/odishatv-khabar/media/post_attachments/uploadimage/library/16_9/16_9_0/as_1699504454.jpg)
Mentally ill woman allegedly raped in Nayagarh
ଜଣେ ମାନସିକ ବିକୃତ ମହିଳାଙ୍କୁ ଦୁଷ୍କର୍ମ ପରେ ଛୁରା ମାଡ଼ କଲା ଦୁର୍ବୃତ୍ତ l ନୟାଗଡ଼ ଜିଲ୍ଲାରେ ଏହି ଲଜ୍ଜାଜନକ ଘଟଣା ଘଟିଛି । ଗୁରୁତର ଅବସ୍ଥାରେ ମହିଳାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି l
ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଞ୍ଚଳର ଜଣେ ମାନସିକ ବିକାରଗ୍ରସ୍ତ ମହିଳା ଗତକାଲି ରାତିରେ ଗାଁ ଦାଣ୍ଡରେ ଶୋଇଥିଲେ । ଏହି ଜଣେ ଦୁର୍ବୃତ୍ତ ଦୁଷ୍କର୍ମ ପରେ ଛୁରା ମାଡ଼ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
#ନୟାଗଡ଼ରେ_ଲଜ୍ଜା !
ମାନସିକ ବିକୃତ ମହିଳାଙ୍କୁ ଦୁଷ୍କର୍ମ ପରେ ଛୁରା ମାଡ଼ କଲା ଦୁର୍ବୃତ୍ତ...#RapeAllegation#Nayagarhpic.twitter.com/iQ2l1FjkaO— ଓଟିଭି (@otvkhabar) November 9, 2023
ସ୍ଥାନୀୟ ଅଞ୍ଚଳର ପାଣ୍ଡା ନାମକ ଜଣେ ଯୁବକଙ୍କ ବିରୋଧରେ ଏହି ଅଭିଯୋଗ ଆସିଛି । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମହିଳାଙ୍କୁ ଦେଖି ପରିବାର ଲୋକେ ନୟାଗଡ ମେଡିକାଲ୍ରେ ଭର୍ତ୍ତି କରିଥିଲେ ।
ଅଭିଯୋଗ ପରେ ଇଟାମାଟି ପୋଲିସ ଘଟଣାର ତଦନ୍ତ କରୁଛି । ଏହି ଘଟଣାରେ ଜଣେ ଯୁବକ ନା ଏକାଧିକ ଲୋକ ସମ୍ପୃକ୍ତ ଅଛନ୍ତି ସେନେଇ ପୋଲିସ ଖୋଳତାଡ଼ କରୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)