ସଂକ୍ଷେପରେ ଆଜିର ତାଜା ଖବର - Thursday, 16 November 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ବାଇକ୍‌କୁ ପଛରୁ ଧକ୍କାଦେଲା ବୋଲେରୋ; ୨ମୃତ

ଦୁର୍ଘଟଣାସ୍ଥଳରୁ ସମସ୍ତଙ୍କୁ ଉଦ୍ଧାର କରାଯାଇ କୁଜଙ୍ଗ ମେଡିକାଲରେ ଭର୍ତ୍ତି କରାଯାଇଛି । ବୋଲେରୋ ଡ୍ରାଇଭର ଗୁରୁତର ରହିଥିବା ଜଣାପଡ଼ିଛି । ତେବେ କିପରି ଏହି ଦୁର୍ଘଟଣା ଘଟିଲା ତାହା ଜଣାପଡ଼ିନାହିଁ । More

ସଂଘୀୟ ବ୍ୟବସ୍ଥାର ପରିପନ୍ଥୀ କି ରାଜ୍ୟ ସରକାର ? ଆୟୁଷ୍ମାନକୁ ନା ପରେ ଏବେ ପିଏମ୍ ଶ୍ରୀକୁ ନେଇ ମତ ଅସ୍ପଷ୍ଟ

୨୦୨୨ ସେପ୍ଟମ୍ବର ୭ ତାରିଖରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ସାରା ଦେଶରେ ୧୪ ହଜାର ୫୦୦ରୁ ଅଧିକ ପିଏମ୍ ଶ୍ରୀ ସ୍କୁଲ ପ୍ରତିଷ୍ଠା କରାଯିବାର ଲକ୍ଷ୍ୟ ରହିଛି । ଜାତୀୟ ଶିକ୍ଷା ନୀତି ଆଧାରରେ ସ୍କୁଲରେ ସ୍ମାର୍ଟ କ୍ଲାସରୁମ୍ ପ୍ରତିଷ୍ଠା, ଅତ୍ୟାଧୁନିକ ଲାବ୍, କ୍ରୀଡ଼ାକୁ ଗୁରୁତ୍ୱ ଦେଇ ଭିତ୍ତିଭୂମିର ବିକାଶ ଲାଗି ପିଏମ୍‌ଶ୍ରୀରେ ବ୍ୟବସ୍ଥା ରହିଛି । More

ଜମିକୁ ଜଳ ନାଁରେ ଖୋଳାଯାଉଛି କି ମୃତ୍ୟୁର କୂଅ ? ରାଜ୍ୟବ୍ୟାପୀ ଆଁ କରିଛି ପ୍ରାୟ ୪୫ ହଜାର ବୋରୱେଲ ଗାତ

ଚାଷ ଜମିକୁ ଜଳଯୋଗାଣ ନାଁରେ ମରଣର ଜାଲ ବିଛାଇଛନ୍ତି କି ରାଜ୍ୟ ସରକାର ? ନଳକୂଅ ଖନନ ବ୍ୟବସ୍ଥା ସାଜିଛି କି ମୃତ୍ୟୁର କୂଅ ? ତଥ୍ୟ କହୁଛି, ବିଜୁ କୃଷକ ବିକାଶ ଯୋଜନାରେ ଏଭଳି ପ୍ରାୟ ଦେଢ଼ ଲକ୍ଷ ବୋରୱେଲ ଖୋଳାଯାଇଥିବା ବେଳେ ପ୍ରାୟ ୪୫ ହଜାର ବୋରୱେଲ୍ ଅବ୍ୟବହୃତ ହୋଇ ବିପଦସଙ୍କୁଳ ଅବସ୍ଥାରେ ରହିଛି। More

ଆସନ୍ତାକାଲିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି

ମରାମତି କାମ ବେଳେ ଶ୍ରଦ୍ଧାଳୁ, ସେବାୟତଙ୍କ ସୁରକ୍ଷାକୁ ଧ୍ୟାନ ଦିଆଯିବ । ନୀତିକାନ୍ତି ବ୍ୟାଘାତ ନହେଲା ଭଳି ଦେଖି ମରାମତି କାମ ଚାଲିବ । ଯେତେବେଳେ ନୀତିକାନ୍ତି ନଥିବ, ସେହି ସମୟରେ କାମ କରାଯିବ । More

