Advertisment

ରାତାରାତି ବାଳାଶ୍ରମରୁ କୁଆଡ଼େ ଗଲେ ୧୩ ଜଣ ନାବାଳିକା ?

ବ୍ରହ୍ମପୁର: ବାଳାଶ୍ରମରୁ ୧୩ ନାବାଳିକା ଅନ୍ତେବାସିନୀ ଚମ୍ପଟ୍ ମାରିଛନ୍ତି। ଗୋଷାଣୀ ନୂଆଗାଁ ସ୍ଥିତ ଉତ୍କଳ ବାଳାଶ୍ରମରୁ ବିଳମ୍ବିତ ରାତିରେ ନାବାଳିକାମାନେ ଚମ୍ପଟ ମାରିଥିବା ସୂଚନା ମିଳିଛି। ଆବଶ୍ୟକ ସୁରକ୍ଷା ନଥିବାରୁ ଅନ୍ତେବାସିନୀ ଫେରାର ହୋଇଯାଇଥିବା ଚର୍ଚ୍ଚା ହେଉଛି। ଉପଜିଲ୍ଲାପାଳ ଘଟଣା ସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି। ତେବେ କ’ଣ ପାଇଁ ନାବାଳିକାମାନେ ବାଳାଶ୍ରମରୁ ପଳାଇଛନ୍ତି ସେନେଇ ଏଯାଏ କୌଣସି ସଠିକ୍‌ ସୂଚନା ମିଳିନାହିଁ। ସେପଟେ ବାଳାଶ୍ରମ ଅଧୀକ୍ଷକ କହିଛନ୍ତି, ରାତି ଗୋଟାଏରେ ପିଲାମାନେ ଶୋଇଥିବାର ସେ ଦେଖିଥିଲେ।  […]

author-image
Abinash Pati
ରାତାରାତି ବାଳାଶ୍ରମରୁ କୁଆଡ଼େ ଗଲେ ୧୩ ଜଣ ନାବାଳିକା ?

Capture

ବ୍ରହ୍ମପୁର: ବାଳାଶ୍ରମରୁ ୧୩ ନାବାଳିକା ଅନ୍ତେବାସିନୀ ଚମ୍ପଟ୍ ମାରିଛନ୍ତି। ଗୋଷାଣୀ ନୂଆଗାଁ ସ୍ଥିତ ଉତ୍କଳ ବାଳାଶ୍ରମରୁ ବିଳମ୍ବିତ ରାତିରେ ନାବାଳିକାମାନେ ଚମ୍ପଟ ମାରିଥିବା ସୂଚନା ମିଳିଛି। ଆବଶ୍ୟକ ସୁରକ୍ଷା ନଥିବାରୁ ଅନ୍ତେବାସିନୀ ଫେରାର ହୋଇଯାଇଥିବା ଚର୍ଚ୍ଚା ହେଉଛି। ଉପଜିଲ୍ଲାପାଳ ଘଟଣା ସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି। ତେବେ କ’ଣ ପାଇଁ ନାବାଳିକାମାନେ ବାଳାଶ୍ରମରୁ ପଳାଇଛନ୍ତି ସେନେଇ ଏଯାଏ କୌଣସି ସଠିକ୍‌ ସୂଚନା ମିଳିନାହିଁ।

Advertisment

ସେପଟେ ବାଳାଶ୍ରମ ଅଧୀକ୍ଷକ କହିଛନ୍ତି, ରାତି ଗୋଟାଏରେ ପିଲାମାନେ ଶୋଇଥିବାର ସେ ଦେଖିଥିଲେ।  ତେବେ ସକାଳୁ ୧୩ ଜଣ ପିଲା ନଥିବା ଜାଣିବା ପରେ ଗୋଷାଣୀନୂଆଗାଁ ପୁଲିସ, ଶିଶୁ କଲ୍ୟାଣ ବିଭାଗ ଓ ଉପଜିଲ୍ଲାପାଳଙ୍କୁ ଜଣାଇଥିଲେ। ଆଶ୍ରମର ପଛପାଖ କାନ୍ଥ ଭାଙ୍ଗିଯାଇଥିବାରୁ ସେପଟେ ପିଲା ପଳାଇଥିବା ସଂଦେହ କରିଛନ୍ତି ଅଧୀକ୍ଷକ।

ତେବେ କିଛି ଅନ୍ତେବାସୀ ଭୁବନେଶ୍ୱରରେ ଥିବା ଖବର ମିଳିଥିବା ପ୍ରଶାସନ କହିଛି। ସେମାନଙ୍କୁ ଉଦ୍ଧାର କରାଯିବା ପରେ କାହିଁକି ଏଭଳି ଘଟଣା ଘଟିଲା ସେନେଇ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଉପଜିଲ୍ଲାପାଳ କହିଛନ୍ତି।

Advertisment

Advertisment
Advertisment