/odishatv-khabar/media/post_attachments/uploadimage/library/16_9/16_9_0/student-567_1626758303.jpg)
student
ବାରିପଦା(ମାଣିକଲାଲ୍ ପାଣି): ଜିଲ୍ଲାପାଳଙ୍କୁ ଗୁହାରି ଜଣାଇବାକୁ ଅଭିନବ ପ୍ରତିବାଦ। ଚାଲି ଚାଲି ୫ କିଲୋମିଟର ଗଲେ ଛାତ୍ରୀ। ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ମୁକୁନ୍ଦ ହାଇସ୍କୁଲର ଆଦିବାସୀ ହଷ୍ଟେଲ ଛାତ୍ରୀ ଜିଲ୍ଲାପାଳଙ୍କୁ ଅଭିଯୋଗ ଜଣାଇବା ପାଇଁ ୫ କିଲୋମିଟର ଚାଲିଛନ୍ତି।
Advertisment
ଆଜି ସକାଳେ ହଷ୍ଟେଲର ୧୫ ଜଣ ଛାତ୍ରୀ ଅଭିଯୋଗ ଜଣାଇବା ପାଇଁ ଜିଲ୍ଲାପାଳଙ୍କ ବାରିପଦା ଅଫିସ୍କୁ ବାହାରିଥିଲେ। ତେବେ ସେମାନେ ୫ କିଲୋମିଟର ଯିବା ପରେ ଜିଲ୍ଲା ଓ ପୁଲିସ୍ ପ୍ରଶାସନ ପହଞ୍ଚି ଛାତ୍ରୀଙ୍କୁ ଅଟକାଇଥିଲେ।
ତେବେ ଛାତ୍ରୀମାନଙ୍କ ଅଭିଯୋଗ ସମ୍ପର୍କରେ ପଚାରି ବୁଝିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେମାନେ ନିଜ ଜିଦ୍ରେ ଅଟଳ ରହିଛନ୍ତି। କେବଳ ଜିଲ୍ଲାପାଳଙ୍କ ନିକଟରେ ନିଜ ଅଭିଯୋଗ ଜଣାଇବେ ବୋଲି ଛାତ୍ରୀମାନେ କହିଛନ୍ତି।
Advertisment
ମୟୂରଭଞ୍ଜ ଜିଲ୍ଲାରେ ଏପରି ଘଟଣା ବାରମ୍ବାର ଦେଖିବାକୁ ମିଳିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)