Advertisment

ଜେଲରୁ ମୁକୁଳିଲେ ପ୍ରଯୋଜକ ଟୁଟୁ ନାୟକ

ଗତ ଶୁକ୍ରବାର ଦିନ ଭୁବନେଶ୍ୱରରେ ଏକ ଓଡ଼ିଆ ଫିଲ୍ମର ପ୍ରିମିୟର ସୋ’ ଚାଲିଥିବା ବେଳେ ଜଣେ ମହିଳା ସାମ୍ବାଦିକଙ୍କୁ ମାଡ଼ ମାରିଥିବା ନେଇ ଟୁଟୁଙ୍କ ବିରୋଧରେ ଏତଲା ହୋଇଥିଲା। ପରେ ପୋଲିସ ଘଟଣାର ତଦନ୍ତ କରି ପର ଦିନ ଟୁଟୁଙ୍କୁ ଗିରଫ କରିଥିଲା।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Tutu Nayak

Tutu Nayak

୪ ଦିନ ପରେ ଜେଲରୁ ମୁକୁଳିଲେ ପ୍ରୟୋଜକ ଟୁଟୁ ନାୟକ। ମହିଳା ସାମ୍ବାଦିକଙ୍କୁ ମାଡ଼ ଅଭିଯୋଗରେ ଜେଲ ଯାଇଥିବା ଟୁଟୁଙ୍କୁ ଜାମିନ ମିଳିଲା ପରେ ଆଜି ସେ ଭୁବନେଶ୍ୱର ଝାରପଡ଼ା ଜେଲରୁ ମୁକୁଳିଛନ୍ତି। ପ୍ରଯୋଜକ ଟୁଟୁ ନାୟକଙ୍କୁ ଭୁବନେଶ୍ୱର SDJM କୋର୍ଟ ପକ୍ଷରୁ ଜାମିନ ମିଳିଥିଲା । ୫୦ ହଜାର ଟଙ୍କା ଓ ଜଣେ ଜାମିନଦାର ବଦଳରେ ଜାମିନ ପାଇଛନ୍ତି ଟୁଟୁ ନାୟକ। ଟୁଟୁଙ୍କୁ ଗତ ଶୁକ୍ରବାର ଗିରଫ କରିଥିଲା ଖାରବେଳ ନଗର ପୋଲିସ।

Odisha News
Advertisment
Advertisment