Advertisment

କୋଟିଆର ୨୨ଟି ଗାଁରେ ଜାରି ହେଲା ୧୪୪ ଧାରା

ଜୟପୁର: କୋଟିଆର ୨୨ଟି ଗାଁରେ ୧୪୪ ଧାରା ଜାରି। ଆଜି ସନ୍ଧ୍ୟା ୫ଟାରୁ କାଲି ସନ୍ଧ୍ୟା ୬ଟା ଯାଏଁ ୧୪୪ ଧାରା ଜାରି ହୋଇଛି। ୨୨ଟି ଗାଁରେ ମାଜିଷ୍ଟ୍ରେଟ କ୍ଷମତା ନେଇ ୨୨ ଜଣ ଅଫିସର ରହିବେ। ଅଫିସରମାନଙ୍କ ସହ ୨୨ ଗାଁରେ ବ୍ୟାପକ ପୋଲିସ ମୁତୟନ କରାଯିବ। ଆସନ୍ତାକାଲି ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଦୃଷ୍ଟିରୁ ୧୪୪ ଧାରା ଜାରି କରାଯାଇଛି। ଓଡ଼ିଶାର ସୀମାନ୍ତ ଗାଁରେ ପଞ୍ଚାୟତ ନିର୍ବାଚନ କରିବାକୁ ଆନ୍ଧ୍ର ଚେଷ୍ଟା କରୁଛି। ମଙ୍ଗଳବାର ଆନ୍ଧ୍ରପ୍ରଦେଶ […]

author-image
Chandan Shishu
କୋଟିଆର ୨୨ଟି ଗାଁରେ ଜାରି ହେଲା ୧୪୪ ଧାରା

kotia-yw

ଜୟପୁର: କୋଟିଆର ୨୨ଟି ଗାଁରେ ୧୪୪ ଧାରା ଜାରି। ଆଜି ସନ୍ଧ୍ୟା ୫ଟାରୁ କାଲି ସନ୍ଧ୍ୟା ୬ଟା ଯାଏଁ ୧୪୪ ଧାରା ଜାରି ହୋଇଛି। ୨୨ଟି ଗାଁରେ ମାଜିଷ୍ଟ୍ରେଟ କ୍ଷମତା ନେଇ ୨୨ ଜଣ ଅଫିସର ରହିବେ। ଅଫିସରମାନଙ୍କ ସହ ୨୨ ଗାଁରେ ବ୍ୟାପକ ପୋଲିସ ମୁତୟନ କରାଯିବ। ଆସନ୍ତାକାଲି ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଦୃଷ୍ଟିରୁ ୧୪୪ ଧାରା ଜାରି କରାଯାଇଛି। ଓଡ଼ିଶାର ସୀମାନ୍ତ ଗାଁରେ ପଞ୍ଚାୟତ ନିର୍ବାଚନ କରିବାକୁ ଆନ୍ଧ୍ର ଚେଷ୍ଟା କରୁଛି।

Advertisment

ମଙ୍ଗଳବାର ଆନ୍ଧ୍ରପ୍ରଦେଶ ହାଇର୍କୋଟଙ୍କ ଜଣିକିଆ ଖଣ୍ଡପୀଠ ନିର୍ବାଚନକୁ ସ୍ଥଗିତ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ବୁଧବାର ସନ୍ଧ୍ୟାରେ ସେହି ହାଇକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ ନିର୍ବାଚନ କରିବାକୁ ଆନ୍ଧ୍ର ସରକାରଙ୍କୁ ଅନୁମତି ପ୍ରଦାନ କରିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ପରେ ପୁଣି ନିର୍ବାଚନ କରିବାକୁ ସଜବାଜ ହେଲାଣି ଆନ୍ଧ୍ର ପ୍ରଦେଶ । ମିଳିଥିବା ସୂଚନା ଅନୁଯାୟୀ ରାତି ପାହିଲେ ଅର୍ଥାତ ଗୁରୁବାର ସକାଳୁ କୋଟିଆରେ ‍ଆନ୍ଧ୍ର କରାଇପାରେ ନିର୍ବାଚନ।

