Astrospeak
  • Live TV
  • Read In English

ସଂକ୍ଷେପରେ ଆଜିର ତାଜା ଖବର - Thursday, 09 November 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ହୁଙ୍କୁନି କି ଶୁଣୁନି ସରକାର; ଚାରିଦ୍ୱାର, ରତ୍ନଭଣ୍ତାର ଖୋଲିବାକୁ କଂଗ୍ରେସର ସଂକୀର୍ତ୍ତନ ପ୍ରତିବାଦ

ସଂକୀର୍ତ୍ତନ ମାଧ୍ୟମରେ ପ୍ରତିବାଦ। ଜୋର ଧରିଲାଶ୍ରୀମନ୍ଦିର ରତ୍ନଭଣ୍ଡାର ସହ ଚାରି ଦ୍ୱାର ଖୋଲା ପ୍ରସଙ୍ଗ। କଂଗ୍ରେସ ଆଜି ରାଜ୍ୟବ୍ୟାପୀ ସଂକୀର୍ତ୍ତନ ସତ୍ୟାଗ୍ରହ କରି ସରକାରଙ୍କୁ ଚେତାବନୀ ଦେଇଛି। More

ରାଜଧାନୀର ଆପାର୍ଟମେଣ୍ଟରେ ଅପରାଧୀଙ୍କ ଉପଦ୍ରବ, ଘରେ ପଶି ବେଧଡକ କଳାକନା ବୁଲାଉଛନ୍ତି ଲୁଟେରା

ଗତ ଶନିବାର ରାତିରେ ଭରତପୁର ଥାନା ଶ୍ରୀକ୍ଷେତ୍ର ଆପାର୍ଟମେଣ୍ଟର ୩ଟି ଫ୍ଲାଟରୁ ପାଖାପାଖି ୫୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ସହ କ୍ୟାସ୍ ଚୋରେଇ ନେଇଗଲେ ଦୁବୃର୍ତ୍ତ। More

କାଳିଆ ପ୍ରେମ ଓ ଭକ୍ତି ଆଗରେ ତୁଛ ଲାଗିଲା ସମ୍ପତ୍ତି, ପରିଣତ ବୟସରେ ସଂକୀର୍ତ୍ତନ ମଣ୍ଡଳୀକୁ ସମର୍ପି ଦେଲେ ସଂପତ୍ତି

ନାଁ ଯେମିତି କାମ ବି ସେମିତି। ୬୫ ବର୍ଷୀୟ ବନବାସିନୀଙ୍କ ଦୁଇ ଝିଅ। ଜମି ବାଡି ନାହିଁ, ସମ୍ପତ୍ତି କହିଲେ ଏଇ ଯାହା ଘର ଖଣ୍ଡିଏ ଥିଲା। ଯାହାକୁ ମୃତ୍ୟୁ ପରେ ଦୁଇ ଝିଅ ଭାଗ କରି ନେଇଥାନ୍ତେ। ହେଲେ ଯେତେବେଳେ ମା’ ମନସ୍ଥ କଲେ ଘର ଦାନ କରିଦେବାକୁ, ଲୋଭ ନକରି ତୁରନ୍ତ ସହମତି ଦେଇଥିଲେ ଝିଅ। More

ବାଣକୁ ନେଇ ତୁଟୁନି ଦ୍ୱନ୍ଦ୍ୱ, ଗ୍ରାହକ ଓ ବ୍ୟବସାୟୀଙ୍କ ଦ୍ୱନ୍ଦ୍ୱ ବଢ଼ାଉଛି କଟକଣା ଓ ଲାଇସେନ୍ସ

କ’ଣ ସେହି ଗ୍ରୀନ୍ କ୍ରାକର୍ସ ? କେଉଁ ବାଣ ଗ୍ରୀନ୍ କ୍ରାକର୍ସ ଅନ୍ତର୍ଭୁକ୍ତ ? ତାକୁ ନେଇ ଲାଗିରହିଛି ନାନା ଦ୍ୱନ୍ଦ୍ୱ। ଏହାରି ଭିତରେ ବେଆଇନ୍ ବାଣ ବ୍ୟବସାୟୀଙ୍କୁ ପୋଲିସ ନାଲି ଆଖି ଦେଖାଉଥିବାରୁ ବାଣ ଆଣି ଥାକ ମାରିଥିବା ବ୍ୟବସାୟୀ ଏବେ ଅକଳରେ। More

