/odishatv-khabar/media/post_attachments/uploadimage/library/16_9/16_9_0/coronavirus_1625368353.jpg)
coronavirus
କଟକ: ଆଜି କଟକ ମହାନଗରରୁ ୧୮୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଜଗତପୁର ଅଞ୍ଚଳରୁ ୬, ସିଡିଏ ସେକ୍ଟର- ୬ ଅଞ୍ଚଳରୁ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ କଟକ ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଚିହ୍ନଟ ହୋଇଥିବାରୁ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଚାନ୍ଦିନୀଚୌକ ଓ ଦେଉଳ ସାହିରୁ ୪ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶଙ୍କରପୁର, କଲ୍ୟାଣୀ ନଗର, ତେଲେଙ୍ଗା ବଜାର, CDA ସେକ୍ଟର-୯ରୁ ୩ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି କଟକ ଜିଲ୍ଲାରେ ୩୧୮ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସିଏମ୍ସି ସୂଚନା ଦେଇଛି। ଆଜି ରାଜଧାନୀ ଭୁବନେଶ୍ୱରରେ କିନ୍ତୁ ୩୦୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
#COVID19 update in Cuttack city (CMC area)
Out of the 312 new COVID19 +ve cases reported today in #Cuttack district, 198 +ve cases belong to Cuttack city (CMC area).
Another 318 recoveries (31st August data) have been reported recently! KUDOS to all doctors & healthcare staff. pic.twitter.com/ud7f1Jve77
— CMC,Cuttack (@CMCCuttack) September 1, 2020
ଆଜି ଭୁବନେଶ୍ୱର ମହାନଗର ଅଞ୍ଚଳରେ ଆଉ ୩୦୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ୩୦୭ରୁ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୩୫ ଏବଂ ୧୭୨ ଲୋକାଲ କଣ୍ଟାକ୍ଟ କେସ୍ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)