Advertisment

କେବେ ସରିବ ଇଣ୍ଟିଗ୍ରେଟେଡ ସ୍ପୋର୍ଟସ କମ୍ପ୍ଲେକ୍ସ କାମ ?

କ୍ରୀଡାର ବିକାଶ ପାଇଁ ସରକାର କାହିଁ କେତେ ଯୋଜନା କରୁଥିବା ଡିଣ୍ଡିମ ପିଟୁଛନ୍ତି। କ୍ରୀଡାବିତଙ୍କୁ ପ୍ରୋତ୍ସାହନର କଥା କହୁଛନ୍ତି। ବାସ୍ତବ ସ୍ଥିତି କିନ୍ତୁ ସମ୍ପୁର୍ଣ୍ଣ ଅଲଗା।

author-image
Kausik Mohapatra
ଅଦ୍ୟତନ ହୋଇଛି
Jeypore Incomplete Sports Complex Integrated

Sports Complex

କ୍ରୀଡାର ବିକାଶ ପାଇଁ ସରକାର କାହିଁ କେତେ ଯୋଜନା କରୁଥିବା ଡିଣ୍ଡିମ ପିଟୁଛନ୍ତି। କ୍ରୀଡାବିତଙ୍କୁ ପ୍ରୋତ୍ସାହନର କଥା କହୁଛନ୍ତି। ବାସ୍ତବ ସ୍ଥିତି କିନ୍ତୁ ସମ୍ପୁର୍ଣ୍ଣ ଅଲଗା। ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଜୟପୁର ଫୁଲବାଡ଼ଠାରେ ଇଣ୍ଟିଗ୍ରେଟେଡ ସ୍ପୋର୍ଟସ କମ୍ପ୍ଲେକ୍ସ ଗତ ୪ ବର୍ଷରୁ ଅଧିକ ସମୟ ହେଲାଣି ହୋଇପାରୁନି। ଗୋଟିଏ ପରେ ଗୋଟିଏ ଠିକା ସଂସ୍ଥା ବଦଳୁଥିଲେ ବି କାର୍ଯ୍ୟ ସମ୍ପୂର୍ଣ ହେଉନି।

Advertisment

ଯାହାକୁ ନେଇ କ୍ରୀଡାବିତଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି। ୨୦୧୯ ମସିହାରେ ନିର୍ମାଣ ଆରମ୍ଭ ହୋଇଥିଲା। ନୂଆଦିଲ୍ଲୀର ଏକ ଘରୋଇ ଠିକା ସଂସ୍ଥା ଦେଢ଼ ବର୍ଷ ମଧ୍ୟରେ ସାରିବା ପାଇଁ ଚୁକ୍ତି କରିଥିଲା।

ଏହାରି ମଧ୍ୟରେ ଯେଉଁ ସବୁ କ୍ରୀଡା ଭିତ୍ତିଭୂମିର ଅନୁସଙ୍ଗିକ ଉନ୍ନୟନ ହେବାର ରହିଥିଲା ସେଥିରୁ ବହୁ ଭିତ୍ତିଭୁମିର ଅର୍ଦ୍ଧାଧିକର କାମ ସରିନାହିଁ। ଏସବୁର କାମ ସରିବ କେବେ ? ଏବେ ପୁଣି ପୋଲିସ ହଉସିଂ ବୋର୍ଡ ହାତକୁ ନେଇ କାର୍ଯ୍ୟ କରୁଥିବା ସୂଚନା ମିଳିଛି।

Advertisment
Odisha Sports
Advertisment
Advertisment