Advertisment

ସ୍ୱତନ୍ତ୍ର ବିମାନରେ ଫେରିଲେ କେରଳରେ ଫସିରହିଥିବା ଓଡ଼ିଆ ଝିଅ

ଭୁବନେଶ୍ୱର: କେରଳରୁ ଫେରିଲେ ୧୬୯ ଓଡ଼ିଆ ଝିଅ। ଲକଡାଉନ୍ ଯୋଗୁ କେରଳରେ ଫସି ରହିଥିବା ଝିଅମାନଙ୍କୁ ଭୁବନେଶ୍ୱରକୁ ଅଣାଯାଇଛି। ଏକ ସ୍ୱତନ୍ତ୍ର ବିମାନରେ ଏମାନଙ୍କୁ ଏର୍ଣ୍ଣାକୁଲମରୁ ଭୁବନେଶ୍ୱରକୁ ଅଣାଯାଇଛି। ଏର୍ଣ୍ଣାକୁଲମର ଏକ କପଡ଼ା କାରଖାନାରେ ଏମାନେ ସମସ୍ତେ କାମ କରୁଥିଲେ। ଲକଡାଉନ୍ ଯୋଗୁଁ ଏମାନେ ସେଠି ଫସି ରହିଥିଲେ। କେରଳରୁ ଫେରିଥିବା ସମସ୍ତ ଝିଅ କେନ୍ଦ୍ରାପଡ଼ା ରାଜନଗର ଅଞ୍ଚଳର ବୋଲି ସୂଚନା ମିଳିଛି। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଏମାନଙ୍କୁ ବସ୍ ଯୋଗେ ନିଜ ଅଞ୍ଚଳକୁ […]

author-image
Chandan Shishu
ସ୍ୱତନ୍ତ୍ର ବିମାନରେ ଫେରିଲେ କେରଳରେ ଫସିରହିଥିବା ଓଡ଼ିଆ ଝିଅ

keral

ଭୁବନେଶ୍ୱର: କେରଳରୁ ଫେରିଲେ ୧୬୯ ଓଡ଼ିଆ ଝିଅ। ଲକଡାଉନ୍ ଯୋଗୁ କେରଳରେ ଫସି ରହିଥିବା ଝିଅମାନଙ୍କୁ ଭୁବନେଶ୍ୱରକୁ ଅଣାଯାଇଛି। ଏକ ସ୍ୱତନ୍ତ୍ର ବିମାନରେ ଏମାନଙ୍କୁ ଏର୍ଣ୍ଣାକୁଲମରୁ ଭୁବନେଶ୍ୱରକୁ ଅଣାଯାଇଛି।

Advertisment

ଏର୍ଣ୍ଣାକୁଲମର ଏକ କପଡ଼ା କାରଖାନାରେ ଏମାନେ ସମସ୍ତେ କାମ କରୁଥିଲେ। ଲକଡାଉନ୍ ଯୋଗୁଁ ଏମାନେ ସେଠି ଫସି ରହିଥିଲେ। କେରଳରୁ ଫେରିଥିବା ସମସ୍ତ ଝିଅ କେନ୍ଦ୍ରାପଡ଼ା ରାଜନଗର ଅଞ୍ଚଳର ବୋଲି ସୂଚନା ମିଳିଛି।

ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଏମାନଙ୍କୁ ବସ୍ ଯୋଗେ ନିଜ ଅଞ୍ଚଳକୁ ପଠାଯାଇଛି। କୋଭିଡ୍ ନିୟମ ମୁତାବକ ଏମାନେ କ୍ୱାରେଣ୍ଟିନ୍ ସେଣ୍ଟରରେ ରହିବେ।

Advertisment

କେରଳରେ ଫସି ରହିଥିବା ବେଳେ ଏମାନଙ୍କ ଫେରିବାକୁ ନେଇ ଆଗରୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନଙ୍କୁ ଅନୁରୋଧ କରିଥିଲେ।

Advertisment
Advertisment