/odishatv-khabar/media/post_attachments/uploadimage/library/16_9/16_9_0/money-12_1626759127.jpg)
money
ଝାରସୁଗୁଡ଼ା(ଭାଗିରଥୀ ସାହୁ): ଝାରସୁଗୁଡ଼ା ଜିଲ୍ଲା ବଡମାଲ ଥାନା ସମ୍ମୁଖରେ ଗାଡ଼ି ଯାଞ୍ଚ ବେଳେ ଏକ ଇନୋଭା ଗାଡ଼ିରୁ ୨ ଲକ୍ଷ ୫୦ ହଜାର ଟଙ୍କା ପୁଲିସ୍ ଜବତ କରିଛି। ଗାଡ଼ିଟି ସମ୍ବଲପୁରରୁ ଛତିଶଗଡ଼ର ଚମ୍ପାକୁ ଯାଉଥିବା ଜଣାପଡ଼ିଛି। ଗାଡ଼ିର ମାଲିକ ଛତିଶଗଡ଼ ଚମ୍ପାର ବ୍ୟବସାୟୀ ଅରବିନ୍ଦ ଅଗ୍ରଓ୍ୱାଲ।
Advertisment
ଅରବିନ୍ଦଙ୍କୁ ବଡମାଲ ଥାନାରେ ଅଟକ ରଖି ପୁଲିସ୍ ପଚରାଉଚରା ଜାରି ରଖିଛି। ଟଙ୍କା କେଉଁଠୁ ଆସିଲା ସେନେଇ ଅଧିକ ଖୋଳତାଡ଼ ଆରମ୍ଭ ହୋଇଛି। ସାଧାରଣ ର୍ନିବାଚନକୁ ଦୃଷ୍ଟିରେ ରଖି ଟଙ୍କା କାରବାରକୁ ରୋକ ଲଗାଇବା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ବ୍ୟାପକ ପଦକ୍ଷେପ ନେଉଥିବା ପୁଲିସ୍ କହିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)