Advertisment

ବାଣକୁ ନେଇ ତୁଟୁନି ଦ୍ୱନ୍ଦ୍ୱ, ଗ୍ରାହକ ଓ ବ୍ୟବସାୟୀଙ୍କ ଦ୍ୱନ୍ଦ୍ୱ ବଢ଼ାଉଛି କଟକଣା ଓ ଲାଇସେନ୍ସ

କ’ଣ ସେହି ଗ୍ରୀନ୍ କ୍ରାକର୍ସ ? କେଉଁ ବାଣ ଗ୍ରୀନ୍ କ୍ରାକର୍ସ ଅନ୍ତର୍ଭୁକ୍ତ ? ତାକୁ ନେଇ ଲାଗିରହିଛି ନାନା ଦ୍ୱନ୍ଦ୍ୱ। ଏହାରି ଭିତରେ ବେଆଇନ୍ ବାଣ ବ୍ୟବସାୟୀଙ୍କୁ ପୋଲିସ ନାଲି ଆଖି ଦେଖାଉଥିବାରୁ ବାଣ ଆଣି ଥାକ ମାରିଥିବା ବ୍ୟବସାୟୀ ଏବେ ଅକଳରେ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

Green Crackers

ସୁପ୍ରିମକୋର୍ଟଙ୍କ ବାଣ କଟକଣା ରାୟ ପରଠୁ ଦ୍ୱନ୍ଦ୍ୱରେ ଗ୍ରାହକ ଓ ବାଣ ବ୍ୟବସାୟୀ। କାରଣ ସୁପ୍ରିମକୋର୍ଟଙ୍କ ରାୟ ସତ୍ତ୍ୱେ ସରକାର ନା ନିର୍ଦ୍ଦିଷ୍ଟ ଗାଇଡଲାଇନ୍ ଜାରି କରୁଛନ୍ତି, ନା ଲୋକଙ୍କୁ ସଚେତନ କରୁଛନ୍ତି। ସମସ୍ତେ ଗ୍ରୀନ୍ କ୍ରାକର୍ସ ସପକ୍ଷରେ ଯୁକ୍ତି ବାଢୁଛନ୍ତି ସତ। କିନ୍ତୁ କ’ଣ ସେହି ଗ୍ରୀନ୍ କ୍ରାକର୍ସ ? କେଉଁ ବାଣ ଗ୍ରୀନ୍ କ୍ରାକର୍ସ ଅନ୍ତର୍ଭୁକ୍ତ ? ତାକୁ ନେଇ ଲାଗିରହିଛି ନାନା ଦ୍ୱନ୍ଦ୍ୱ। ଏହାରି ଭିତରେ ବେଆଇନ୍ ବାଣ ବ୍ୟବସାୟୀଙ୍କୁ ପୋଲିସ ନାଲି ଆଖି ଦେଖାଉଥିବାରୁ ବାଣ ଆଣି ଥାକ ମାରିଥିବା ବ୍ୟବସାୟୀ ଏବେ ଅକଳରେ।

Advertisment

ଶୁଣିଲେ ତ, ଜଣେ ବାଣ ବ୍ୟବସାୟୀଙ୍କ ପ୍ରତିକ୍ରିୟା। ସପ୍ତାହେ ତଳେ ବାଣ ବିକ୍ରି ପାଇଁ ଅନୁମତି ଦିଆଯିବ ବୋଲି କହିଥିଲେ ଜିଲ୍ଲାପାଳ। କିନ୍ତୁ ଦୀପାବଳି ଆସିଲାବେଳକୁ ଗତକାଲି କୁଆଡ଼େ ମନା କରିଦେଲେ ଆଉ ଦିଆଯିବନି ଲାଇସେନ୍ସ। ଏ ହେଲେ କେନ୍ଦ୍ରାପଡ଼ା ନସଡ଼ିପୁରର ସିଜିନ୍ ବେପାରୀ ଡିଜେନ୍ଦ୍ର ବେହେରା। ଯେହେତୁ ପ୍ରତିବର୍ଷ ତାଙ୍କୁ ଅସ୍ଥାୟୀ ଭାବେ ଲାଇସେନସ ମିଳୁଥିଲା। ସେହି ଅନୁଯାୟୀ, ଅଗ୍ରୀମ ଟଙ୍କା ଦେଇ ଡିଲରଠାରୁ ବାଣ ବି ଆଣିସାରିଛନ୍ତି ଡିଜେନ୍ଦ୍ର। ହେଲେ ପେଟ୍ରୋଲିୟମ ଆଣ୍ଡ ଏକ୍ସପ୍ଲୋସିଭ୍ ସେଫ୍ଟି ଅର୍ଗାନାଇଜେସନ୍-ପେସୋ ଆଇନ ଅନୁଯାୟୀ, ବିକ୍ରି ଲାଇସେନ୍ସ ନ ମିଳିବାରୁ ଏବେ ଅକଳରେ । ବିନା ଲାଇସେନ୍ସରେ ବାଣ ବିକ୍ରି ହୋଇପାରିବନି ଦର୍ଶାଇ ତାଙ୍କ ଘରେ ଏବେ ଚଢ଼ାଉ କରିଛି ପୋଲିସ। ଆଉ ଲକ୍ଷାଧିକ ଟଙ୍କାର ବାଣ ଉଠାଇ ନେବା ସହ ତାଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ।

