Advertisment

ଆନ୍ଧ୍ରରେ ଫସିଥିବା ୧୨ ଦାଦନ ଶ୍ରମିକ ଉଦ୍ଧାର

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଆନ୍ଧ୍ର ପ୍ରଦେଶରୁ ୧୨ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରେ ୪ ଜଣ ଶିଶୁ ଅଛନ୍ତି। ଉଦ୍ଧାର ହୋଇଥିବା ସମସ୍ତ ଶ୍ରମିକଙ୍କ ଘର ବଲାଙ୍ଗିର ଜିଲ୍ଲାରେ। ଗତ ଡିସେମ୍ବର ମାସରେ ଗଗନ ସୁନା ନାମକ ଜଣେ ଦଲାଲ ଆଗୁଆ ଟଙ୍କା ଦେଇ ବେଲପଡ଼ା ବ୍ଳକ୍ ଅନ୍ତର୍ଗତ ହଟକଟ ଗାଁର ଏହି ୧୨ ଜଣ ଶ୍ରମିକଙ୍କୁ ବେଆଇନ ଭାବେ ଆନ୍ଧ୍ରପ୍ରଦେଶ ଚାଲଣ କରିଥିଲା। ସେମାନେ ଶ୍ରୀକାକୁଲମ ଜିଲ୍ଳାର ବନ୍ଧପୁଲି ଗାଁରେ ଥିବା ଇଟାଭାଟିରେ […]

author-image
Jyotsnamayee Pradhan
ଆନ୍ଧ୍ରରେ ଫସିଥିବା ୧୨ ଦାଦନ ଶ୍ରମିକ ଉଦ୍ଧାର

balngir

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଆନ୍ଧ୍ର ପ୍ରଦେଶରୁ ୧୨ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରେ ୪ ଜଣ ଶିଶୁ ଅଛନ୍ତି। ଉଦ୍ଧାର ହୋଇଥିବା ସମସ୍ତ ଶ୍ରମିକଙ୍କ ଘର ବଲାଙ୍ଗିର ଜିଲ୍ଲାରେ।

Advertisment

ଗତ ଡିସେମ୍ବର ମାସରେ ଗଗନ ସୁନା ନାମକ ଜଣେ ଦଲାଲ ଆଗୁଆ ଟଙ୍କା ଦେଇ ବେଲପଡ଼ା ବ୍ଳକ୍ ଅନ୍ତର୍ଗତ ହଟକଟ ଗାଁର ଏହି ୧୨ ଜଣ ଶ୍ରମିକଙ୍କୁ ବେଆଇନ ଭାବେ ଆନ୍ଧ୍ରପ୍ରଦେଶ ଚାଲଣ କରିଥିଲା। ସେମାନେ ଶ୍ରୀକାକୁଲମ ଜିଲ୍ଳାର ବନ୍ଧପୁଲି ଗାଁରେ ଥିବା ଇଟାଭାଟିରେ କାମ କରୁଥିଲେ।

ଗତ ଫେବୃଆରୀ ମାସରେ ଇଟାଭାଟିକୁ ସ୍ଥାନୀୟ ପ୍ରଶାସନ ବନ୍ଦ କରି ଦେଇଥିଲା। କାମ ବନ୍ଦ ହୋଇଯିବା ଯୋଗୁ ଇଟାଭାଟି ମାଲିକ ଏହି ଶ୍ରମିକମାନଙ୍କୁ ପାଉଣା ଦେଇ ନ ଥିଲେ। ଫଳରେ ସେମାନେ ଖାଇବାକୁ ନପାଇ ଭୋକ ଉପାସରେ ରହିଥିଲେ। ଏନେଇ ‘ଓଟିଭି’ରେ ଖବର ପ୍ରସାରଣ ପରେ ଜିଲ୍ଳା ଶ୍ରମ ବିଭାଗ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା। ହେଲେ ଏହା ପୂର୍ବରୁ ସ୍ଥାନୀୟ ଗ୍ରାମବାସୀ (ବନ୍ଧପୁଲି ଗ୍ରାମବାସୀ) ସେଠାରେ ପହଞ୍ଚି ଇଟାଭାଟି ମାଲିକ କବଳରୁ ଶ୍ରମିକମାନଙ୍କୁ ଉଦ୍ଧାର କରିଥିଲେ ଓ ଟ୍ରେନ୍‌ରେ ବଲାଙ୍ଗିର ପଠାଇ ଦେଇଥିଲେ। ଗତକାଲି ସନ୍ଧ୍ୟାରେ ଶ୍ରମିକମାନେ ବଲାଙ୍ଗିର ଷ୍ଟେସନରେ ପହଞ୍ଚିଥିଲେ।

Advertisment

ଜିଲ୍ଲା ଶ୍ରମ ନିରୀକ୍ଷକ ଘଟଣାର ତଦନ୍ତ କରୁଛନ୍ତି। ଦାଦନ ଦଲାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଶ୍ରମିକଙ୍କୁ ପଞ୍ଜୀକରଣ କରାଯାଇ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦି‌ଆଯିବ ବୋଲି ଜିଲ୍ଲା ସେ କହିଛନ୍ତି।

Advertisment
Advertisment