୨୭ରେ ଆସୁଛନ୍ତି ରାଷ୍ଟ୍ରପତି; ପାରାଦୀପରେ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବେ

ରାଷ୍ଟ୍ରପତି ପାରାଦୀପ ଆସି ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବେ । More

ବାଇକ-ଟ୍ୟାଙ୍କର ଧକ୍କାରେ ୨ ମୃତ; ଜଣେ ଗର୍ଭବତୀ ଗୁରୁତର

ଯାଜପୁର ଜିଲ୍ଲା ସଦର ଥାନା ବରୁହାଁ ଛକ ନିକଟରେ ଏକ ଟ୍ୟାଙ୍କର ଓ ବାଇକ୍ ମଧ୍ୟରେ ଧକ୍କା ହେବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗର୍ଭବତୀ ଆହତ ହୋଇଛି । More

କୁବେର ପ୍ରିନସପାଲ୍‌ଙ୍କ ପୁଳା ପୁଳା ସମ୍ପତ୍ତି; ୩ଟି ଯାକ କାର୍‌ର ନମ୍ବର ୩୨୩୨

ଜଣେ ପ୍ରିନ୍ସପାଲଙ୍କର ମଧ୍ୟ ଏତେ ସମ୍ପତ୍ତି ଥାଇପାରେ । ୧୬ଟି ପ୍ଲଟ, ୩ଟି ବହୁତଳ ପ୍ରାସାଦ ଭଳି ଘର, ୫୦ ଲକ୍ଷ ଟଙ୍କାର ଜମାରାଶି । ତା’ସହିତ ୩ଟି ଦାମୀ ୪ ଚକିଆ ଗାଡ଼ି । More

ଜୋର ଧରିଲା ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଦାବି, କଂଗ୍ରେସର ସଙ୍କୀର୍ତ୍ତନ ସତ୍ୟାଗ୍ରହ

ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଓ ରତ୍ନ ଭଣ୍ଡାର ମରାମତି ଦାବିରେ ଜୋର ଧରିଲା ଦାବି । ଏନେଇ ଆଜି (ଗୁରୁବାର) କଂଗ୍ରେସ ପକ୍ଷରୁ ସାରା ରାଜ୍ୟରେ ସଙ୍କୀର୍ତ୍ତନ ସତ୍ୟାଗ୍ରହ ହେଉଛି । More

ଆୟୁର୍ବେଦିକ କଲେଜ ଅଧ୍ୟକ୍ଷଙ୍କ ଘରେ ରେଡ୍

ଆୟ ବହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍ପିଟାଲ ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । More

ସଫଳତା ପରେ ସଫଳତା ପାଉଛି ମିଲଟ୍ ବା ମାଣ୍ଡିଆ ଜାତୀୟ ଦ୍ରବ୍ୟ

ସାରା ବିଶ୍ୱରେ ରାଜ୍ କରୁଛି ଓଡ଼ିଶାର ମାଣ୍ଡିଆ ଜାତୀୟ ଦ୍ରବ୍ୟ । ପୂର୍ବରୁ ମାଣ୍ଡିଆ ନା ଶୁଣିଲେ ଲୋକେ ନାକ ଟେକୁଥିବା ବେଳେ ଏବେ କିନ୍ତୁ ମାଣ୍ଡିଆର ଚାହିଦା ବଢ଼ି ଯାଇଛି । More

ଗୁମ୍ଫା ପାଲଟିଛି ମାଓବାଦୀଙ୍କ ଅସ୍ତ୍ର ଭଣ୍ଡାର

ଗୁମ୍ଫା ପାଲଟିଛି ମାଓବାଦୀଙ୍କ ଅସ୍ତ୍ର ଭଣ୍ଡାର । ତୁଳସୀ ପାହାଡ଼ରେ ଥିବା ଗୁମ୍ଫାରେ ମାଓବାଦୀମାନେ ଅସ୍ତ୍ରଶସ୍ତ୍ର ରଖୁଥିବା ଜଣାପଡ଼ିଛି । More

କେବେ ସରିବ ଇଣ୍ଟିଗ୍ରେଟେଡ ସ୍ପୋର୍ଟସ କମ୍ପ୍ଲେକ୍ସ କାମ ?

