Advertisment

ଆଜି ରାଜ୍ୟରେ କରୋନାରେ ଆଖି ବୁଜିଲେ ସର୍ବାଧିକ ରୋଗୀ

ଭୁବନେଶ୍ୱର: ରାଜ୍ୟରେ ଆଜି ରେକର୍ଡ କରିଛି କରୋନା ମୃତ୍ୟୁ ସଂଖ୍ୟା। ଦିନକରେ ୨୭ ରୋଗୀ ଆଖି ବୁଜିଛନ୍ତି। ଦେଶରୁ ସବୁ ପ୍ରାନ୍ତରୁ କରୋନା ସଂକ୍ରମଣ ହ୍ରାସ ପାଉଥିବା ଦେଖିବାକୁ ମିଳିଥିବାବେଳେ ଓଡ଼ିଶାରେ ଗ୍ରାଫ ଉପରମୁହାଁ ହୋଇଛି। ଆଜି ୨୭ ମୃତକଙ୍କ ମଧ୍ୟର ଖୋର୍ଦ୍ଧା, କୋରାପୁଟରୁ ୪ ଲେଖାଏଁ, ନୂଆପଡ଼ା, ରାୟଗଡ଼ା, ସୁନ୍ଦରଗଡ଼ରୁ ୩ ଲେଖାଏଁ, କଳାହାଣ୍ଡିରୁ ୨ ଓ ବରଗଡ଼, ବଲାଙ୍ଗିର, ବୌଦ୍ଧ, ଗଜପତିରୁ ଜଣେ ଲେଖାଏଁ ଅଛନ୍ତି । ସେହିପରି ଝାରସୁଗୁଡ଼ା, ନବରଙ୍ଗପୁର, ପୁରୀ, ସୁବର୍ଣ୍ଣପୁରରୁ […]

author-image
Minati Mishra
ଆଜି ରାଜ୍ୟରେ କରୋନାରେ ଆଖି ବୁଜିଲେ ସର୍ବାଧିକ ରୋଗୀ

corona death

ଭୁବନେଶ୍ୱର: ରାଜ୍ୟରେ ଆଜି ରେକର୍ଡ କରିଛି କରୋନା ମୃତ୍ୟୁ ସଂଖ୍ୟା। ଦିନକରେ ୨୭ ରୋଗୀ ଆଖି ବୁଜିଛନ୍ତି। ଦେଶରୁ ସବୁ ପ୍ରାନ୍ତରୁ କରୋନା ସଂକ୍ରମଣ ହ୍ରାସ ପାଉଥିବା ଦେଖିବାକୁ ମିଳିଥିବାବେଳେ ଓଡ଼ିଶାରେ ଗ୍ରାଫ ଉପରମୁହାଁ ହୋଇଛି।

Advertisment

ଆଜି ୨୭ ମୃତକଙ୍କ ମଧ୍ୟର ଖୋର୍ଦ୍ଧା, କୋରାପୁଟରୁ ୪ ଲେଖାଏଁ, ନୂଆପଡ଼ା, ରାୟଗଡ଼ା, ସୁନ୍ଦରଗଡ଼ରୁ ୩ ଲେଖାଏଁ, କଳାହାଣ୍ଡିରୁ ୨ ଓ ବରଗଡ଼, ବଲାଙ୍ଗିର, ବୌଦ୍ଧ, ଗଜପତିରୁ ଜଣେ ଲେଖାଏଁ ଅଛନ୍ତି । ସେହିପରି ଝାରସୁଗୁଡ଼ା, ନବରଙ୍ଗପୁର, ପୁରୀ, ସୁବର୍ଣ୍ଣପୁରରୁ ଜଣେ ଲେଖାଏ କରୋନା ରୋଗୀ ଆଖି ବୁଜିଛନ୍ତି। ଆଜିର ତାଲିକାକୁ ମିଶାଇଲେ ରାଜ୍ୟରେ ମୋଟ କରୋନା ମୃତ୍ୟ ସଂଖ୍ୟା  ୨,୪୩୦ରେ ପହଞ୍ଚିଛି।

କୋରାପୁଟ ଓ ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଯଥାକ୍ରମେ ୩୨ ଓ ୪୨୪କୁ ବୃଦ୍ଧି ପାଇଛି। ସେହିପରି ନୂଆପଡା, ରାୟଗଡ଼ା ଓ ସୁନ୍ଦରଗଡ଼ରେ ମୋଟ ମୃତ୍ୟୁସଂଖ୍ୟା ଯଥାକ୍ରମେ ୫୦, ୯୫ ଓ ୨୩୬ରେ ଛୁଇଁଛି।

Advertisment

ସେହିପରି  ପୁରୀରେ ମୋଟ ୧୪୬, ସୋନୁପରରେ ୨୪, ନବରଙ୍ଗପୁର ୧୭, କଳାହାଣ୍ଡି ୭୮, ଝାରସଗୁଡ଼ା ୩୨, ଗଜପତି ୪୫, ବୌଦ୍ଧ ୨୯, ବଲାଙ୍ଗିରରେ ୫୯ ଓ ବରଗଡ଼ରେ ୪୮ ଜଣଙ୍କ ଜୀବନ ଗଲାଣି।

ସୂଚନାଥାଉ କି, ରାଜ୍ୟରେ ଆଜି ବି ସଂକ୍ରମିତଙ୍କ ସଂଖ୍ୟା ୧୨ ହଜାର ଉପରେ ରହିଛି। ଦେଶରେ  ୨୪ ଘଣ୍ଟାରେ  ୧୨,୫୨୩ କରୋନା ପଜିଟିଭ। ଏଥିମଧ୍ୟରୁ କ୍ୱାରେଣ୍ଟିରେ ୭, ୦୧୨ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟ   ୫,୫୧୧ ଥିବା ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ।

କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଚିନ୍ତା ବଢାଇଛି ଖୋର୍ଦ୍ଧା ଓ ସୁନ୍ଦରଗଡ଼। ଏହି ଦୁଇ ଜିଲ୍ଲର ଆକ୍ରାନ୍ତଙ୍କ ସଂଖ୍ୟା ୧ହଜାର ଉପରେ ରହିଛି।

Corona News Today Corona Cases In Odisha
Advertisment
Advertisment