/odishatv-khabar/media/post_attachments/uploadimage/library/16_9/16_9_0/ko_1627107423.jpg)
ko
ଟିଟିଲାଗଡ଼: ବେଙ୍ଗାଲୁରୁର ଏକ ଇଟା ଭାଟିକୁ କାମ କରିବାକୁ ଯାଇ ନିର୍ଯାତନାର ଶିକାର ହୋଇଥିବା ୨୦୪ ଜଣ ଦାଦନ ଶ୍ରମିକଙ୍କୁ ଶ୍ରମ ବିଭାଗ ପକ୍ଷରୁ ଉଦ୍ଧାର କରଯାଇଛି। ଆଜି ସମସ୍ତ ଦାଦନ ଶ୍ରମିକ ଏକ ଟ୍ରେନ୍ରେ ଟିଟିଲାଗଡ଼ରେ ପହଞ୍ଚିଛନ୍ତି।
ଏହି ଦାଦନ ଶ୍ରମିକମାନେ ନିଜ ଅଞ୍ଚଳରେ କାମ ଧନ୍ଦା ନପାଇ ଗତ ଦଶହାର ମାସରୁ ପରିବାର ଲୋକଙ୍କୁ ନେଇ ବେଙ୍ଗାଲୁରୁ ନିକଟ ଉର୍ବାନ ଜିଲ୍ଲାର ପି.ଭି ଗଣେଶ ଇଟା ଭାଟିରେ କାମ କରିବାକୁ ଯାଇଥିଲେ। ହେଲେ ଇଟାଭାଟି ମାଲିକ ସେମାନଙ୍କୁ ଠିକ୍ ଭାବେ ଖାଇବାକୁ ଦେଉ ନଥିଲା। ଏଥିସହିତ ସେମାନେ ଅସ୍ୱାସ୍ଥ୍ୟକର ପରିବେଶରେ ରହୁଥିଲେ। ଏନେଇ କର୍ଣ୍ଣାଟକ ଶ୍ରମ ବିଭାଗ ଓ କିଛି ସ୍ୱେଚ୍ଛାସେବୀ ସଙ୍ଗଠନ ଜାଣିପାରି ଓଡ଼ିଶାର ଶ୍ରମ ବିଭାଗକୁ ଯୋଗାଯୋଗ କରିଥିଲେ। ଏହାପରେ ରାଜ୍ୟ ଶ୍ରମ ବିଭାଗ ଶ୍ରମିକମାନଙ୍କୁ ଉଦ୍ଧାର କରି ଏଠାକୁ ଫେରାଇ ଆଣିଛି।
ଏହି ଶ୍ରମିକମାନଙ୍କ ଘର ସୁବର୍ଣ୍ଣପୁର, ବଲାଙ୍ଗିର, ନୂଆପଡା, ବରଗଡ ଓ ବୌଦ୍ଧ ଜିଲ୍ଲାରେ। ଏହାସହ କିଛି ଶ୍ରମିକ ଛତିଶଗଡ଼ର ବୋଲି ବି ଜଣାପଡ଼ିଛି। ଉଦ୍ଧାର ଶ୍ରମିକମାନଙ୍କ ମଧ୍ୟରେ ମହିଳା, ଶିଶୁ ଓ ନାବାଳକ ଅଛନ୍ତି। ଏହି ଶ୍ରମିକମାନଙ୍କୁ ସେମାନଙ୍କ ଗାଁକୁ ପଠାଯିବା ସହ ଥଇଥାନ କରିବାକୁ ଉଦ୍ୟମ କରାଯିବ ବୋଲି ବଲାଙ୍ଗିର ଶ୍ରମ ବିଭାଗର ଶ୍ରମ ନିରୀକ୍ଷକ ନିରଞ୍ଜନ ଭୁୟାଁ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)