• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

ଘାଟାରେ ଚାଲୁଛି OSRTC
OSRTC: ଘାଟାରେ ଚାଲୁଛି OSRTC, ୨ ବର୍ଷରେ ୪୫ କୋଟି ୪୬ ଲକ୍ଷ କ୍ଷତି

ଅଚଳ ହୋଇ ପଡ଼ିଛି ପରିବହନ ବିଭାଗର ୧୦୯ ବସ୍‌ । ବିଗତ ୧୦ ବର୍ଷ ଭିତରେ ପରିବହନ ବିଭାଗ ୫୪୦ଟି ବସ୍‌ କିଣିଥିଲା । ସେଥିମଧ୍ୟରୁ ୧୦୯ଟି ବସ୍‌ ଯାନ୍ତ୍ରିକ ତ୍ରୁଟି ଯୋଗୁ ଅଚଳ ହୋଇ ପଡିଛି ।

Congress Protest Intensifies
Congress Protest Intensifies: କଂଗ୍ରେସ କର୍ମୀଙ୍କ ଭୟଙ୍କର କାଣ୍ତ; ଫାଟିଲା ଗଣମାଧ୍ୟମ ପ୍ରତିନିଧିଙ୍କର ମୁଣ୍ତ...

ଓଟିଭି ପ୍ରତିନିଧି ପ୍ରଭାତ ବିଷୋୟୀଙ୍କ ମୁଣ୍ତ ଫାଟି ଯାଇଛି । ଖବର ସଂଗ୍ରହ କରୁଥିବା ସମୟରେ କଂଗ୍ରେସ କର୍ମୀଙ୍କ ଚେୟାର ମାଡ଼ରେ ଓଟିଭି ପ୍ରତିନିଧି ପ୍ରଭାତ ବିଷୋୟୀଙ୍କର ମୁଣ୍ତ ଫାଟିଥିବା ସୂଚନା ।

ଶବଦାହ ପାଇଁ କାଠ ଅଭାବ
Wood Shortage Crisis: ସୁନ୍ଦରଗଡ଼ ଓ ପୁରୀରେ କାଠ ସଂକଟ, ଶବଦାହ ପାଇଁ ବିକଳ୍ପ ଚୟନ ଜରୁରୀ

କେବଳ ସୁନ୍ଦରଗଡ ଜିଲ୍ଲା କାହିଁକି, ଅନେକ ସମୟରେ ଶବଦାହ ପାଇଁ କାଠ ଅଭାବର ଖବର ସାମ୍ନାକୁ ଆସୁଛି । ନିକଟରେ ପୁରୀ ସ୍ୱର୍ଗଦ୍ୱାରରେ ମଧ୍ୟ ଏଭଳି ସମସ୍ୟା ଦେଖାଦେବା କାରଣରୁ ଗୋବର ପ୍ରସ୍ତୁତ ଘସି ଦ୍ୱାରା ଦାହ ସଂସ୍କାର ଯୋଜନା କରାଯାଉଥିବା କଥା ପ୍ରାଣୀସମ୍ପଦ ମନ୍ତ୍ରୀ କହିଥିଲେ । ଏଭଳି କି କାଠର ଅଭାବ, ପରିବେଶ ସୁରକ୍ଷା ଏବଂ ପୁରୀ ସ୍ୱର୍ଗଦ୍ୱାରକୁ ଦୈନିକ ଶବ ସଂଖ୍ୟାରେ ବୃଦ୍ଧିକୁ ଦୃଷ୍ଟିରେ ରଖି ବୈଦ୍ୟୁତିକ ଚୁଲା ଭଳି ବିକଳ୍ପ ବ୍ୟବସ୍ଥା ବିଷୟରେ ଆଲୋଚନା ଚାଲିଥିବା ସ୍ଥାନୀୟ ଜିଲ୍ଲାପାଳ ଗଣମାଧ୍ୟକୁ ଜଣାଇଥିଲେ ।

ଟେକା, ପଥର ମାଡ଼
Congress Protest: ରଣକ୍ଷେତ୍ର ପାଲଟିଲା ଲୋୟର ପିଏମ୍‌ଜି, କଂଗ୍ରେସ କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲା ପୋଲିସ

