ସଂକ୍ଷେପରେ ଆଜିର ତାଜା ଖବର - Wednesday, 08 November 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଜେଲରୁ ମୁକୁଳିଲେ ପ୍ରଯୋଜକ ଟୁଟୁ ନାୟକ

ଗତ ଶୁକ୍ରବାର ଦିନ ଭୁବନେଶ୍ୱରରେ ଏକ ଓଡ଼ିଆ ଫିଲ୍ମର ପ୍ରିମିୟର ସୋ’ ଚାଲିଥିବା ବେଳେ ଜଣେ ମହିଳା ସାମ୍ବାଦିକଙ୍କୁ ମାଡ଼ ମାରିଥିବା ନେଇ ଟୁଟୁଙ୍କ ବିରୋଧରେ ଏତଲା ହୋଇଥିଲା। ପରେ ପୋଲିସ ଘଟଣାର ତଦନ୍ତ କରି ପର ଦିନ ଟୁଟୁଙ୍କୁ ଗିରଫ କରିଥିଲା। More

କିଏ ଧରିବେ ପୁରୀ ଜିଲ୍ଲା ବିଜେଡି ମଙ୍ଗ ? ମହେଶ୍ୱରଙ୍କ ଅବର୍ତ୍ତମାନରେ ବିଜେଡିକୁ ପୁରୀ ଚ୍ୟାଲେଞ୍ଜ୍

ମହେଶ୍ୱରଙ୍କ ପରେ ପୁରୀରୁ ହେଭିୱେଟ ରହିଛନ୍ତି ସଞ୍ଜୟ ଦାସବର୍ମା। ଦୀର୍ଘଦିନ ଧରି ଦଳରୁ ଦୂରେଇ ରହୁଥିବା ସଞ୍ଜୟଙ୍କୁ କିଛି ଦିନ ତଳେ ସାମ୍ନାକୁ ଆଣି ଦାୟିତ୍ୱ ଦେଇଛି ଦଳ। More

କାନ୍ଦୁଛି ମାଆ, ଝୁରୁଛି ଜନ୍ମମାଟି... ସରିଲା ସହିଦ ପୁଅର ଶେଷକୃତ୍ୟ

ଗତକାଲି ଓଡ଼ିଶା ସୀମାନ୍ତବର୍ତ୍ତୀ ଛତିଶଗଡ଼ର କାଙ୍କେର ଜିଲ୍ଲା ରେଙ୍ଗାବାଇ ଜଙ୍ଗଲରେ ମାଓବାଦୀଙ୍କ IED ବିସ୍ଫୋରଣର ଶିକାର ହୋଇଥିଲେ ପ୍ରକାଶ । More

ବିଜେଡି ନେତାଙ୍କ ଧମକରେ ଡରିଗଲା କି ପୋଲିସ ? ଥାନା ଆକ୍ରମଣ ମାମଲାରେ ପୋଲିସ ନିଷ୍କ୍ରିୟତାକୁ ନେଇ ପ୍ରଶ୍ନ

କଂଗ୍ରେସ କାଲି ବରଗଡ଼ ଏସପି ଅଫିସ ଆଗରେ ପ୍ରତିବାଦ କରିବା ପରେ ଆଜି ବିଜେପି ବିରାଟ ଶୋଭାଯାତ୍ରା କରି ଏସପି ଅଫିସ ଘେରିଛି। ଦଳ ଅଭିଯୋଗ କରିଛି, ନିଶା କାରବାର ଅଭିଯୋଗକୁ ନେଇ ପୋଲିସର ରେଡ୍ ଆଉ ପିକନିକ୍ ସ୍ଥଳରେ ସ୍ଥାନୀୟ ବିଧାୟକ ସୁଶାନ୍ତ ସିଂଙ୍କ ଉପସ୍ଥିତି ସ୍ପଷ୍ଟ କରୁଛି, ତାଙ୍କ ନିର୍ଦ୍ଦେଶରେ ହିଁ ସବୁ କିଛି ହୋଇଛି। More

ଉପବାଚସ୍ପତି ପଦ ଛାଡ଼ିଲେ ରଜନୀକାନ୍ତ ସିଂ, ସଂଗଠନ ଦାୟିତ୍ୱ ନେବାକୁ ଦେଲେ ଇସ୍ତଫା

ତେବେ ପ୍ରଶ୍ନ ଉଠୁଛି ରଜନୀକାନ୍ତ ହଠାତ୍ କାହିଁକି ଇସ୍ତଫା ଦେଲେ ? କ’ଣ ଅନୁଗୁଳ ଜିଲ୍ଲା ବିଜେଡିରେ ଦଳର ସ୍ଥିତି ମଜବୁତ ନାହିଁ କି? ନା ଜିଲ୍ଲାରେ ବିଜେପି ଧୀରେ ଧୀରେ କାୟା ବିସ୍ତାର କରୁଥିବାରୁ ଶାସକ ଦଳର ଚିନ୍ତା ବଢିଛି। More

ଦୀପାବଳି ପାଇଁ ବାଣକୁ ନେଇ ଦ୍ୱନ୍ଦ୍ୱ; ଗ୍ରୀନ୍ କ୍ରାକର୍ କ'ଣ... ଚିହ୍ନିବେ କେମିତି ?