ଗୁଣି ଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା ମାମଲା; ୧୭ ଜଣଙ୍କୁ ଆଜୀବନ ଦଣ୍ଡାଦେଶ

କଳିଙ୍ଗ ନଗର ଥାନା ନିମପଲ୍ଲୀ ଗାଁର ସୁରିସାହିରେ ଗୁଣିଗାରେଡି ସନ୍ଧ୍ୟାରେ ଦମ୍ପତିଙ୍କୁ ପୋଡି ହତ୍ୟା କରାଯାଇଥିଲା । ଏହି ଘଟଣାରେ ଆଜି ଯାଜପୁର ରୋଡ କୋର୍ଟ ଜିଲ୍ଲା ଦୌରା ଜର୍ଜ ୧୭ ଜଣଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି । More

‘ଓଡ଼ିଶାବାସୀଙ୍କ ହକ୍‌ର ବିଦ୍ୟୁତ୍‌କୁ ତାମିଲନାଡୁକୁ ଦେଉଛନ୍ତି ରାଜ୍ୟ ସରକାର’

ଓଡ଼ିଶାବାସୀଙ୍କ ହକ୍‌ର ବିଦ୍ୟୁତ୍‌କୁ ତାମିଲନାଡୁକୁ ଦେଉଛନ୍ତି ରାଜ୍ୟ ସରକାର । ରାଜ୍ୟରେ ବିଦ୍ୟୁତ୍‌ ଆବଣ୍ଟନ ବ୍ୟବସ୍ଥା ପ୍ରସଙ୍ଗରେ ବର୍ଷିଲା ବିଜେପି । More

ଡ୍ରଗ୍ସ ବେପାର କରୁଥିଲେ ଡେଣ୍ଟିଷ୍ଟ

ଡ୍ରଗ୍ସ ବେପାର କରୁଥିଲେ ଡେଣ୍ଟିଷ୍ଟ । ବ୍ରାଉନସୁଗର ଜବତ ସହ ପୋଲିସ ଗିରଫ କରିଥିବା ୩ ଜଣଙ୍କ ମଧ୍ୟରେ ଅଛନ୍ତି ଜଣେ ଦାନ୍ତ ଡାକ୍ତର । More

ଟଙ୍କା ପାଇଁ ୩୦ କି.ମି. ଗୁରୁଣ୍ଡିଲେ ଦିବ୍ୟାଙ୍ଗ, ଆଧାର ଲିଙ୍କ୍‌ ହୋଇନି କହି ଫେରାଇ ଦେଲା ବ୍ୟାଙ୍କ...

ପ୍ରଶ୍ନ ଉଠୁଛି, ଦିବ୍ୟାଙ୍ଗଙ୍କ ସୁବିଧା ପାଇଁ କେତେ କ’ଣ ଯୋଜନା କରିଛନ୍ତି ସରକାର । ମାତ୍ର ଟଙ୍କା ଉଠାଣ ପାଇଁ ଦିବ୍ୟାଙ୍ଗଙ୍କୁ ୩୦ କି.ମି. ବାଟ ଗୁରୁଣ୍ଡି ଗୁରୁଣ୍ଡି ଯିବା ଏସବୁ ଯୋଜନାକୁ ଉପହାସ କରିଲା ଭଳି ଲାଗୁଛି ।  More

ଉଧାର ଟଙ୍କା ମାଗିବାରୁ ପେଟ୍ରୋଲ ଢାଳି ଜାଳିଦେଲେ

ଉଧାର ଟଙ୍କା ଫେରସ୍ତ କରିବାକୁ ଡାକି ପେଟ୍ରୋଲ ଢାଳି ଜାଳିଦେଲା ଦୁର୍ବୃତ୍ତ । ଘଟଣା ପରେ ଦୁର୍ବୃତ୍ତ ଫେରାର ମାରିଥିବା ବେଳେ, ଏଯାଏ ଅଭିଯୁକ୍ତର ପରିଚୟ ମିଳିପାରିନି । More

