Advertisment

କୁନି ଛାତ୍ରଙ୍କ ଉପରେ ସ୍କୁଲ୍‌ର ବୋଝ; ୩ କିମି ବୋହି ବୋହି ଆଣିଲେ ସବୁ ବହି

ବାଲେଶ୍ୱର: ଛୋଟ ଛୋଟ ପିଲାମାନଙ୍କ ଉପରେ ସ୍କୁଲର ସମସ୍ତ ବହି ବୋଝ। ପ୍ରାୟ ୩ କିଲୋମିଟର ରାସ୍ତା ଚାଲି ଚାଲି ସାଇକେଲରେ ଲଦି ବହିବସ୍ତା ଆଣିଲେ ୩ ଛାତ୍ର। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ବସ୍ତା ବ୍ଲକ ସତ୍ୟବାଦୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ।   ଏଭଳି ଘଟଣାକୁ ନେଇ ସାଧାରଣରେ ନିନ୍ଦା କରାଯାଇଛି। ସୂଚନା ଅନୁଯାୟୀ, ଆସନ୍ତା ଶିକ୍ଷାବର୍ଷ ପାଇଁ ସମସ୍ତ ସ୍କୁଲକୁ ନୂଆ ବହି ଦିଆଯାଉଛି। ଆଉ ଏଥିପାଇଁ ସ୍ଥାନୀୟ ଡିଏସ ହାଇସ୍କୁଲରୁ ସତ୍ୟବାଦୀ […]

author-image
Abinash Pati
କୁନି ଛାତ୍ରଙ୍କ ଉପରେ ସ୍କୁଲ୍‌ର ବୋଝ; ୩ କିମି ବୋହି ବୋହି ଆଣିଲେ ସବୁ ବହି

low

ବାଲେଶ୍ୱର: ଛୋଟ ଛୋଟ ପିଲାମାନଙ୍କ ଉପରେ ସ୍କୁଲର ସମସ୍ତ ବହି ବୋଝ। ପ୍ରାୟ ୩ କିଲୋମିଟର ରାସ୍ତା ଚାଲି ଚାଲି ସାଇକେଲରେ ଲଦି ବହିବସ୍ତା ଆଣିଲେ ୩ ଛାତ୍ର। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ବସ୍ତା ବ୍ଲକ ସତ୍ୟବାଦୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ।

Advertisment

ଏଭଳି ଘଟଣାକୁ ନେଇ ସାଧାରଣରେ ନିନ୍ଦା କରାଯାଇଛି। ସୂଚନା ଅନୁଯାୟୀ, ଆସନ୍ତା ଶିକ୍ଷାବର୍ଷ ପାଇଁ ସମସ୍ତ ସ୍କୁଲକୁ ନୂଆ ବହି ଦିଆଯାଉଛି। ଆଉ ଏଥିପାଇଁ ସ୍ଥାନୀୟ ଡିଏସ ହାଇସ୍କୁଲରୁ ସତ୍ୟବାଦୀ ପ୍ରାଥମିକ ବିଦ୍ୟାଳୟକୁ ମିଳିବାକୁ ଥିବା ସମସ୍ତ ବହି ଆଣିବାକୁ ଏହି ୩ଜଣ ଛାତ୍ରଙ୍କୁ ପଠାଇଥିଲେ ସ୍କୁଲ କର୍ତ୍ତୃପକ୍ଷ। ସାଇକେଲରେ ବହି ଲଦି ପ୍ରାୟ ୩କିଲୋମିଟର ଚାଲି ଚାଲି ଆସିବା ପରେ ସ୍କୁଲରେ ପହଞ୍ଚିଥିଲେ ଛାତ୍ର। ଏପଟେ ଏସବୁ ଘଟଣା କ୍ୟାମେରାରେ କଏଦ ହୋଇଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷ କିନ୍ତୁ ଖଣ୍ଡନ କରିଛନ୍ତି।

Advertisment
Advertisment