/odishatv-khabar/media/media_files/2025/10/31/ekyc-2025-10-31-20-59-21.jpg)
ekyc Photograph: (OTV)
ରାସନ କାର୍ଡ ଇ-କେୱାଇସି ଡେଡ୍ ଲାଇନକୁ ନେଇ ଦ୍ୱନ୍ଦ୍ବ । ଆଜି ସରିଲା ନା ଆସନ୍ତାକାଲି ହେବ । ଆଉ ଚାଉଳ ମିଳିବ ନା କଟିଯିବ କାର୍ଡ । ଚିନ୍ତାରେ ଇ-କେୱାଇସି କରିନଥିବା 15 ଲକ୍ଷ ହିତାଧିକାରୀ ।
ଅକ୍ଟୋବର ୩୦ ସୁଦ୍ଧା କେଉଁ ଜିଲ୍ଲାରେ କେତେ ହିତାଧିକାରୀ ବାକି ଅଛନ୍ତି। ସର୍ବାଧିକ ଗଞ୍ଜାମ ଜିଲ୍ଲାରେ ଲକ୍ଷେ ୫୬ ହଜାର ୫୯, କଟକରେ ୮୭ ହଜାର ୧, ବଲାଙ୍ଗୀରରେ ୬୪ ହଜାର ୯୬୫, ମୟୂରଭଞ୍ଜ ୭୬ ହଜାର ୩୮୦, ବାଲେଶ୍ୱର ୭୪ ହଜାର ୮୮, କଳାହାଣ୍ଡି ୭୬ ହଜାର ୫୫, କେନ୍ଦ୍ରାପଡା ୭୧ ହଜାର ୭୧୦। ଏମିତି ଆଉ ଅନ୍ୟ ଜିଲ୍ଲାକୁ ମିଶାଇ ମୋଟ ୧୫ ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀ ଏଯାଏଁ ଇ-କେୱାଇସି କରିନାହାନ୍ତି। ଯୋଗାଣ ବିଭାଗର ଅଧିକାରୀ କହିଛନ୍ତି ଆଜି ଠୁ ଇ-କେୱାଇସି ବନ୍ଦ ପାଇଁ କୌଣସି ଅଫିସିଆଲ୍ ନିର୍ଦ୍ଦେଶନାମା ଆସିନାହିଁ।...
ତେବେ ସର୍ବାଧିକ ହିତାଧିକାରୀ ଇକେୱାଇସି କରିନଥିବା ଜିଲ୍ଲା ହେଉଛି ଗଞ୍ଜାମ। ଆଉ ଏଠି ସମସ୍ୟା ହେଉଛି ଅନେକ ଲୋକ ଦାଦନ ଖଟିବାକୁ ବାହାରକୁ ଯାଇଛନ୍ତି। ଏଇ ଯେମିତି ଖଲ୍ଲିକୋଟ କଦଳୀବସନ୍ତ ଗାଁର ସାବିତ୍ରୀ ଦାସ। ସାବିତ୍ରୀଙ୍କ ସ୍ୱାମୀ ବାହାର ରାଜ୍ୟରେ ଦାଦନ ଖଟୁଥିବା ବେଳେ ୨ ଜଣ ପୁତୁରା ଯାଇ ଦେଶ ବାହାରେ କାମ କରୁଛନ୍ତି। ୨ ବର୍ଷ ହେଲା ଗାଁକୁ ଆସିନାହାନ୍ତି। ତେଣୁ ଚାଉଳ ବନ୍ଦ ନକରି ଇ-କେୱାଇସି ସମୟ ସୀମା ବଢାଇବାକୁ ଅନୁରୋଧ କରିଛନ୍ତି ସାବିତ୍ରୀ। ଆଉ ଜଣେ କାର୍ଡଧାରୀ କୁମାରୀ ପ୍ରଧାନଙ୍କର ବି ସମାନ ସ୍ଥିତି।...
ପୂର୍ବରୁ ସେପ୍ଟେମ୍ବର ୩୦ ଇ-କେୱାଇସି ଡେଡଲାଇନ୍ ରହିଥିଲା। କିନ୍ତୁ କୌଣସି ବିଧିବଦ୍ଧ ନିର୍ଦ୍ଦେଶନାମା ପରେ ବି ଅକ୍ଟୋବର ମାସରେ ଚାଲୁ ରହିଥିଲା ଇ-କେୱାଇସି। ଯଦିଓ ୩୧ ସୁଦ୍ଧା ସାରିବାକୁ ସମସ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା କିନ୍ତୁ ଆଜି ସୁଦ୍ଧା ବନ୍ଦ କରିବାକୁ କୌଣସି ନିର୍ଦ୍ଦେଶନାମା ଦିଆଯାଇନାହିଁ। ଏବେ ଅପେକ୍ଷା ବିଭାଗର ପରବର୍ତ୍ତୀ ନିଷ୍ପତ୍ତିକୁ।.....
First White Lynx: କ୍ୟାମେରାରେ କଏଦ ହେଲା ରହସ୍ୟମୟ ଜୀବ ! ଦେଖିଲେ ଡରିଯିବେ

BJP Attacks: ବଙ୍ଗଳାର ଫଟୋ ସହ କେଜ୍ରିୱାଲଙ୍କୁ ବିଜେପିର ଟାର୍ଗେଟ , ଦିଲ୍ଲୀ ପରେ ପଞ୍ଜାବରେ ଶିଶମହଲ ?

Garbage Returns Gift: ଘରକୁ ଗିଫ୍ଟରେ ଆସିବ ଅଳିଆ ଆବର୍ଜନା, ଯଦି କରୁଛନ୍ତି ଏଭଳି କାମ

Mung Bean Sprouts Health Benefits: ପ୍ରତିଦିନ ଗଜାମୁଗ ଖାଆନ୍ତୁ , ମିଳିବ ଏହି ସବୁ ଫାଇଦା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)