/odishatv-khabar/media/post_attachments/uploadimage/library/16_9/16_9_0/cuttack-corona_1625357958.jpg)
cuttack-corona
କଟକ: କଟକ ମହାନଗରରୁ ଆଉ ୨୨୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟିନରୁ ୬୦, ହୋମ୍ କ୍ୱାରେଣ୍ଟିନରୁ ୮୨ ଓ ଲୋକାଲ କେସ୍ ୮୫ ରହିଥିବା ନେଇ କଟକ ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।
Advertisment
ସେହିପରି କ୍ୟାଣ୍ଟନମେଣ୍ଟ ରୋଡ଼ କିଲ୍ଲାପଡ଼ିଆ ଅଞ୍ଚଳରୁ ୧୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନୟାବଜାର ଅଞ୍ଚଳରୁ ୬, ମହାନଦୀ ବିହାର ଅଞ୍ଚଳରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
କଲେଜ ଛକ, ଜଗତପୁର, ଚାଉଳିଆଗଞ୍ଜ, ଶଙ୍କରପୁରରୁ ମଧ୍ୟ ୪ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗୋପାଳପୁର, ଚାନ୍ଦିନୀଚୌକ, ତାରିଣୀବିହାର, ଓଡ଼ିଆ ବଜାରରୁ ୩ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସିଏମ୍ସି କହିଛି।
Advertisment
ଅନ୍ୟପଟେ ଆଜି ରାଜଧାନୀ ଭୁବନେଶ୍ୱରରୁ ମଧ୍ୟ ଦିନକରେ ୫୫୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୫୫୦ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨୪୩ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୩୦୭ ରହିଛି। ଏନେଇ ବିଏମ୍ସି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)