/odishatv-khabar/media/post_attachments/uploadimage/library/16_9/16_9_0/salapur-10_1626759289.jpg)
salapur
ସାଲେପୁର(ମନୋଜ ଆଚାର୍ଯ୍ୟ): କଟକ ଜିଲ୍ଲା ନେମାଳ ଥାନା ଅନ୍ତର୍ଗତ ତାରିତୋ-କୋଟିଲୋ ଠାରେ ଟ୍ରକ୍ ଧକ୍କାରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ଏଥିସହ ଜଣେ ଆହତ ହୋଇଛନ୍ତି। ମୃତକଦ୍ୱୟ ହେଲେ ଦାଇଲୋର ଗାଁର ଜ୍ୟୋତି ରଞ୍ଜନ ଦାସ ଓ ଦିଲ୍ଲୀପ ଦାସ।
ଜ୍ୟୋତି ଓ ଦିଲ୍ଲୀପ ଏକ ବାଇକ୍ରେ ବୀଲହାଟକୁ ଯାଉଥିବା ବେଳେ ସାମ୍ନାରୁ ଆସୁଥିବା ଏକ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା। ତେବେ ଆହତ ଶ୍ରୀକାନ୍ତ ଅନ୍ୟ ଏକ ବାଇକ୍ରେ ଆସୁଥିଲେ।
ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ରାସ୍ତାରେ ଛିଡ଼ା ହୋଇଥିବା ୩ଟି ଟ୍ରକକୁ ଜାଳି ଦେଇଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ଆସି ନିଆଁକୁ ଲିଭାଇ ଥିଲେ।
/odishatv-khabar/media/post_attachments/wp-content/uploads/2019/03/salepur-18.jpg)
ତେବେ ଆଜି ସକାଳେ ସ୍ଥାନୀୟ ବାସିନ୍ଦା ଅଶୁରେଶ୍ୱର-ତାରିତୋ ରାସ୍ତାରେ ହାଇଓ୍ୱା ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଦାବିକରି ଦୁର୍ଘଟଣାସ୍ଥଳରେ ବାଉଁଶ ବାନ୍ଧି ରାସ୍ତା ଅବରୋଧ କରିଛନ୍ତି।
ଏନେଇ ନେମାଳ ଆଇଆଇସି ନିହାର ମହାନ୍ତି କହିଛନ୍ତି,“ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧିନ ଅଛି ଏବଂ ଗାଁ ଲୋକଙ୍କୁ ବୁଝାସୁଝା କରାଯାଉଛି। ମୃତ ଜ୍ୟୋତି ରଞ୍ଜନ ଦାସ ଏବଂ ଦିଲ୍ଲୀପ ଦାସଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଆହତ ଶ୍ରୀକାନ୍ତ ଦାସଙ୍କୁ କଟକ ବଡ଼ମେଡିକାଲରେ ଭର୍ତ୍ତି କରାଯାଇଛି।”
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)