ବ୍ୟାରିକେଡ୍‌ ଭାଙ୍ଗିବା ପରେ ପୋଲିସ୍‌ କଂଗ୍ରେସ କର୍ମୀଙ୍କ ଉପରେ ପାଣି ମାଡ଼ କରିଛି । କେବଳ ପାଣି ନୁହେଁ କଂଗ୍ରେସ କର୍ମୀଙ୍କୁ ନିୟନ୍ତ୍ରଣ ପାଇଁ ପୋଲିସ୍‌ ଟିୟର ଗ୍ୟାସ୍‌ ମଧ୍ୟ ପ୍ରୟୋଗ କରିଥିଲା।

Footballer Death
Football Player: ଫୁଟବଲ୍ ଖେଳୁଥିଲା ବେଳେ ଚାଲିଗଲା ଜୀବନ, ପରିବାର ଲୋକ ଆଖି ଦାନ କରି ଦେଲେ ମହାନତାର ପରିଚୟ

ପଡ଼ିଆରେ ଖେଳୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇ ଅଚେତ୍ ହୋଇ ପଡ଼ିଥିଲେ l ଉପସ୍ଥିତ ଲୋକମାନେ ତାଙ୍କ ମୁହଁରେ ପାଣି ଛିଞ୍ଚିବା ପରେ ତାଙ୍କର ଚେତା ଫେରିଥିଲା । ଚେତା ଆସିବା ପରେ ସେ ଅଳ୍ପ ପାଣି ପିଇ ପୁଣି ଖେଳିବାକୁ ବାହାରିଥିଲେ । ସାଥୀ ଖେଳାଳିମାନେ ତାଙ୍କୁ ଖେଳିବାକୁ ବାରଣ କରିଥିଲେ ମଧ୍ୟ କିଛି ହୋଇନି କହି ସେ ପୁଣି ପଡିଆକୁ ଯାଇଥିଲେ। ଫୁଟବଲ୍ ବି ଖେଳିଥିଲେ। କିନ୍ତୁ କିଛି ସମୟ ପରେ ଆଉ ଥରେ ଅସୁସ୍ଥ ହୋଇପଡିଥିଲେ।

‘ଅପବିତ୍ର ଗୃହକୁ ପବିତ୍ର କରୁଛୁ’
Odisha Assembly: ବିଧାନସଭା ଭିତରେ ଓ ବାହାରେ ଗଙ୍ଗାଜଳ ଛିଞ୍ଚି ବିଜେଡିର ପ୍ରତିବାଦ, ବିଜେପି କହିଲା...

ବିଧାନସଭା ଅପବିତ୍ର ନୁହେଁ, ସେମାନେ ଅପବିତ୍ର ବୋଲି କହିଛନ୍ତି ବିଜେପି ବିଧାୟକ ସରୋଜ ପାଢୀ । ଆମେ ମହାକୁମ୍ଭରୁ ପବିତ୍ର ଜଳ ଆଣିଛୁ ।

BJP President Targets Congress
BJP President Targets Congress: ‘କଂଗ୍ରେସ ନେତା ଆତ୍ମସମୀକ୍ଷା କରନ୍ତୁ, ବିରୋଧୀ ଦଳର ଭୂମିକା ବୁଝିନାହାନ୍ତି’

ଆଜି ପ୍ରେସମିଟ୍ କରି ବିରୋଧୀଙ୍କ ଉପରେ ବର୍ଷିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । କିଛିଦିନ ହେଲା ବିଧାନସଭାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଅପ୍ରସଙ୍ଗକୁ ପ୍ରସଙ୍ଗ କରିବାର ଅପଚେଷ୍ଟା କରାଯାଇଛି। ଏମିତି କହି ବିରୋଧୀଙ୍କ ଉପରେ ବର୍ଷିଛନ୍ତି ରାଜ୍ୟ ବିଜେପି ସଭାପତି । 

Taraprasad Bahinipati’s Gold Chain Goes Missing
Protest Chaos: ଥାନାକୁ ଯିବେ ତାରା, କିଏ ଝାମ୍ପିନେଲା ସୁନା ଚେନ୍‌ ? 