ଶୁଭମ୍ ଇସ୍ପାତ କାରଖାନାରେ ବିସ୍ଫୋରଣ, ଜଣେ ଶ୍ରମିକ ମୃତ

ରାଉରକେଲାରେ ବଡ଼ ଧରଣର ବିସ୍ଫୋରଣ । କାରଖାନାରେ ବିସ୍ଫୋରଣ ଘଟି ଜଣେ ମୃତ । More

ଚକଡା ଚଡକ.. ଧାନ ପୋକ ନେଲା ଜୀବନ

ଦଶ ଏକର ଜମିରେ ଚାଷ କରିଥିଲେ । ସେଥିରୁ ପାଞ୍ଚ ଏକର ଜମିରେ ଚକଡ଼ା ପୋକ ମାଡ଼ିଗଲା । More

ଅମଳ ବେଳେ ଚିନ୍ତାରେ ଚାଷୀ; ହଜାର ହଜାର ହେକ୍ଟର ଜମିରେ ଚରିଗଲେଣି ଚକଡ଼ା

କୁଚିଣ୍ଡା.. ଅମଳ ସମୟରେ ପାଳଗଦା ପାଲଟିଥିବା ଏଦୃଶ୍ୟ ସମ୍ବଲପୁର କୁଚିଣ୍ଡା ପତ୍ରପାଲି ଅଂଚଳର । ସାରା ବିଲରେ ଚରିଯାଇଛି ଚକଡା । ହେକ୍ଟର ହେକ୍ଟର ଚାଷ ଜମିରେ ଫସଲକୁ ଖାଇ ଖୋଳ କରିଦେଇଛନ୍ତି । More

ସରକାରଙ୍କ ନାଲି ଆଖି ସତ୍ତ୍ୱେ ଦୁର୍ବାର ଆନ୍ଦୋଳନ, ଗର୍ଜିଲେ ହଜାର ହଜାର ଅଙ୍ଗନବାଡ଼ି ଦିଦି

ଦାବି ପୂରଣ ନହେବା ଯାଏଁ ବାରମ୍ବାର ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ । ଝାଞ୍ଜ ଓ ଖୋଳ ବଜାଇ ସଂକୀର୍ତ୍ତନ କରି ଲୋକକଳା ପରିଷଦର ଆନ୍ଦୋଳନ । More

ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ପ୍ରସଙ୍ଗରେ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ

କାଲିଠୁ ମରାମତି ଆରମ୍ଭ ଲାଗି ASIକୁ ଉଚ୍ଚ ନ୍ୟାୟାଳୟଙ୍କ କଡ଼ା ନିର୍ଦ୍ଦେଶ । ପ୍ରତି ୧୫ ଦିନରେ ଆମିକସକ୍ୟୁରି ଦେବେ ମରାମତି କାମର ଷ୍ଟାଟସ୍ ରିପୋର୍ଟ । More

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

୨୦୨୦ ମସିହା ବାଲିଗୁଡ଼ା ଥାନା ଅଞ୍ଚଳରେ ଏହି ଦୁଷ୍କର୍ମ ମାମଲା ହୋଇଥିଲା । ଯେଉଁଥିରେ ଅଭିଯୁକ୍ତ ଅଶୋକ କୁମାର ନାୟକକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୨୦ ହାଜର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି କୋର୍ଟ । More

ସରଳ ହେବ ହସ୍ପିଟାଲ ବ୍ୟବସ୍ଥା, ସୁବିଧାରେ ସେବା ପାଇବେ ରୋଗୀ

ସରଳୀକରଣ ହେବ ହସ୍ପିଟାଲ ବ୍ୟବସ୍ଥା । ‘ଆମ ହସ୍ପିଟାଲ’ ଯୋଜନାକୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା । More