ସଂକ୍ଷେପରେ ଆଜିର ତାଜା ଖବର - Sunday, 02 June 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ପ୍ରବଳ ବର୍ଷା ! ଭୁବନେଶ୍ୱର-କଟକରେ ବିଜୁଳି ଘଡ଼ଘଡ଼ି ସହ ଜୋରଦାର ପବନ..

କଟକର ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ଜମିଥିବା ସୂଚନା ମିଳିଛି। More

ଓଡ଼ିଶା MP ସିଟକୁ ନେଇ ଏକଜିଟ୍ ପୋଲ୍ ପରେ ହଲଚଲ୍ ରାଜନୀତି

ଅଧିକାଂଶ ସର୍ଭେରେ ବିଜେପିକୁ ୧୫ରୁ ଊର୍ଦ୍ଧ୍ବ ସିଟ୍ ମିଳିବା ସମ୍ଭାବନା । ବିଧାନସଭା ଫଳାଫଳରେ ବି ପଡ଼ିପାରେ ପ୍ରଭାବ । More

ଏକଜିଟ୍ ପୋଲ୍‌ରେ ବିଜେପିକୁ ବଡ଼ ସଫଳତା, କ’ଣ ଥିଲା ଷ୍ଟ୍ରାଟେଜୀ ?

ଓଡ଼ିଶାରେ ବିଜେପିର ବଡ ସଫଳତା ପଛରେ କାମ କଲା କେଉଁ ଷ୍ଟ୍ରାଟେଜି ? ‘ଓଡ଼ିଆ ଅସ୍ମିତା’ ପ୍ରସଙ୍ଗ ନା ‘ବିଜେଡିରେ ପାଣ୍ଡିଆନ୍ ରାଜ୍’ ପ୍ରସଙ୍ଗ ? More

ପୁରୀ ବାଣ ଟ୍ରାଜେଡି ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ୍, ୪ ଦିନରେ ଗଲାଣି ୧୩ ଜୀବନ

ବାଣ ବିସ୍ଫୋରଣ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନକୁ ନେଇ ପୁରୀବାସୀ ସ୍ଥାନୀୟ ପ୍ରଶାସନ ଓ ପୋଲିସର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛନ୍ତି। SRC ଆସନ୍ତା ୫ ତାରିଖରେ ପୁରୀରେ ଏହାର ସ୍ୱତନ୍ତ୍ର ତଦନ୍ତ କରିବେ। More

ଅମାନିଆ ସାବଧାନ ! ଏଥର ଗାଡ଼ି ସହ ଜବତ ହେବ ମୋବାଇଲ

ରଙ୍ଗ୍‌ ରୁଟ୍‌ରେ ଗାଡ଼ି ଚଲାଉଛନ୍ତି କି ? ଚେକିଂ ବେଳେ ଚାଲାକ ହୋଇ U-Turn ଦେଉଛନ୍ତି କି ? ମଦ୍ୟପାନ କରି ଗାଡ଼ି ଚଳାଇ ଖସି ଯିବେ ବୋଲି ଭାବୁଛନ୍ତି କି ? ଏହା କରୁଥିଲେ ମହଂଗାରେ ପଡ଼ିପାରନ୍ତି । More

ବିଧାନସଭା Exit Poll କହୁଛି ଏଥର ରାଜ୍ୟରେ ଝୁଲା ସରକାର !

ଏବିପି-ସି ଭୋଟର ବିଜେପିକୁ ୧୭ ରୁ ୧୯ ସିଟ୍ ଦେଇଥିବାବେଳେ ବିଜେଡିକୁ ୧ ରୁ ୩ ଓ କଂଗ୍ରେସକୁ ଦେଇଛି 0ରୁ 2ଟି ସିଟ୍। More

ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣା: ଡିଜିପି ଅଫିସ୍‌ ଘେରିବ ବିଜେପି

କାଲି ଦିନ ୧୧ଟା ସୁଦ୍ଧା ଅଭିଯୁକ୍ତମାନଙ୍କୁ ଗିରଫ କରା ନ ଗଲେ ଡିଜିପିଙ୍କ ଅଫିସ ଘେରିବାକୁ ଚେତାବନୀ ଦେଇଛି ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା । More

ମାଲକାନଗିରି କାଲିମେଳାରେ ଚାଞ୍ଚଲ୍ୟ, ସରକାରୀ ବାସଭବନରୁ ଡାକ୍ତରଙ୍କୁ ଅପହରଣ !