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ସୁନା ଚେନ୍‌ ହଜିବାକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା । କିଏ ନେଲା ଓ କେମିତି ବିଧାୟକଙ୍କୁ ଚକମା ଦେଇ ସୁନା ଚେନ୍‌ ଲୁଟିଲା ତା’ ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଲାଣି ।

history of baruni snana joga of biraja kshetra jajpur
Baruni Snana: ଯାଜପୁରକୁ ଆସିବା ବାଟରେ କାହିଁକି ଲୁଚିଗଲା ବୈତରଣୀ, କିଏ କଲା ଉଦ୍ଧାର

ଇଏ ଏକ ନଦୀର ବିଚିତ୍ର କାହାଣୀ। କେମିତି ବୈତରଣୀ ନଦୀ ଆସିଲା ଯାଜପୁର, କେମିତି ଆସିବା ବାଟରେ ସେ ଲୁଚିଗଲା ବଣରେ, ପୁଣି କେମିତି ତାଙ୍କୁ ଉଦ୍ଧାର କରି ଯାଜପୁର ଆଣିଲେ ବ୍ରହ୍ମା, ପଢ଼ନ୍ତୁ ଏହି ଚମତ୍କାର ପୌରାଣିକ କାହାଣୀ।

Congress Protest
Congress Protest: ନାରୀ ନିର୍ଯାତନା ପ୍ରତିବାଦରେ କଂଗ୍ରେସ କରିବ ବିକ୍ଷୋଭ; ହୋଇପାରେ ଟ୍ରାଫିକ ସମସ୍ୟା...

ନାରୀ ନିର୍ଯାତନା ଏବଂ ଶିଶୁ ଅତ୍ୟାଚାର ପ୍ରତିବାଦରେ କଂଗ୍ରେସ କରିବ ବିକ୍ଷୋଭ । କର୍ମୀଙ୍କୁ ପଦଯାତ୍ରାରେ ନେଇ ବିଧାନସଭା ଘରାଉ କରିବାକୁ ଯୋଜନା କରିଛି ଦଳ। 

Ex CM Naveen Patnaik
Ex CM Naveen Patnaik: ଚାଲିଛି ରାଜନୀତି ପାଲା, ନବୀନ ଲଗାଇଛନ୍ତି ସବୁ ନାଟ !

କଂଗ୍ରେସ ଗାଡ଼ିର ଡ୍ରାଇଭର ସାଜିଛନ୍ତି ବିଜେଡି ସୁପ୍ରିମୋ ? ଗୃହରେ ଗର୍ଜୁଛନ୍ତି, ଗୃହ ବାହାରେ ଏକାଠି ପ୍ରତିବାଦ କରୁଛନ୍ତି । ଅପ୍ରସଙ୍ଗକୁ ନେଇ କମ୍ପାଉଛନ୍ତି ବିଧାନସଭା । 

Odisha Chief Minister Mohan Majhi criticizes Congress in Assembly 
Odisha CM criticizes Congress: କଂଗ୍ରେସକୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ୍‌; ପ୍ରଶ୍ନକାଳରେ ଭାଗ ନନେବା ମାନେ କଣ ? 

ମିଛ କହିବାର ଗୋଟେ ସୀମା ଅଛି। ଗୃହକୁ ବନ୍ଦ କରିବା, ପ୍ରଶ୍ନକାଳରେ ଭାଗ ନନେବା ମାନେ କଣ ? ଏହା କି ପରମ୍ପରା ? ଏତେ ସମୟ ଧରି ଗୃହକୁ ଅଚଳ କରିବା ଅଧିକାର କିଏ ଦେଲା ? ଏମାନଙ୍କୁ ଓଡିଶାବାସୀ କ୍ଷମା ଦେବେ ତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। 

Panchang
Panchang Today 27th March 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୨୭ ତାରିଖ ଗୁରୁବାର । ଚନ୍ଦ୍ର- କୁମ୍ଭ ଅହୋରାତ୍ର । ତିଥି- ୧୩ଶୀ ରାତ୍ରି ୧୧.୦୩ ଗତେ ୧୪ଶୀ । ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର ଅହୋରାତ୍ର ।

 Kotia’s Bananas Boom Beyond Borders But Farmers Left Stranded
Kotia’s Bananas: କୋଟିଆ କଦଳୀର ବଢୁଛି ଚାହିଦା; ପଡ଼ୋଶୀ ଦଲାଲ ମାଲେମାଲ, ଚାଷୀ ହନ୍ତସନ୍ତ...