କ୍ରୀଡାର ବିକାଶ ପାଇଁ ସରକାର କାହିଁ କେତେ ଯୋଜନା କରୁଥିବା ଡିଣ୍ଡିମ ପିଟୁଛନ୍ତି। କ୍ରୀଡାବିତଙ୍କୁ ପ୍ରୋତ୍ସାହନର କଥା କହୁଛନ୍ତି। ବାସ୍ତବ ସ୍ଥିତି କିନ୍ତୁ ସମ୍ପୁର୍ଣ୍ଣ ଅଲଗା। More

ମାନସିକ ବିକୃତ ମହିଳାଙ୍କୁ ଦୁଷ୍କର୍ମ ପରେ ଛୁରା ମାଡ଼ !

ଜଣେ ଦୁର୍ବୃତ୍ତ ମାନସିକ ବିକୃତ ମହିଳାଙ୍କୁ ଦୁଷ୍କର୍ମ ପରେ ଛୁରା ମାଡ଼ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । More

Today Panchang 9th Nov 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ତୁଳା ମାସ କାର୍ତ୍ତିିକ କୃଷ୍ଣପକ୍ଷ । ଇଂରାଜୀରେ ୦୯ ତାରିଖ, ଗୁରୁବାର । ଜାଣନ୍ତୁ, ଆଜିର ଶୁଭ ଓ ଅଶୁଭ ସମୟ... More

କେବେ ଖୋଲିବ ଗୁଣ୍ଡିଚା ମନ୍ଦିର ? ଜଗାର ଜନ୍ମବେଦୀକୁ ଦର୍ଶନ କରିବେ ଶ୍ରଦ୍ଧାଳୁ

କେବେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପୁରୀ ଗୁଣ୍ଡିଚା ମନ୍ଦିର ? କେବେ ଜଗାର ଜନ୍ମବେଦୀର ଦର୍ଶନର ସୁଯୋଗ ପାଇବେ ଶ୍ରଦ୍ଧାଳୁ ? More

ଢେଙ୍କାନାଳ: ସରିଲା ମାଆ ଗଜଲକ୍ଷ୍ମୀଙ୍କ ଭସାଣଯାତ୍ରା

ମେଲାଣି ନେଲେ ଧନଧାନ୍ୟର ଦେବୀ ମାଆ ଗଜଲକ୍ଷ୍ମୀ। ଢେଙ୍କାନାଳ ଏବଂ ଅନୁଗୋଳରେ ବେଶ ଧୁମଧାମର ସହ ସମ୍ପର୍ଣ୍ଣ ହେଲା ମାଆ ଗଜଲକ୍ଷ୍ମୀଙ୍କ ଭସାଣ ଉତ୍ସବ। More

ସମ୍ବଲପୁରରେ ଆଗକୁ ଗଡ଼ିଲା ଦୁର୍ଘଟଣାଗ୍ରସ୍ତ ମେମୁ ଟ୍ରେନ୍

ସମ୍ବଲପୁରରେ ଦୁର୍ଘଟଣାଗ୍ରସ୍ତ ମେମୁ ଟ୍ରେନ୍ ଆଗକୁ ଗଡ଼ିଛି। ଲାଇନ୍ ମରାମତି ପରେ ସମ୍ବଲପୁର ପରିବର୍ତ୍ତେ ସର୍ଲା ଷ୍ଟେସନ ଯାଇଥିଲା ଟ୍ରେନ୍। More

ରାଜ୍ୟରେ ଅନେକ ସ୍ଥାନରେ ଶୀତ ଅନୁଭୂତ

ଆରମ୍ଭ ହୋଇ ଗଲାଣି ଶୀତ ଋତୁ। ସମଗ୍ର ରାଜ୍ୟ ଆସ୍ତେଆସ୍ତେ ଶୀତ ଅନୁଭୁତ ହେଲାଣି । ଆଜିଠୁ ରାଜ୍ୟରେ ଆହୁରି ଶୀତ ବଢିବ। More

ଜେଲରୁ ମୁକୁଳିଲେ ପ୍ରଯୋଜକ ଟୁଟୁ ନାୟକ

ଗତ ଶୁକ୍ରବାର ଦିନ ଭୁବନେଶ୍ୱରରେ ଏକ ଓଡ଼ିଆ ଫିଲ୍ମର ପ୍ରିମିୟର ସୋ’ ଚାଲିଥିବା ବେଳେ ଜଣେ ମହିଳା ସାମ୍ବାଦିକଙ୍କୁ ମାଡ଼ ମାରିଥିବା ନେଇ ଟୁଟୁଙ୍କ ବିରୋଧରେ ଏତଲା ହୋଇଥିଲା। ପରେ ପୋଲିସ ଘଟଣାର ତଦନ୍ତ କରି ପର ଦିନ ଟୁଟୁଙ୍କୁ ଗିରଫ କରିଥିଲା। More

