୍କାନାଳ- ୬୬, ନବରଙ୍ଗପୁରରୁ ୪୭ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ କହିଛି।
ସେହିପରି ଗଜପତି- ୪୩, କେନ୍ଦ୍ରାପଡ଼ା- ୩୫, ନୂଆପଡ଼ାରୁ ୨୫ ସୁସ୍ଥ ହୋଇଛନ୍ତି। ବଲାଙ୍ଗିର ଓ କଳାହାଣ୍ଡିରୁ ୨୪ ଲେଖାଏଁ, ସୁବର୍ଣ୍ଣପୁରରୁ ୨୩, ବୌଦ୍ଧ- ୮, ଦେବଗଡ଼- ୫ ଓ ଅନୁଗୁଳରୁ ୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଏଯାବତ୍ କରୋନାରୁ ସୁସ୍ଥ ହେଲେଣି ୮୭ ହଜାର ୩୫୧ ଜଣ ଆକ୍ରାନ୍ତ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)