• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ମୃତ୍ୟୁ ଏମିତି ବି ଆସେ..ଗର୍ଭବତୀ ସ୍ତ୍ରୀଙ୍କୁ ଧରି ମେଡିକାଲ ଯାଉଥିବା ବେଳେ ଅଧା ବାଟରେ ଚାଲିଗଲା ଜୀବନ । ଯାଜପୁର ସଦର ଥାନା ବରୁହାଁ ଛକ ନିକଟରେ ଏପରି କିଛି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ, ସୁଦର୍ଶନ ବେହେରା ତାଙ୍କ ପତ୍ନୀ ପୂର୍ଣ୍ଣିମା ଏବଂ ଜେଜେମାଆ ଗୋଟିଏ ବାଇକରେ ଆସୁଥିଲେ । ଗର୍ଭବତୀ ସ୍ତ୍ରୀ ପୂର୍ଣ୍ଣିମାଙ୍କ ଅଲର୍ଟା ସାଉଣ୍ଡ କରିବାକୁ ଯାଉଥିବା ବେଳେ ବରୁହାଁ ନିକଟରେ ଟାଙ୍କର ସହ ବାଇକ୍ ଧକ୍କା ହୋଇଥିଲା । ଏଥିରେ ସୁଦର୍ଶନ ଓ ତାଙ୍କ ଜେଜେ ମାଆଙ୍କ ମୃତ୍ୟୁ ହୋଇଛି । ପତ୍ନୀ ପୂର୍ଣ୍ଣିମାଙ୍କ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପୋଲିସ ପୁରା ମାମଲାର ତଦନ୍ତ କରୁଛି ।

ଯାଜପୁର ୨୦ ନଂ ଜାତୀୟ ରାଜପଥ ବରୁହାଁ ଛକ ନିକଟରେ ବାଇକ୍ ଓ ଟ୍ୟାଙ୍କର ମଧ୍ୟରେ ଦୁର୍ଘଟଣାରେ ଘଟିଛି । ଘଟଣା ସ୍ଥଳରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇ ଯାଜପୁର ମୁଖ୍ୟ ଚିକିତ୍ସାଳୟ ଆସିବା ବାଟରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ଘର ସାନ ବିରୁହାଁ ହାଟ ସାହି ଅଂଚଳର ବୋଲି ଦୁର୍ଘଟଣା ସ୍ଥଳରୁ ମିଳିଥିବା ଆଧାର କାର୍ଡରୁ ଜଣାପଡଛି ।

ସୁଚନା ମୁତାବକ ଯାଜପୁର ସହର ଆଡୁ ଗୋଟିଏ ବାଇକରେ ୩ ଜଣ ଜଣ ଯାଉଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଗର୍ଭବତୀ ମହିଳା ଥିଲେ । ବରୁହାଁ ନିକଟରେ ଏକ ଟ୍ୟାଙ୍କର ସହ ଦୁର୍ଘଟଣା ହୋଇଥିଲା । ଘଟଣା ସ୍ଥଳରେ ବୟସ୍କ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ସୁଦର୍ଶନ ବେହେରାଙ୍କ ଯାଜପୁର ମେଡିକାଲରେ ମୃତ୍ୟୁ ହୋଇଛି । ଗର୍ଭବତୀ ପୁର୍ଣିମା ବେହେରା ଗୁୁରୁତର ଅଛନ୍ତି । ଆହତଙ୍କୁ ଜିଲ୍ଲା ମୁଖ୍ୟ ସ୍ଥାନୀୟ ଲୋକ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।