Advertisment

ଭୁବନେଶ୍ୱର ସହରରୁ ଆଉ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର; ଭୁବନେଶ୍ୱର ସହରରୁ ଆଉ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୦୧ ମଧ୍ୟରୁ ୫୨ କ୍ୱାରେଣ୍ଟିନ ସେଣ୍ଟରରେ ଚିହ୍ନଟ ହୋଇଥିବା ବେଳେ ୪୯ ଟି ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏନେ ଟ୍ୱିଟ୍ କରି ସଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସାଲିଆସାହିରୁ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପଟିଆରୁ ୩ ଏବଂ ଡୁମୁଡୁମାରୁ ଆଉ ୩ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ବଡ଼ଗଡ଼ରୁ ୨ […]

author-image
Abinash Pati
ଭୁବନେଶ୍ୱର ସହରରୁ ଆଉ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ

coornavirus

ଭୁବନେଶ୍ୱର; ଭୁବନେଶ୍ୱର ସହରରୁ ଆଉ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୦୧ ମଧ୍ୟରୁ ୫୨ କ୍ୱାରେଣ୍ଟିନ ସେଣ୍ଟରରେ ଚିହ୍ନଟ ହୋଇଥିବା ବେଳେ ୪୯ ଟି ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏନେ ଟ୍ୱିଟ୍ କରି ସଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ।

Advertisment

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସାଲିଆସାହିରୁ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ପଟିଆରୁ ୩ ଏବଂ ଡୁମୁଡୁମାରୁ ଆଉ ୩ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ବଡ଼ଗଡ଼ରୁ ୨ ଲୋକାଲ, ଓଲଡ ଟାଉନରୁ ୨ ଲୋକାଲ କେସ୍ ଚିହ୍ନଟ ହୋଇଥିବା ସୂଚନା ଦେଇଛି ବିଏମ୍‌ସି।

Advertisment

ସେହିଭଳି ବରମୁଣ୍ଡାରୁ ୨, ୟୁନିଟ-୧ରୁ ୨ଜଣ , ଭୀମପୁରରୁ ୨ ଜଣ ଲୋକାଲ କେସ୍ ରହିଥିବା ବେଳେ ନୀଳାଦ୍ରି ବିହାରରୁ ୨, ସାମନ୍ତରାପୁରରୁ ୨, ସହିଦ ନଗରରୁ ୨ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି।

ଭୁବନେଶ୍ୱରରେ ଆଜି ୧୦୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୧୦୬ ଜଣ କରୋନା ଆକ୍ରାନ୍ତ।

ସେହିଭଳି ଆଜି କଟକରୁ ସହରରୁ ମଧ୍ୟ ୮୧ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୨ଟି ଲୋକାଲ୍‌ କେସ୍‌ ରହିଥିବା ବେଳେ ୨୬ ଜଣ ହୋମ୍‌ କ୍ୱାରେଣ୍ଟିନ୍‌ରୁ ଚିହ୍ନଟ ହୋଇଛନ୍ତି।

Advertisment
Advertisment