/odishatv-khabar/media/post_attachments/uploadimage/library/16_9/16_9_0/bbubaneswar_1625439483.jpg)
bbubaneswar
ଭୁବନେଶ୍ୱର: ଭୁବନେଶ୍ୱର ସହରରେ ଆଜି ଆଉ ୧୮୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୮୭ ଜଣଙ୍କ ମଧ୍ୟରୁ ୧୦୪ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୮୩ ଜଣ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ବିଏମ୍ସି।
Advertisment
ସେହିଭଳି ଜୟଦେବ ବିହାରର ଏକ ହୋଟେଲର ୧୮ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨ଟି ଘରୋଇ ହସ୍ପିଟାଲରୁ ୬ ଜଣ ଲେଖାଏଁ ମୋଟ ୧୨ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ମଞ୍ଚେଶ୍ୱରରୁ ୫, ଚନ୍ଦ୍ରଶେଖରପୁର ବିଡିଏ କଲୋନିରୁ ୫ ଚିହ୍ନଟ ହୋଇଥିବା ନେଇ ବିଏମ୍ସି ସୂଚନା ଦେଇଛି।
Advertisment
ଚନ୍ଦ୍ରଶେଖରପୁରରୁ ଅଲଗା ଅଲଗା ମୋଟ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗଙ୍ଗନଗରରୁ ୩, ଲକ୍ଷ୍ମୀସାଗରରୁ ୩, ସତ୍ୟନଗରରୁ ୩ ଲୋକାଲ କେସ୍ ଚିହ୍ନଟ ହୋଇଥିବା ବିଏମ୍ସି କହିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)