କୋଟିଆ କଦଳୀର ଆଦର ବଢୁଥିବା ବେଳେ ନିଜ ମାଟିରେ ଚାଷୀଙ୍କୁ କରାଯାଉଛି ହତାଦର। ବିନା ସରକାରୀ ସହାୟତାରେ ଚାଷୀ କରୁଛନ୍ତି କଦଳୀ ଚାଷ । 

ଆନ୍ଧ୍ର ପୁଅ ସହ ନିର୍ବନ୍ଧ, ସୁନା-ଗହଣା ଧରି ଚମ୍ପଟ ।
Fraud Bride: ବାହାଘର ଆଳରେ ଓଡ଼ିଶାରୁ ଯାଇ ଆନ୍ଧ୍ରରେ କରୁଥିଲେ ଲୁଟ୍; ବାନ୍ଧିଲା ପୋଲିସ୍

ମାଆ,ଝିଅ ବିବାହର ଏପରି ଆଳ ଦେଖାଇଥିଲେ, କେହି ବି ଟେର୍ ପାଇନଥିଲେ । ସମ୍ପୂର୍ଣ୍ଣ ବିବାହ ପରମ୍ପରା ପରି ରେଷ୍ଟୁରାଣ୍ଟରେ ବରଘର ପରିବାର ସହ ଦେଖା ସାକ୍ଷାତ ହୋଇଥିଲା । ଆଉ ଏହାପରେ ସର୍ବ ସମ୍ମତି କ୍ରମେ ହୋଇଥିଲା ନିର୍ବନ୍ଧ । ସମ୍ପୂର୍ଣ୍ଣ ଆନ୍ଧ୍ର ରୀତିନୀତିରେ ନିର୍ବନ୍ଧ ସରିଥିଲା । ମାତ୍ର ବହାଘର ଦିନ ଚମ୍ପଟ୍ ମାରିଥିଲେ ମାଆ ଏବଂ ଝିଅ ।

Home Guard Recruitment
Home Guard Recruitment: ହୋମଗାର୍ଡ ନିଯୁକ୍ତି ପରୀକ୍ଷାରେ ମାତିଛନ୍ତି ଟାଉଟର, ଦଲାଲ !

ହୋମଗାର୍ଡ ନିଯୁକ୍ତି ପକ୍ରିୟା ଏବେ ସରକାରଙ୍କ ପାଇଁ ବେଶ୍‌ ଚ୍ୟାଲେଞ୍ଜ ହୋଇ ଛିଡା ହୋଇଛି । ଆବେଦନକାରୀଙ୍କୁ ସତର୍କ କରିବା ପାଇଁ କାନ୍ଥରେ ମରାଯାଇଛି ସତର୍କତା ସୂଚନା ।

BJP Vs Congress
Law Minister Slams Congress: ବିରୋଧୀ କଂଗ୍ରେସର ପୋଲ୍ ଖୋଲିଦେଲେ ଆଇନମନ୍ତ୍ରୀ

ବିଧାନସଭାରେ ବିରୋଧୀଙ୍କ ଲଗାତାର ହଟ୍ଟଗୋଳ ପ୍ରସଙ୍ଗରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରେସମିଟରେ ପ୍ରବଳ ବର୍ଷିଛନ୍ତି । ଆଇନମନ୍ତ୍ରୀ କହିଛନ୍ତି, ମହିଳା ସୁରକ୍ଷା ପ୍ରସଙ୍ଗରେ ଆମ ସରକାର ସଚେତନ ଅଛନ୍ତି । ଏ ନେଇ ବିଧାନସଭାରେ ଆଲୋଚନା ପାଇଁ ଆସନ୍ତୁ ବିରୋଧୀ । କିନ୍ତୁ ହାଉସ କମିଟି ଗଠନ ଦାବି ଅଯୌକ୍ତିକ ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Thursday, 27 March 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Thursday, 27 March 2025
ପୋଲିସ୍‌ କଲର ଧରିଲେ ଧମକ ଦେଲେ
High Drama at Odisha Assembly: କଂଗ୍ରେସ ନେତାଙ୍କ ଉଗ୍ର ରୂପ; ପୋଲିସ ଅଧିକାରୀଙ୍କ କଲର ଝିଙ୍କିଲେ, କାନ୍ଧରୁ ଷ୍ଟାର ଭିଡ଼ି ଧରିଲେ

ଆଚରଣ- ଉଗ୍ର, ଅଶୋଭନୀୟ । କ୍ୟାମେରାରେ କଏଦ୍ ସାରା କାରନାମା । ପୋଲିସକୁ ଧକ୍କାପେଲା କଲେ, ଧମକାଇଲେ । ବ୍ୟାରିକେଡ୍ ବି ଭାଙ୍ଗିଲେ । ଡ୍ୟୁଟିରେ ଥିବା ପୋଲିସ ଅଧିକାରୀଙ୍କ କଲର ଝିଙ୍କିଲେ ।

