Advertisment

ଆଜି କଟକରେ କରୋନା ଦେଢ଼ଶହ ପାର୍

କଟକ: କଟକ ସହରରୁ ଆଜି ଆଉ ୧୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୬୨ରୁ ୧୦୦ ଜଣ ଆକ୍ରାନ୍ତ କେବଳ କ୍ୱାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୬୨ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ସିଏମ୍ସି। ତେବେ ଆଜି ସର୍ବାଧିକ କରୋନା ଆକ୍ରାନ୍ତ ଚାଉଳିଆଗଂଜ ତଳସାହିରୁ ଚିହ୍ନଟ ହୋଇଛନ୍ତି। ଏଠାରୁ ୨୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଥୋରିଆ ସାହିରୁ ୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହଭିଳ […]

author-image
Abinash Pati
ଅଦ୍ୟତନ ହୋଇଛି
ଆଜି କଟକରେ କରୋନା ଦେଢ଼ଶହ ପାର୍

cuttac

କଟକ: କଟକ ସହରରୁ ଆଜି ଆଉ ୧୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୬୨ରୁ ୧୦୦ ଜଣ ଆକ୍ରାନ୍ତ କେବଳ କ୍ୱାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୬୨ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ସିଏମ୍ସି।

Advertisment

ତେବେ ଆଜି ସର୍ବାଧିକ କରୋନା ଆକ୍ରାନ୍ତ ଚାଉଳିଆଗଂଜ ତଳସାହିରୁ ଚିହ୍ନଟ ହୋଇଛନ୍ତି। ଏଠାରୁ ୨୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଥୋରିଆ ସାହିରୁ ୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହଭିଳ ନୂଆବଜାରରୁ ୧୦ ଆକ୍ରାନ୍ତ, ଖାନ୍ ନଗରରୁ ୪, ଭାଣପୁରରୁ ୩ ଓ ବକ୍ସି ବଜାରରୁ ୨ ଚିହ୍ନଟ ହୋଇଛନ୍ତି। ସେହିଭଳି ମଠସାହିରୁ ୧୫ ଲୋକାଲ କଣ୍ଟାକ୍ଟ କେସ୍ ଓ
ବିଦ୍ୟାଧରପୁରରୁ ୫, ନୂଆବଜାରରୁ ୪, ତୁଳସୀପୁରରୁ ୩ ଚିହ୍ନଟ ହୋଥିବା ସିଏମ୍‌ସି କହିଛି।

Advertisment

ଆଜି ଭୁବନେଶ୍ୱରରେ ୩୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୦୪ କ୍ୱାରେଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୬୬ ଲୋକାଲ କଣ୍ଟାକ୍ଟ କେସ ରହିଛି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ।

ସେହିଭଳି ଆଜି ରାଜ୍ୟରେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୧୦ କରୋନା ରୋଗୀ ଆଖି ବୁଜିଛନ୍ତି। ଏ ନେଇ ଆଜି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏହାକୁ ମିଶାଇ ରାଜ୍ୟରେ ମୃତକଙ୍କ ସଂଖ୍ୟା ୩୭୨ ଛୁଇଁଛି।

ମୃତକଙ୍କ ମଧ୍ୟରୁ ସର୍ବାଧିକ ୪ ଜଣ ଗଞ୍ଜାମ (Ganjam) ଜିଲ୍ଲାରୁ ଅଛନ୍ତି। ଏଥିସହିତ ସୁନ୍ଦରଗଡ଼ ଓ ଭୁବନେଶ୍ୱରରୁ ୨ ଜଣ ଲେଖାଏ ଏବଂ ଭଦ୍ରକ ଓ ବରଗଡ଼ରୁ ଜଣେ ଲେଖାଏ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି।

ଅନ୍ୟପଟେ ଓଡ଼ିଶାରେ ଗୋଟିଏ ଦିନରେ ୨,୫୮୯ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ୨,୫୮୯ ଆକ୍ରାନ୍ତଙ୍କ ମଧ୍ୟରୁ ୧,୫୭୪ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧,୦୧୫ ରହିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହଭଳି ଆଜି ୫୩ ହଜାର ୧୫ କରୋନା ଟେଷ୍ଟ ହୋଇଥିବା ସୂଚନା ଦିଆଯାଇଛି।

Advertisment
Advertisment