ତେବେ ସବୁଠାରୁ ବଡ଼ କଥା ହେଲା ହାଇକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ ଗୁରୁବାର ଭୋଟ ଗ୍ରହଣ କରିବା ପାଇଁ ଅନୁମତି ଦେଇଛନ୍ତି। ହେଲେ ଗଣତି କରିବା ପାଇଁ ଅନୁମତି ଦେଇନାହାନ୍ତି। କୋର୍ଟଙ୍କ କହିବାନୁଯାୟୀ ଆସନ୍ତା ୧୦ ତାରିଖରେ ହେବାକୁ ଥିବା ଗଣତି ବାତିଲ କରାଯାଉଛି। ପରବର୍ତ୍ତୀ ଶୁଣାଣି ନ ସରିବା ପର୍ଯ୍ୟନ୍ତ ଭୋଟ ଗଣତି କରାଯିବ ନାହିଁ।

Advertisment

ସେପଟେ ଓଡ଼ିଶା ଅଞ୍ଚଳରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ କରାଇ ନଦେବାକୁ ଓଡ଼ିଶାର ୩ ଦଳର ନେତା ଏକାଠି ହୋଇଛନ୍ତି। ବିଜେଡି ବିଧାୟକ ପ୍ରୀତମ ପାଢୀ ଓ ରଘୁରାମ ପୋଡାଲ ଉପସ୍ଥିତ ଅଛନ୍ତି। ସେହିପରି କଂଗ୍ରେସରୁ ତାରା ବାହିନୀପତି, ବିଜେପିରୁ ଜୟରାମ ପାଙ୍ଗି ଉପସ୍ଥିତ ଅଛନ୍ତି। ସୀମାନ୍ତବାସୀଙ୍କୁ ସଚେତନ କରାଇବାକୁ ସର୍ବଦଳୀୟ ଉଦ୍ୟମ ଜାରି ରହିଛି।

କି, ଆନ୍ଧ୍ର ଓଡ଼ିଶାର ସୀମାନ୍ତ ଅଞ୍ଚଳରେ ବେଆଇନ ଭାବେ ନିର୍ବାଚନ କରୁଥିବା ନେଇ କିଛି ମାସ ତଳେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କୁ ଚିଠି ଲେଖିଥିଲେ ରାଜ୍ୟ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ଆନ୍ଧ୍ର ଓଡ଼ିଶା ଭିତରେ ପଶି ବେଆଇନ ଭାବେ ରାୟଗଡ଼ାରେ ବିଜୟନଗରମ ଜିଲ୍ଲା ପ୍ରଶାସନ, ଗଂଜାମ ଓ ଗଜପତିରେ ଶ୍ରୀକାକୁଲମ ଜିଲ୍ଲା ପ୍ରଶାସନ ଓ ମାଲକାନଗିରିରେ ବିଶାଖାପାଟଣା ଓ କୋରାପୁଟରେ ବିଜୟନଗରମ ଜିଲ୍ଲା ପ୍ରଶାସନ ନିର୍ବାଚନ କରିଛି ଯାହା କି  ଏହା ସଂଘୀୟ ବ୍ୟବସ୍ଥାକୁ ଉଲ୍ଲଂଘନ କରୁଛି। ୧୯୬୮ ମସିହାରେ ସ୍ଥିତାବସ୍ଥା ବଜାୟ ରଖିବାକୁ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଏହା ଉଲ୍ଲଂଘନ କରିଛି। ଏହା ସାମ୍ବିଧାନିକ ସଂକଟ ବୋଲି ଚଠିରେ ଦର୍ଶାଇଥିଲେ ବିରୋଧୀ ଦଳ ନେତା।

Andhra Odisha Border Dispute
Advertisment
Advertisment