ଏ ତ ଗଲା କେନ୍ଦ୍ରାପଡ଼ାର ବାଣ ବ୍ୟବସାୟୀଙ୍କ କଥା। କଟକ ସହରର ଏ ଚିତ୍ର ଦେଖନ୍ତୁ। ଏକାଧିକ ସ୍ଥାନରେ ବ୍ୟବସାୟୀ ପାଇଁ ବାଣ ଦୋକାନୀଙ୍କ ଚାଲିଛି ପ୍ରସ୍ତୁତି। ଭୁବନେଶ୍ୱରରେ ବି ବ୍ୟବସାୟୀ ଲଗାଇଛନ୍ତି ଷ୍ଟଲ୍। କେବଳ ଟୁଇନସିଟି ନୁହେଁ, ରାଜ୍ୟର ବିଭିନ୍ନ ସ୍ଥାନରେ ବି ବ୍ୟବସାୟ ଆରମ୍ଭ ହୋଇଛି। କାରଣ ମଝିରେ ଦୀପାବଳିକୁ ଆଉ ମାତ୍ର ୨ ଦିନ। କିନ୍ତୁ, ଏଯାଏଁ ବାଣ ବ୍ୟବସାୟ ସେଭଳି ଜୋର ଧରିନି। କାରଣ ସୁପ୍ରିମକୋର୍ଟଙ୍କ ବାଣ କଟକଣା ପରଠୁ ଏବଂ ସରକାରଙ୍କ ପକ୍ଷରୁ ଜନସଚେତନତା ଅଭାବରୁ ଦ୍ୱନ୍ଦ୍ୱରେ ବ୍ୟବସାୟୀ ଓ ଗ୍ରାହକ। କ’ଣ ସେହି ବେରିୟମ୍ ସଲ୍ଟ ବାରୁଦ ମିଶା ବାଣ? କେଉଁ କେଉଁ ବାଣ ସବୁ ଗ୍ରୀନ୍ କ୍ରାକର୍ସ କାଟାଗୋରୀରେ ଅନ୍ତର୍ଭୁକ୍ତ ? ଆଜି ବି ବହୁ ବ୍ୟବସାୟୀ ଓ ଗ୍ରାହକ ଅଜ୍ଞ।

Advertisment

ବିଶେଷଜ୍ଞଙ୍କ କହିବା କଥା, ଗ୍ରୀନ୍ କ୍ରାକରରେ ଆର୍ସେନିକ, ଲିଥିୟମ, ବେରିୟମ୍ ଭଳି କ୍ଷତିକାରକ କେମିକାଲ ନ ଥାଏ। କେବଳ ଥାଏ ଆଲୁମିନିୟମ, ଲିଡ୍ ଓ କାର୍ବନ। ତେଣୁ ବାଣ ଫୁଟିବା ପରେ ଅଳ୍ପ ଅଙ୍ଗାରକାମ୍ଳ ବାହାରେ ଏବଂ ସ୍ୱଳ୍ପ ପ୍ରଦୂଷଣ ହୁଏ। ଗ୍ରୀନ୍ କ୍ରାକର ଦ୍ୱାରା କମ୍ ଶବ୍ଦ ଅର୍ଥାତ ୧୧୦ରୁ ୧୨୫ ଡେସିବେଲର ଶବ୍ଦ ହୁଏ। ଗ୍ରୀନ୍ କ୍ରାକର ପ୍ୟାକେଟରେ CSIR ସାର୍ଟିଫାଏଡ୍ ଗ୍ରୀନ୍ ଲୋଗୋ ଥିବାରୁ ତାକୁ ଚିହ୍ନିବା ସହଜ ହୋଇଥାଏ।

Odisha Diwali Firecrackers
Advertisment
Advertisment