/odishatv-khabar/media/post_attachments/uploadimage/library/16_9/16_9_0/jeypore-21_1626758005.jpg)
jeypore
ଜୟପୁର(ଟି.ଗୌରୀଶଙ୍କର): କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକରୁ ତାମିଲନାଡୁକୁ ଦାଦନ ଖଟିବାକୁ ଯାଇଥିବା କିଛି ଶ୍ରମିକ ଏଯାଏ ଫେରି ନାହାନ୍ତି। ତିନି ମାସ ତଳେ ବାକଟିଗୁଡ଼ା, ସିନ୍ଧିକଟା, ଡାଙ୍ଗରାଗୁଡ଼ା ଆଦି ଗାଁରୁ ୨୬ ଜଣ ଯୁବକ ତାମିଲନାଡୁ କାମ କରିବାକୁ ଯାଇଥିଲେ। ହେଲେ ଟଙ୍କା ତ ଦୂରର କଥା, ନିଜ ପିଲାଙ୍କ ସହ ଫୋନ୍ରେ କଥା ହେବାକୁ ବି ମାଲିକ ଅନୁମତି ଦେଉ ନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
Advertisment
ଏନେଇ ପରିବାର ଲୋକେ ଜିଲ୍ଲା ଶ୍ରମ ଅଧିକାରୀ ଓ ପୁଲିସ୍କୁ ଜଣାଇଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଟିମ୍ ତାମିଲନାଡୁ ଯାଇ ଅଟକ ଥିବା ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଯିବ ବୋଲି ସୂଚନା ମିଳିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)