• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

କେନ୍ଦ୍ରାପଡ଼ାରେ ନିର୍ବାଚନୀ ହିଂସା । ବିଜେପି ବୁଥ୍‌ ସଭାପତିଙ୍କୁ ଛୁରାମାଡ଼ । କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀ ୩୫ନଂ ବିଜେପି ବୁଥ୍‌ ସଭାପତିଙ୍କୁ ଛୁରାମାଡ଼ ହୋଇଥିବା ଅଭିଯୋଗ ହୋଇଛି । ବିଜେଡି କର୍ମୀ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣା ପରେ ବିଜେପି ପକ୍ଷରୁ ଥାନାରେ ଏତଲା ଦିଆଯାଇଛି ।

ସେପଟେ କେନ୍ଦ୍ରାପଡ଼ା ଲୋକସଭା ଅର୍ନ୍ତଗତ ସାଲେପୁର ବିଧାନସଭା ଆସନରେ ମଧ୍ୟ ନିର୍ବାଚନୀ ହିଂସା । ମାଳଶାସନ ୧୮୪, ୧୮୫ ବୁଥ୍‌ରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ବିଜେପି ବିଧାୟକ ପ୍ରାର୍ଥୀଙ୍କ ଏଜେଣ୍ଟ ଓ ୩ ସମର୍ଥକଙ୍କୁ ବିଜେଡି କର୍ମୀ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ।

ବିଜେଡି କର୍ମୀମାନେ ବିଜେପି ବିଦାୟକ ପ୍ରାର୍ଥୀଙ୍କ ଏଜେଣ୍ଟ ଓ ୩ ସମର୍ଥକଙ୍କୁ ପନିକିରେ ହାଣିବା ସହ ଠେଙ୍ଗାରେ ପିଟିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ସମସ୍ତ ଆହତ ସାଲେପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଦୁଇ ବୁଥ୍‌ରେ କ୍ୟାପ୍‌ଚରିଂକୁ ବିରୋଧ କରିଥିବାରୁ ବିଜେପି କର୍ମୀଙ୍କୁ ହାଣିଥିବା ଅଭିଯୋଗ ହୋଇଛି । ତେବେ ଏହି ମାମଲାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲେ ବିଜେପି ପ୍ରାର୍ଥୀ ଅରିନ୍ଦମ ରାୟ। ଏହାସହ ସାଲେପୁରର ବିଭିନ୍ନ ସ୍ଥାନରେ ବୁଥ୍‌ ରିଗିଂ ହେଉଥିବା ଅରିନ୍ଦମ ଅଭିଯୋଗ କରିଛନ୍ତି ।

ତେବେ ବୁଥ୍‌ ଭିତରେ ପନିକିରେ ଆକ୍ରମଣ ଓ ବୁଥ୍‌ କ୍ୟାପଚରିଂ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି କଟକ ଜିଲ୍ଲାପାଳ । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପ୍ରତିକ୍ରିୟା ରଖିଛନ୍ତି କଟକ ଜିଲ୍ଲାପାଳ । ସେ କହିଛନ୍ତି ‘ସାଲେପୁର ବିଧାନସଭା ଆସନର ୧୮୪ ଓ ୧୮୫ ନମ୍ବର ବୁଥ୍‌ର ୧୫୦ ମିଟର ଦୂରରେ ଉଭୟ ପାର୍ଟି ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ତେବେ ପନିକିରେ ଆକ୍ରମଣ ଘଟଣା ସତ ନୁହେଁ । ସେହିପରି ବୁଥ୍‌ କ୍ୟାପଚର ରିପୋର୍ଟ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସେ ‘ଏକ୍ସ’ରେ ଲେଖିଛନ୍ତି ।

ତେବେ ଏହା ପୂର୍ବରୁ ସାଲେପୁରରେ ବୁଥ୍‌ ରିଗିଂ ହେଉଥିବା ଅଭିଯୋଗ କରିଥିଲେ ସାଲେପୁର ବିଜେପି ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟ । ସାଲେପୁର ଲୁଣାହାର ବୁଥ୍‌ କ୍ୟାପଚରିଂ ହେଉଥିବା ଅଭିଯୋଗ କରିଥିଲେ ଅରିନ୍ଦମ । ସେ କହିଥିଲେ, ବୁଥ୍‌ ଭିତରେ ୮ରୁ ୧୦ ଯୁବକ ପଶି ମହିଳାମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଚିହ୍ନରେ ଭୋଟ ଦେବାକୁ କହୁଛନ୍ତି । ଏନେଇ ମୁଁ ପୋଲିଂ ଅଫିସରଙ୍କୁ ପଚାରିଲି। ସେମାନେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ଏନେଇ ଅରିନ୍ଦମ ଆପତ୍ତି ଉଠାଇବାରୁ ବିଜେଡିର କିଛି ଯୁବକ ଆସି ପାଟିତୁଣ୍ଡ କରିବା ସହ ହୋହଲ୍ଲା କରିଥିଲେ । ବୁଥ୍‌ କ୍ୟାପଚରିଂ ନେଇ ମୁଁ ଜିଲ୍ଲାପାଳଙ୍କୁ ଅବଗତ କରିବି ଓ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିବି ବୋଲି କହିଛନ୍ତି ଅରିନ୍ଦମ ରାୟ । ତେବେ ସାଲେପୁର ବିଜେପି ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟଙ୍କ ଏହି ଅଭିଯୋଗକୁ ନେଇ ବିଜେଡିର କିମ୍ବା ପ୍ରଶାସନର ପ୍ରତିକ୍ରିୟା ମିଳିନାହିଁ।

OTV is now on Whatsapp

Join and get latest news update delivered to you via whatsapp

Join Now