କଂଗ୍ରେସର B ଟିମ୍‌ ବିଜେଡି
Odisha Assembly: କଂଗ୍ରେସର ଆଗ୍ରେସିଭ ମୁଡ୍, ଦିଶାହୀନ ହୋଇଛି ବିଜେଡି…ଲୋକଙ୍କ ସ୍ବାର୍ଥକୁ ଫୋକସ କରୁନି ଶଙ୍ଖ ଦଳ

୧୧ ଫେବ୍ରୁଆରୀ ୨୦୨୫ । ଭକ୍ତ ଚରଣ ଦାସ ନୂଆ ପିସିସି ସଭାପତି ନିଯୁକ୍ତ । ୧୫ ଫେବ୍ରୁଆରୀ ୨୦୨୫ । ଅଜୟ କୁମାର ଲଲ୍ଲୁଙ୍କୁ ନୂଆ ପିସିସି ପ୍ରଭାରୀ ଦାୟିତ୍ବ । ଅଜୟ ଓ ଭକ୍ତ ଅର୍ଥାତ୍ A ଓ B ବଳରେ ବଳିୟାନ୍ ହେଉଛି C ଅର୍ଥାତ୍ କଂଗ୍ରେସ ।

maoist
Gurupriya Setu: ଗୁରୁପ୍ରିୟା ସେତୁ ପରେ ବଦଳିଛି ଲାଲଗଡ଼ର ଚିତ୍ର, ସହିଦ ସ୍ତମ୍ଭ ପାଲଟିଛି ସେଲଫି ପଏଣ୍ଟ

ଦିନେ ଯେଉଁଠି ଲାଲବାହିନୀ ଲେଖୁଥିଲା ରକ୍ତର ଇତିହାସ, ସେଇଠି ଏବେ ଶାନ୍ତିର ରାଜୁତି। ଆଉ ଶୁଭୁନି ଗୁଳି ବନ୍ଧୁକର ଛାତିଥରା ଶବ୍ଦ। ହିଂସାର ଗୁରୁଗର୍ଜନକୁ ସବୁଦିନ ପାଇଁ ନିଜ କଂକ୍ରିଟ ତଳେ ଚାପି ଦେଇଛି ଗୁରୁପ୍ରିୟା ସେତୁ। ନିଜ ଗାଥା, ବିଚାରଧାରା ଓ ପ୍ରାଣ ହରାଇଥିବା ନକ୍ସଲଙ୍କ ସ୍ମୃତିଚାରଣ ସ୍ବରୂପ ଯେଉଁଠି ମୁଣ୍ଡ ଟେକିଥିଲା ସହିଦ ସ୍ତମ୍ଭ, ତାହା ଏବେ ପାଲଟିଛି ସେଲଫି ପଏଣ୍ଟ୍। ଏକଦା ଲାଲଗଡ଼ କୁହାଯାଉଥିବା ମାଲକାନଗିରି ସ୍ବାଭିମାନ ଅଞ୍ଚଳରେ କେମିତି ଫେରିଛି ଶାନ୍ତି ଓ ସଦ୍ଭାବନାର ଧାରା।

assembly
Congress MLA Suspended: ବିଧାନସଭା ଇତିହାସରେ ଅଲୋଡ଼ା ଅଧ୍ୟାୟ, ବିଶୃଙ୍ଖଳିତ ଆଚରଣ ପାଇଁ ସବୁ କଂଗ୍ରେସ ବିଧାୟକ ସସପେଣ୍ଡ

ବିଧାନସଭା ଇତିହାସରେ ସୃଷ୍ଟି ହେଲା ଅଲୋଡ଼ା ଅଧ୍ୟାୟ। ବିଶୃଙ୍ଖଳିତ ଆଚରଣ ପାଇଁ ଏକାବେଳେ ନିଲମ୍ବିତ ହେଲେ କଂଗ୍ରେସ ଦଳର ସମସ୍ତ ୧୪ ବିଧାୟକ। ଗତକାଲି ଦିନ ସାରା ଏବଂ ରାତି ତମାମ ଯେଭଳି ବିରୋଧୀଙ୍କ ହାଇଡ୍ରାମା ଚାଲିଲା, ସାରା ରାଜ୍ୟ ଦେଖିଲା। କେବଳ ସେତିକି ନୁହେଁ, ଲୋୟର ପିଏମଜି ଓ ଆସେମ୍ବ୍ଲି ଆଗରେ ବି ନେତା ଓ କର୍ମୀଙ୍କ ଉଗ୍ର ଆଚରଣ, ଓଡ଼ିଶା ରାଜନୀତି ଇତିହାସରେ କେବେ ଦେଖିବାକୁ ମିଳିନଥିଲା।