ଗତକାଲି ରାତିରୁ ଅମ୍ଳାନଙ୍କ କୌଣସି ଖୋଜ୍‌ ଖବର ନ ମିଳିବାରୁ ଶେଷରେ ଥାନାରେ ଏତଲା ଦେଇଥିଲେ ମେଡିକାଲ୍ କର୍ତ୍ତୃପକ୍ଷ । More

ଅସ୍ବାଭାବିକ ମୃତ୍ୟୁସଂଖ୍ୟା ୩୧କୁ ବୃଦ୍ଧି

ରାଜ୍ୟରେ ଅସ୍ବାଭାବିକ ମୃତ୍ୟୁସଂଖ୍ୟା ୩୧କୁ ବୃଦ୍ଧି । ମୃତ୍ୟୁସଂଖ୍ୟା ବୃଦ୍ଧି ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । 'କାଲି ସୁଦ୍ଧା ଅସ୍ବାଭାବିକ ମୃତ୍ୟୁ ହୋଇଥିବା ୨୮ ଜଣଙ୍କ ପୋଷ୍ଟମର୍ଟମ ସରିଛି' ।'ଆଉ ୩ ଜଣଙ୍କ ମୃତଦେହ ଆଜି ପୋଷ୍ଟମର୍ଟମ ପାଇଁ ଆସିଛି' More

ଏକଜିଟ୍ ପୋଲ ପରେ ରାଜନୈତିକ ବୟାନବାଜି, ୧୦ରେ ଶପଥ ନେବା ନେଇ ମନମୋହନଙ୍କ ଦମ୍ଭୋକ୍ତି

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ୪ରେ ସରକାର ପରିବର୍ତ୍ତନ ହେବ । ସେଦିନ ଅପରାହ୍ମ ସୁଦ୍ଧା ଟ୍ରେଣ୍ଡ ଆସି ସାରିଥିବ ଓ ଚିତ୍ର ସ୍ପଷ୍ଟ ହେବ । ୧୦ରେ ଶପଥ ନେବୁ ବୋଲି ବି ଦମ୍ଭ ଦେଖାଇଛନ୍ତି ମନମୋହନ ସାମଲ । More

ଆସନ୍ତା ୫ ଦିନ ଯାଏଁ ତାତି ଓ ଗୁଳୁଗୁଳିରୁ ନିସ୍ତାର ନାହିଁ

ଆସନ୍ତା ୫ ଦିନ ଯାଏଁ ତାତି ଓ ଗୁଳୁଗୁଳିରୁ ନିସ୍ତାର ନାହିଁ । ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଓ ତାତି ରହିବା ସମ୍ଭାବନା । ସୂଚନା ଦେଲେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା More

ପୁରୀ ବାଣ ବିସ୍ଫୋରଣ ଘଟଣା; ୧୧ ମୃତ୍ୟୁ, ୨୦ରୁ ଅଧିକ ଆହତ

ସାରା ରାଜ୍ୟକୁ ଦୋହଲାଇ ଦେଇଥିବା ପୁରୀ ନରେନ୍ଦ୍ର ପୋଖରୀ ବାଣ ବିସ୍ଫୋରଣ ଘଟଣାରେ ସରକାରୀ ଭାବେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । More

ରବିବାର ରାନ୍ଧଣାରେ ଘରେ ବନାନ୍ତୁ 'ଚିଙ୍ଗୁଡ଼ି ସୁରୁଆ'

ଚିଙ୍ଗୁଡିରେ ବହୁତ ରେସିପି ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରିଛୁ। ଆଜି ଆମେ ଚିଙ୍ଗୁଡିର ଏକ ଦେଶୀ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନା ହେଉଛି 'ଚିଙ୍ଗୁଡ଼ି ସୁରୁଆ' । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା । More

ବାହାନଗା ରେଳ ଟ୍ରାଜେଡିକୁ ବର୍ଷେ, ଗୋଟିଏ ଝଟକାରେ ଚାଲି ଯାଇଥିଲା ୨୯୬ ଜୀବନ

ସେଦିନ ଥିଲା ୨ ଜୁନ୍, ୨୦୨୩ । ବାଲେଶ୍ୱର ଜିଲ୍ଲା ବାହାନଗା । ଘଟିଥିଲା ଛାତିଥରା ଟ୍ରେନ ଟ୍ରାଜେଡି । ଚାହୁଁ ଚାହୁଁ ବାହାନଗା ସିରିଜ୍ ଟ୍ରେନ୍ ଟ୍ରାଜେଡିକୁ ବର୍ଷେ ପୁରିଛି । ଗତବର୍ଷ ଠିକ୍ ଆଜିର ଦିନରେ ବାହାନଗାରେ ଘଟିଥିଲା ଭୟଙ୍କର ଟ୍ରିପିଲ ଟ୍ରେନ୍ ଦୁର୍ଘଟଣା । More

ରାଜ୍ୟ ସାରା ମାଳ ମାଳ ହିଂସା! କେନ୍ଦ୍ରାପଡ଼ାରେ ରକ୍ତପାତ, ବିଜେପି କର୍ମୀଙ୍କ ବାପାଙ୍କୁ ହତ୍ୟା

ଚତୁର୍ଥ ତଥା ଶେଷ ପର୍ଯ୍ୟାୟରେ ନିର୍ବାଚନ ପରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ହିଂସା ଅଭିଯୋଗ । କେନ୍ଦ୍ରାପଡ଼ାରେ ବିଜେଡିର ରକ୍ତପାତ ରାଜନୀତି ଅଭିଯୋଗ । ଗତକାଲି ରାତିରେ ପାଟକୁରାରେ ଜଣେ ବିଜେପି କର୍ମୀଙ୍କ ବାପାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । More

