Advertisment

କୁଖ୍ୟାତ ଅପରାଧୀ ଡି ବ୍ରଦର୍ସ ଗ୍ୟାଙ୍ଗର ଦୁଇ ସଦସ୍ୟ ଗିରଫ

କଟକ: କଟକର କୁଖ୍ୟାତ ଅପରାଧୀ ଡି ବ୍ରଦର୍ସ ଗ୍ୟାଙ୍ଗର ଦୁଇ ସଦସ୍ୟ ଗିରଫ। ଦୁଇ ଅଭିଯୁକ୍ତ ହେଲେ ଡାନି ଓ ରନିଆ। କଟକର ଲାଲବାଗ ଥାନା ପୋଲିସ ଉଭୟଙ୍କୁ ଗିରଫ କରିଛି। ଦୁଇ ଅପରାଧୀଙ୍କଠାରୁ ୨ଟି ବନ୍ଧୁକ, ୬୯ଟି ଗୁଳି, ୩ଟି ମ୍ୟାଗଜିନ ଜବତ ହୋଇଛି। ଏହି ଦୁଇ ଜଣ ଗିରଫ ହେବା ପରେ ଡି ଗ୍ୟାଙ୍ଗ ପୁଣି ସକ୍ରିୟ ହୋଇଥିବା ଜଣାପଡୁଛି। କଟକ ଡିସିପି ପ୍ରତୀକ ସିଂହ କହିଛନ୍ତି, ଗତରାତିରେ ଲାଲବାଗ ଥାନାରେ ଜଣେ ବ୍ୟକ୍ତି […]

author-image
Abinash Pati
କୁଖ୍ୟାତ ଅପରାଧୀ ଡି ବ୍ରଦର୍ସ ଗ୍ୟାଙ୍ଗର ଦୁଇ ସଦସ୍ୟ ଗିରଫ

d brothers

କଟକ: କଟକର କୁଖ୍ୟାତ ଅପରାଧୀ ଡି ବ୍ରଦର୍ସ ଗ୍ୟାଙ୍ଗର ଦୁଇ ସଦସ୍ୟ ଗିରଫ। ଦୁଇ ଅଭିଯୁକ୍ତ ହେଲେ ଡାନି ଓ ରନିଆ। କଟକର ଲାଲବାଗ ଥାନା ପୋଲିସ ଉଭୟଙ୍କୁ ଗିରଫ କରିଛି। ଦୁଇ ଅପରାଧୀଙ୍କଠାରୁ ୨ଟି ବନ୍ଧୁକ, ୬୯ଟି ଗୁଳି, ୩ଟି ମ୍ୟାଗଜିନ ଜବତ ହୋଇଛି।

Advertisment

ଏହି ଦୁଇ ଜଣ ଗିରଫ ହେବା ପରେ ଡି ଗ୍ୟାଙ୍ଗ ପୁଣି ସକ୍ରିୟ ହୋଇଥିବା ଜଣାପଡୁଛି। କଟକ ଡିସିପି ପ୍ରତୀକ ସିଂହ କହିଛନ୍ତି, ଗତରାତିରେ ଲାଲବାଗ ଥାନାରେ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ ଯେ, ଡାନି ଓ ରନିଆ ତାଙ୍କୁ ଘରୁ ଡାକି ନେଇଥିଲେ, ଏବଂ ବିଭିନ୍ନ ସ୍ଥାନରୁ ଦାଦାବଟି ଆଦାୟ କରିବାକୁ ପ୍ରବର୍ତ୍ତାଇଥିଲେ। ଏଥିରେ ରାଜି ନ ହେବାରୁ ବନ୍ଧୁକ ଦେଖାଇ ଡରାଇଥିଲେ। ଏହି ସମୟରେ ପାଟିତୁଣ୍ଡ ହେବାରୁ ଲୋକେ ଜମା ହୋଇଯାଇଥିଲେ। ଲୋକଙ୍କୁ ଦେଖି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ ଡାନି ଓ ରନିଆ।

ସେହି ଅଭିଯୋଗ ଆଧାରରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଉଭୟଙ୍କ ନାଁରେ ଆଗରୁ ବହୁ ମାମଲା ରହିଛି। ଜେଲ୍‌ରୁ ଏମାନଙ୍କ ନିକଟକୁ କେମିତି ନିର୍ଦ୍ଦେଶ ଆସିଲା, ସେ ଦିଗରେ ମଧ୍ୟ ତଦନ୍ତ ହେଉଛି।

Advertisment
Advertisment
Advertisment