parrot
Parrot Killed: ଶୁଆକୁ ଫାଶୀ ଦେଇ କରୁଥିଲେ ରିଲ୍ସ , ବାନ୍ଧିନେଲା ପୋଲିସ

ମହଙ୍ଗା ପଡ଼ିଲା ଶୁଆକୁ ଫାଶୀ ଦେଇ ରିଲସ କରିବା । ଆଠମଲ୍ଲିକ ନାକଟି ଦେଉଳରୁ ଅଭିଯୁକ୍ତ ଗିରଫ । ବିରି ଖାଇଥିବା କାରଣରୁ ଶୁଆକୁ ଫାଶୀ ଦେଇ ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ କରିଥିଲେ ୨୫ ବର୍ଷୀୟ ଅଭିଯୁକ୍ତ ବାଇଗା ପିତଲି। ପରେ ସୋସିଆଲ ମିଡ଼ିଆରେ ଥିବା ତାଙ୍କ ମୋବାଇଲ ନମ୍ବର ଟ୍ରାକ କରି ଅଭିଯୁକ୍ତକୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଆଠମଲ୍ଲିକ DFO ସନ୍ତୋଷ ।

ଗଂଜେଇ ଚାଲାଣ
Ganja Smuggling: ସୁରକ୍ଷା ଦାୟିତ୍ୱରେ ଥିଲେ ଯବାନ, ଗଂଜେଇ ଚାଲାଣ କରି ଧରା ହେଲେ

ସୁରକ୍ଷା ପାଇଁ ବର୍ଦ୍ଦି ପିନ୍ଧିଥିବା ତିନିଜଣ ଜବାନ ମୁହଁ ଢାଙ୍କି ଛିଡା ହୋଇଥିଲେ । କାରଣ ଏମାନେ ଅପରାଧ ରୋକିବା ପରିବର୍ତ୍ତେ ଅପରାଧି ହୋଇଯାଇଛନ୍ତି । ତାହା ପୁଣି ଗଂଜେଇ ଚାଲାଣରେ ଗିରଫ । ଏବେ ଆସନ୍ତୁ ଜାଣିବା ଏମାନଙ୍କ ପରିଚୟ । ଜଣେ ହେଉଛନ୍ତି କୁନାର ସିଂ, ଆଉ ଜଣେ ତ୍ରିଲୋଚନ ରଣା । ତୃତୀୟ ଜବାନ ଜଣକ ନୀଲମ ବାର୍ଲା । ଏହି ତିନିଜଣଙ୍କ ପାଖରୁ ଜବତ ଗଂଜେଇର ପରିମାଣ ୧୫ କେ.ଜି ୯୦୦ ।

ଡବଲ୍ ମର୍ଡର ଘଟଣାର ସିନ୍ ରିକ୍ରିଏଶନ୍
Double Murder: ଦୁଇ ଭାଇଙ୍କୁ ହତ୍ୟା ଘଟଣା, ସିନ୍ ରିକ୍ରିଏଶନ କଲା କ୍ରାଇମବ୍ରାଞ୍ଚ

ରବିବାର ବିଳମ୍ବିତ ରାତିରେ ପ୍ରଥମେ ସାନ ପୁଅ ବିକାଶକୁ ଟେକି ନେଇ ପାଇଖାନା ଘରେ ଶୁଆଇ ଦେଇଥିଲେ। ପରେ ବଡ଼ ପୁଅ ଆକାଶର ତଣ୍ଟି ଚିପି ହତ୍ୟା କରିଥିଲେ। ଆକାଶ ପାଟି କରି ଚିଲାଇବାରୁ ଆକାଶ ପାଟିରେ ଜେଜେ ମା ସୌରି ଲୁଗା ପୁରେଇ ପାଟିକୁ ବନ୍ଦ କରିଦେଇଥିଲା। ଯାହା ଫଳରେ ବାହାରକୁ ପାଟି ଶୁଣାଯାଇ ନଥିଲା।