ଖରା ପାଇଁ ଯାଉଛି ଜୀବନ, ଥମୁନି ମୃତ୍ୟୁ; ପିକ୍ ଆୱାର୍ ରେ ନବାହାରିବାକୁ ପରାମର୍ଶ

ଚଳିତ ଗ୍ରୀଷ୍ମରେ ଏବେ ସୁଦ୍ଧା ରାଜ୍ୟରେ ଆସିଲାଣି ୯୬ଟି ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ । ମେ ୩୦ ସୁଦ୍ଧା ୪୨ଟି ଅଭିଯୋଗ ଆସିଥିବା ବେଳେ, ଗତ ୪୮ ଘଣ୍ଟାରେ ଅଂଶୁଘାତରେ ୫୪ ଜଣଙ୍କ ମୃତ୍ୟୁ ଅଭିଯୋଗ ହୋଇଛି । More

Panchang Today 2nd June 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ...

ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୦୨ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ... More

ଗଣତନ୍ତ୍ରର ମହାପର୍ବ ପାଇଁ ସୀମାହୀନ ଉତ୍ସାହ; ମତାଧିକାର ସାବ୍ୟସ୍ତକୁ ଭୁଲିଲେନି ଶତାୟୁ

ଗଣତନ୍ତ୍ରର ଗଣପର୍ବ ପାଇଁ ସୀମାହୀନ ଉତ୍ସାହ। ବୟସର ଅପରାହ୍ଣରେ ଦୁର୍ବଳ ସ୍ୱାସ୍ଥ୍ୟକୁ ପଛ କରି ନିର୍ବାଚନର ମହାପର୍ବରେ ସାମିଲ ହୋଇଛନ୍ତି ଜଳେଶ୍ୱର ଡେମୁରିଆ ଗାଁର ୯୯ ବର୍ଷିୟା ଅଭୟାରାଣୀ ପ୍ରଧାନ। ଶାରୀରିକ ଅସୁସ୍ଥତା ସତ୍ତ୍ୱେ ହ୍ୱିଲ ଚେୟାରରେ ଆସି ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି ଅସ୍ତରଙ୍ଗର ବର୍ଷିୟାନ ନେତା ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକ। More

ସରିଲା ନିର୍ବାଚନ, ମାଳ ମାଳ ଅଭିଯୋଗ; କେଉଁଠି EVM ଅଚଳ ତ କେଉଁଠି ବାହାରିଲାନି ସ୍ଲିପ୍

ରାଜ୍ୟରେ ଶେଷ ପାଳି ଭୋଟିଂ ବେଳେ ବି ଅବ୍ୟବସ୍ଥାର ମାଳ ମାଳ ଅଭିଯୋଗ । ଅଧିକାଂଶ ଅଭିଯୋଗ, ଇଭିଏମର ଅଚଳାବସ୍ଥା । More

Exit Poll 2024: ସର୍ଭେ କହୁଛି ତୃତୀୟ ଥର ମୋଦି ସରକାର, ରାଜ୍ୟରେ ୧୫-୧୭ ସିଟ୍‌

୭ମ ପର୍ଯ୍ୟାୟ ଭୋଟିଂ ଶେଷ ହେବା ସହ ୮ ହଜାରରୁ ଅଧିକଙ୍କ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଯାଇଛି। ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ହୋଇଥିବା ବେଳେ ଆଜି ମେ’ ୧ ତାରିଖରେ ସପ୍ତମ ପର୍ଯ୍ୟାୟ ଭୋଟିଂ ହୋଇଛି। ଭୋଟିଂ ଶେଷ ହୋଇଥିବା ବେଳେ ଆସନ୍ତା ୪ ତାରିଖରେ ଗଣତି ସହ ରେଜଲ୍ଟ ପ୍ରକାଶ ପାଇବ। More

ଚାରିଆଡ଼େ ମାଳ ମାଳ ବୁଥ୍ ହିଂସା, BJD କର୍ମୀଙ୍କ ରକ୍ତାକ୍ତ ଆକ୍ରମଣ ଦେଖିଲା ସାରା ରାଜ୍ୟ

ଶେଷ ପର୍ଯ୍ୟାୟରେ ବି ସାଂଘାତିକ ଭୋଟ୍ ହିଂସା । କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ଜଗତସିଂହପୁର ଆଦି ସ୍ଥାନରୁ ଆସିଛି ବିଜେଡି କର୍ମୀଙ୍କ ଦାଦାଗିରି, ବୁଥ୍ ରିଗିଂ ଓ ମରଣାନ୍ତକ ଆକ୍ରମଣର ମାଳ ମାଳ ଅଭିଯୋଗ । More

କେନ୍ଦ୍ରାପଡ଼ାରେ ନିର୍ବାଚନୀ ହିଂସା, ବିଜେପି ବୁଥ୍‌ ସଭାପତିଙ୍କୁ ଛୁରାମାଡ଼

କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀ ୩୫ନଂ ବିଜେପି ବୁଥ୍‌ ସଭାପତିଙ୍କୁ ଛୁରାମାଡ଼ ହୋଇଥିବା ଅଭିଯୋଗ ହୋଇଛି । More