Advertisment

ଡମ୍ପରକୁ ଧକ୍କା ଦେଲା ବସ୍‌: ୧୦ ଆହତ, ୪ ଗୁରୁତର

ଭଦ୍ରକ (ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ୧୬ ନମ୍ୱର ଜାତୀୟ ରାଜପଥର ଅସୁରା ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣାର ୧୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ରାସ୍ତାକଡ଼ରେ ଠିଆ ହୋଇଥିବା ଏକ ଡମ୍ପରକୁ ‘ଡଲଫିନ୍‌’ ନାମକ ବସ୍‌ଟି ପଛପଟୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଗୁରୁତରମାନେ ପଶ୍ଚିମବଙ୍ଗର ଟାଳିଗଞ୍ଜ ଅଞ୍ଚଳର ସପନ ଚୌଧୁରୀ, ସିପ୍ରା ଚୌଧୁରୀ, ଏମ.ଡି କାମୁଏଲ, ଶ୍ୟାମ […]

author-image
Jyotsnamayee Pradhan
ଡମ୍ପରକୁ ଧକ୍କା ଦେଲା ବସ୍‌: ୧୦ ଆହତ, ୪ ଗୁରୁତର

accident

ଭଦ୍ରକ (ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ୧୬ ନମ୍ୱର ଜାତୀୟ ରାଜପଥର ଅସୁରା ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣାର ୧୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ରାସ୍ତାକଡ଼ରେ ଠିଆ ହୋଇଥିବା ଏକ ଡମ୍ପରକୁ ‘ଡଲଫିନ୍‌’ ନାମକ ବସ୍‌ଟି ପଛପଟୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି।

Advertisment

ଗୁରୁତରମାନେ ପଶ୍ଚିମବଙ୍ଗର ଟାଳିଗଞ୍ଜ ଅଞ୍ଚଳର ସପନ ଚୌଧୁରୀ, ସିପ୍ରା ଚୌଧୁରୀ, ଏମ.ଡି କାମୁଏଲ, ଶ୍ୟାମ ନାରାୟଣ ବୋଲି ଜଣାପଡ଼ିଛି। ସମସ୍ତଙ୍କୁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବସ୍‌ଟି ପୁରୀରୁ କୋଲକାତା ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା।

Advertisment
Advertisment