Advertisment

ଆଜି ରାଜ୍ୟରେ ୧୬୨୧ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୬୨୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୧୬୨୧ ସୁସ୍ଥଙ୍କ ମଧ୍ୟରୁ ଗଞ୍ଜାମରେ ସର୍ବାଧିକ ୩୨୪ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୬୫ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଗଜପତିରୁ ୧୨୭, କଟକରୁ ୧୧୦, ପୁରୀ ୮୫, କୋରାପୁଟ ୬୯, ନୂଆପଡ଼ା ୬୮, ବାଲେଶ୍ୱରରୁ ୮୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା […]

author-image
Abinash Pati
ଅଦ୍ୟତନ ହୋଇଛି
ଆଜି ରାଜ୍ୟରେ ୧୬୨୧ କରୋନା ଆକ୍ରାନ୍ତ ସୁସ୍ଥ

corona-cure

ଭୁବନେଶ୍ୱର: ଆଜି ରାଜ୍ୟରେ ୧୬୨୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୧୬୨୧ ସୁସ୍ଥଙ୍କ ମଧ୍ୟରୁ ଗଞ୍ଜାମରେ ସର୍ବାଧିକ ୩୨୪ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୬୫ ଜଣ ସୁସ୍ଥ ହୋଇଛନ୍ତି।

Advertisment

ସେହିପରି ଗଜପତିରୁ ୧୨୭, କଟକରୁ ୧୧୦, ପୁରୀ ୮୫, କୋରାପୁଟ ୬୯, ନୂଆପଡ଼ା ୬୮, ବାଲେଶ୍ୱରରୁ ୮୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ନୟାଗଡ଼ରୁ ମଧ୍ୟ ୬୨ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ବରଗଡ଼ରୁ ୫୪ ଓ କଳାହାଣ୍ଡିରୁ ୪୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ଼ରୁ ୪୧, କନ୍ଧମାଳରୁ ୨୫, ମାଲକାନଗିରିରୁ ୩୩, ଯାଜପୁରରୁ ୩୨, ଢେଙ୍କାନାଳରୁ ୨୫, କେନ୍ଦ୍ରାପଡ଼ାରୁ ୨୩, ଭଦ୍ରକରୁ ୨୨ ଜଣ ସୁସ୍ଥ ହୋଇଛନ୍ତି। ସେହିଭଳି ବଲାଙ୍ଗିର ୨୨, ମୟୂରଭଞ୍ଜ ୨୧, ଝାରସୁଗୁଡ଼ା ୨୦ ରାୟଗଡ଼ା ୧୮, କେନ୍ଦୁଝଧର ୧୭ ସମ୍ବଲପୁର ୧୪ ବୌଦ୍ଧ ୧୧ ଓ ନବରଙ୍ଗପୁର ୮ ଜଣ, ଜଗତସିଂହପୁରରୁ ୩ ସୋନପୁରରୁ ୨ ଓ ଅନୁଗୁଳରୁ ୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୪୬,୯୩୫ରେ ପହଞ୍ଚିଛି।

Advertisment
Advertisment
Advertisment