/odishatv-khabar/media/post_attachments/uploadimage/library/16_9/16_9_0/coron-cure_1625459583.jpg)
coron-cure
ଭୁବନେଶ୍ୱର: ଆଜି ରାଜ୍ୟରେ ୧୮୧୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୭୦୦ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୦୨, କଟକରୁ ୧୪୭, ଗଜପତିରୁ ୧୩୬ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଉଛି।
ସେହିଭଳି ଆଜି ଢେଙ୍କାନାଳରୁ ୧୧୬, ସୁନ୍ଦରଗଡ଼ରୁ ୧୦୬, ସମ୍ବଲପୁରରୁ ୬୨ ସୁସ୍ଥ ହୋଇଥିବା ବେଳେ ରାୟଗଡ଼ାରୁ ୫୫, କେନ୍ଦୁଝରରୁ ୩୭, ଅନୁଗୁଳରୁ ୩୪ ସୁସ୍ଥ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।
62 from Sambalpur
55 from Rayagada
37 from Keonjhar
34 from Angul
24 from Kalahandi
22 from Koraput
20 from Jajpur
19 from Baragarh
17 from Balasore
15 from Bolangir
15 from Mayurbhanj
14 from Kendrapara
13 from Bhadrak
11 each from Deogarh & Nabarangpur— H & FW Dept Odisha (@HFWOdisha) August 7, 2020
କଳାହାଣ୍ଡିରୁ ମଧ୍ୟ ୨୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କୋରାପୁଟରୁ ୨୨, ଯାଜପୁରରୁ ୨୦ ସୁସ୍ଥ
ବରଗଡ଼ରୁ ୧୯, ବାଲେଶ୍ୱରରୁ ୧୭, ବଲାଙ୍ଗିରରୁ ୧୫ ସୁସ୍ଥ ହୋଇଥିବା ବେଳେ ମୟୂରଭଞ୍ଜରୁ ୧୫ ଜଣ କେନ୍ଦ୍ରାପଡ଼ାରୁ ୧୪ ଓ ଭଦ୍ରକରୁ ୧୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରିଛି।
ସେହିଭଳି ଦେବଗଡ଼ ଓ ନବରଙ୍ଗପୁରରୁ ୧୧ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଜଗତସିଂହପୁର ଓ ଝାରସୁଗୁଡ଼ାରୁ ୮ ଲେଖାଏଁ ସୁସ୍ଥ ହୋଇଛନ୍ତି। ପୁରୀରୁ ୬, ସୋନପୁରରୁ ୪, ମାଲକାନଗିରିରୁ ୩ ସୁସ୍ଥ ହୋଇଥିବା ନେଇ ସୂଚନା ମିଳିଛି। ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇଲେ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୮୬୯୭କୁ ବୃଦ୍ଧି ପାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)