/odishatv-khabar/media/post_attachments/uploadimage/library/16_9/16_9_0/Jaundice-123_1626759623.jpg)
Jaundice
ସମ୍ୱଲପୁର: ସମ୍ବଲପୁର ଜିଲ୍ଲା ବୁର୍ଲାରେ ୩୦ ଜଣ ଜଣ୍ଡିସ୍ରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ସମ୍ବଲପୁର ଚନ୍ଦନ ନଗର ଅଞ୍ଚଳର ଜଣେ ମହିଳାଙ୍କ ଜଣ୍ଡିସରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।
Advertisment
ଦୂଷିତ ପାଣି ଯୋଗୁ ଜଣ୍ଡିସ ବ୍ୟାପୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଜନସ୍ୱାସ୍ଥ୍ୟ ବିଭାଗର ପାଣି ପିଇ ଜଣ୍ଡିସ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଅଭିଯୋଗ ପରେ ବୁର୍ଲାକୁ ପାଇପ ପାଣି ଯୋଗାଣ ବନ୍ଦ ରହିଛି। ଲୋକଙ୍କୁ ସଚେତନ କରିବାକୁ ପ୍ରଶାସନ ପକ୍ଷରୁ କେବଳ ପୋଷ୍ଟର ମରାଯାଇଥିବା ଅଭିଯୋଗ ହୋଇଛି।
ଗତ ୨୦୧୪ରେ ସମ୍ବଲପୁରରେ ଜଷ୍ଟିସ୍ରେ ଆକ୍ରାନ୍ତ ହୋଇ ୩୫ ଜଣଙ୍କ ମୃତ୍ୟୁ ହୋଇଥିଲା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)