/odishatv-khabar/media/post_attachments/uploadimage/library/16_9/16_9_0/coronavirus-q_1626156108.jpg)
bhubaneswar corona update
ଭୁବନେଶ୍ୱର:ଭୁବନେଶ୍ୱରରେ ଆଉ ୧୧ କରୋନା ଆକ୍ରାନ୍ତ ଚିହ୍ନଟ। ସମସ୍ତ ୧୧ ଜଣ ହୋମ୍ କ୍ୱାରେଣ୍ଟିନରେ ଥିଲେ ବୋଲି ସୂଚନା ଦେଇଛି BMC।
ଆକ୍ରାନ୍ତ ୧୧ ଜଣଙ୍କ ମଧ୍ୟରୁ ମଞ୍ଚେଶ୍ୱରରୁ ୭ଜଣ, ବାଣୀବିହାରରୁ ଜଣେ ଓ ୩ ଜଣ ରେଲୱେ କର୍ମଚାରୀ ବୋଲି କହିଛି ବିଏମ୍ସି।
ସୂଚନାଥାଉ କି, ରାଜ୍ୟରେ ଆଜି ସକାଳେ ୧୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।
ଚିହ୍ନଟ ନୂଆ ୧୪୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୭ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୬ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୧୬, ନୟାଗଡ଼ ଓ ବାଲେଶ୍ୱରରୁ ୧୩ଜଣ ଲେଖାଏ, କଟକରୁ ୨୦, ଜଗତସିଂହପୁର, ଅନୁଗୁଳ, ଝାରସୁଗୁଡ଼ା, ବରଗଡ଼ ଓ ବଲାଙ୍ଗିରରୁ ଜଣେ ଲେଖାଏ, ଢେଙ୍କାନାଳରୁ ୩, ଭଦ୍ରକରୁ ୪, କଳାହାଣ୍ଡିରୁ ୬, କେନ୍ଦୁଝରରୁ ୨, ଗଞ୍ଜାମରୁ ୩୨, ସୁନ୍ଦରଗଡ଼ରୁ ୧୨, କେନ୍ଦ୍ରାପଡ଼ାରୁ ୧୦ ଓ ସମ୍ବଲପୁରରୁ ୫ଜଣ ଆକ୍ରାନ୍ତ ଅଛନ୍ତି।
ସେହିପରି ପଶ୍ଚିମବଙ୍ଗରୁ ଅମ୍ପନ୍ ମୁକାବିଲା କରି ଫେରିଥିବା ଏନ୍ଡିଆର୍ଏଫ୍ର ଆଉ ୨ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଅଧିକ କରୋନା ଖବର ପାଇଁ ଆମ ସହିତ ଯୋଡ଼ି ହୁଅନ୍ତୁ
ଆହୁରି ପଢ଼ନ୍ତୁ: ରାଜ୍ୟରେ ଆଉ 143 କରୋନା ଆକ୍ରାନ୍ତ ଚିହ୍ନଟ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)