କିଏ ଧରିବେ ପୁରୀ ଜିଲ୍ଲା ବିଜେଡି ମଙ୍ଗ ? ମହେଶ୍ୱରଙ୍କ ଅବର୍ତ୍ତମାନରେ ବିଜେଡିକୁ ପୁରୀ ଚ୍ୟାଲେଞ୍ଜ୍

ମହେଶ୍ୱରଙ୍କ ପରେ ପୁରୀରୁ ହେଭିୱେଟ ରହିଛନ୍ତି ସଞ୍ଜୟ ଦାସବର୍ମା। ଦୀର୍ଘଦିନ ଧରି ଦଳରୁ ଦୂରେଇ ରହୁଥିବା ସଞ୍ଜୟଙ୍କୁ କିଛି ଦିନ ତଳେ ସାମ୍ନାକୁ ଆଣି ଦାୟିତ୍ୱ ଦେଇଛି ଦଳ। More

କାନ୍ଦୁଛି ମାଆ, ଝୁରୁଛି ଜନ୍ମମାଟି... ସରିଲା ସହିଦ ପୁଅର ଶେଷକୃତ୍ୟ

ଗତକାଲି ଓଡ଼ିଶା ସୀମାନ୍ତବର୍ତ୍ତୀ ଛତିଶଗଡ଼ର କାଙ୍କେର ଜିଲ୍ଲା ରେଙ୍ଗାବାଇ ଜଙ୍ଗଲରେ ମାଓବାଦୀଙ୍କ IED ବିସ୍ଫୋରଣର ଶିକାର ହୋଇଥିଲେ ପ୍ରକାଶ । More

ବିଜେଡି ନେତାଙ୍କ ଧମକରେ ଡରିଗଲା କି ପୋଲିସ ? ଥାନା ଆକ୍ରମଣ ମାମଲାରେ ପୋଲିସ ନିଷ୍କ୍ରିୟତାକୁ ନେଇ ପ୍ରଶ୍ନ

କଂଗ୍ରେସ କାଲି ବରଗଡ଼ ଏସପି ଅଫିସ ଆଗରେ ପ୍ରତିବାଦ କରିବା ପରେ ଆଜି ବିଜେପି ବିରାଟ ଶୋଭାଯାତ୍ରା କରି ଏସପି ଅଫିସ ଘେରିଛି। ଦଳ ଅଭିଯୋଗ କରିଛି, ନିଶା କାରବାର ଅଭିଯୋଗକୁ ନେଇ ପୋଲିସର ରେଡ୍ ଆଉ ପିକନିକ୍ ସ୍ଥଳରେ ସ୍ଥାନୀୟ ବିଧାୟକ ସୁଶାନ୍ତ ସିଂଙ୍କ ଉପସ୍ଥିତି ସ୍ପଷ୍ଟ କରୁଛି, ତାଙ୍କ ନିର୍ଦ୍ଦେଶରେ ହିଁ ସବୁ କିଛି ହୋଇଛି। More

ଉପବାଚସ୍ପତି ପଦ ଛାଡ଼ିଲେ ରଜନୀକାନ୍ତ ସିଂ, ସଂଗଠନ ଦାୟିତ୍ୱ ନେବାକୁ ଦେଲେ ଇସ୍ତଫା

ତେବେ ପ୍ରଶ୍ନ ଉଠୁଛି ରଜନୀକାନ୍ତ ହଠାତ୍ କାହିଁକି ଇସ୍ତଫା ଦେଲେ ? କ’ଣ ଅନୁଗୁଳ ଜିଲ୍ଲା ବିଜେଡିରେ ଦଳର ସ୍ଥିତି ମଜବୁତ ନାହିଁ କି? ନା ଜିଲ୍ଲାରେ ବିଜେପି ଧୀରେ ଧୀରେ କାୟା ବିସ୍ତାର କରୁଥିବାରୁ ଶାସକ ଦଳର ଚିନ୍ତା ବଢିଛି। More