ପାରମ୍ପରିକ ବାଣରେ ଆର୍ସେନିକ, ଲିଥିୟମ ଓ ବେରିୟମ ଭଳି ପ୍ରଦୂଷଣକାରୀ ତଥା କ୍ଷତିକାରକ କେମିକାଲ ମିଶୁଥିବାବେଳେ ଗ୍ରୀନ କ୍ରାକରରେ ଏସବୁ ନ ଥାଏ । ଗ୍ରୀନ୍ କ୍ରାକରରେ ଆଲୁମିନିୟମ, ଲିଡ୍ ଓ କାର୍ବନ ଥାଏ, ଯାହାକି ଫୁଟିବା ବେଳେ କମ୍ ଅଙ୍ଗାରକାମ୍ଳ ନିର୍ଗମନ କରିଥାଏ । More

ସାମ୍ବାଦିକାଙ୍କୁ ମାଡ଼ ମାମଲା; ଟୁଟୁ ନାୟକଙ୍କୁ ମିଳିଲା ଜାମିନ

ମହିଳା ସମ୍ବାଦିକା ଦେବସ୍ମିତା ରାଉତଙ୍କୁ ମାଡ଼ ମାରିବା ଅଭିଯୋଗ ମାମଲାରେ ଗତ ଶନିବାର ଟୁଟୁଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା ଖାରବେଳ ନଗର ଥାନା ପୋଲିସ । More

ପଦ ଛାଡ଼ିଲେ ଉପବାଚସ୍ପତି; ଅନୁଗୁଳରେ ଦଳୀୟ ସଂଗଠନ ସମ୍ଭାଳିପାରନ୍ତି ରଜନୀକାନ୍ତ

ରଜନୀକାନ୍ତ କହିଛନ୍ତି, ସାମ୍ବିଧାନିକ ପଦରେ ଥିବାରୁ ଦଳୀୟ କାର୍ଯ୍ୟ କରିପାରୁନଥିଲି । ଦଳୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଇସ୍ତଫା ଦେଲି । ଦଳୀୟ ସଂଗଠନକୁ ସୁଦୃଢ଼ କରିବାକୁ ଇସ୍ତଫା ଦେଇଛି । More

କୁଆଡ଼େ ଗଲେ ମୋ ବାବୁ... ଆସୁନାହାନ୍ତି କାହିଁକି ?

କେମିତି ଅବା ନଜାଣିବ ସେ । ସାଢ଼େ ତିନି ବର୍ଷ ହେଲା ସେ ପରା ଏଇଠି ଛୋଟରୁ ବଡ଼ ହୋଇଛି । ଆଉ ତା’ ବାବୁଙ୍କ କୋଳରେ କେତେ ଶୋଇଛି । ଆପଣ ଦେଖୁଥିବା ଏହି କୁକୁର ଆଉ କାହାର ନୁହେଁ ପୂର୍ବତନ ବାଚସ୍ପତି ତଥା ପୂର୍ବତନ ପୁରୀ ବିଧାୟକ ମହେଶ୍ୱର ମହାନ୍ତିଙ୍କ କୁକୁର । More

କାଙ୍ଗୁ ଚାଷକୁ କେବେ ମିଳିବ ପ୍ରୋତ୍ସାହନ ? ହଜିଗଲାଣି ପାରମ୍ପରିକ ବିହନ

ବିଶେଷକରି କୋରାପୁଟ ଜିଲ୍ଲାକୁ ଧାନର ଉତ୍ପତ୍ତିସ୍ଥଳୀ ଭାବେ କୁହାଯାଏ । ଏହା ଛଡ଼ା ମଣ୍ଡିଆ, କାଙ୍ଗୁ ସମେତ ଏଠାରେ ଅନ୍ୟାନ୍ୟ ବିଭିନ୍ନ ଲଘୁ ଖାଦ୍ୟଶସ୍ୟ ଉତ୍ପାଦିତ ହୋଇଥାଏ । More

ପୁଣି ତାତିଲା ଘରୋଇ ବସ୍‌ ମାଲିକ ସଂଘ; ପହିଲାରୁ ବସ୍‌ ଧର୍ମଘଟ

ପୂର୍ବରୁ ସଂଘର ଦାବିକୁ ନେଇ ରାଜ୍ୟ ସରକାରଙ୍କ ସହ ବାରମ୍ବାର ଆଲୋଚନା ହୋଇଛି । ଏମିତି କି ପରିବହନ ମନ୍ତ୍ରୀଙ୍କ ସହ ମଧ୍ୟ ଆଲୋଚନା କରିଛି ସଂଘ । ହେଲେ ସଂଘର ଦାବି ମୁତାବକ ସରକାର ସେପରି କୌଣସି ପଦକ୍ଷେପ ନେଇନଥିବା ଅଭିଯୋଗ ହୋଇଛି । More

ଉତ୍ପାତ କରୁଛନ୍ତି ହାତୀ, ନଷ୍ଟ କରୁଛନ୍ତି ଫସଲ

ରାଜ୍ୟରେ ଜାରି ରହିଛି ହାତୀ ଉପଦ୍ରବ । କେଉଁଠାରେ ହାତୀ ଉତ୍ପାତରେ ମଣିଷ ଅତିଷ୍ଠ ତ କେଉଁଠାରେ ମଣିଷର କାର୍ଯ୍ୟରେ ହାତୀ । More

ହାତୀ ଲାଙ୍ଗୁଡ଼କୁ ଟାଣି ଗିରଫ ହେଲେ ଯୁବକ

ହାତୀ ଲାଙ୍ଗୁଡ଼ ଟାଣି ଯୁବକ ଗିରଫ। ବନ୍ୟଜନ୍ତୁଙ୍କୁ ଉତ୍ତେଜିତ କରିବା ଅଭିଯୋଗରେ ବନବିଭାଗ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। More

ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଓଡ଼ିଆ ଯବାନ ସହିଦ; ଛତିଶଗଡରେ ମତଦାନ ସମୟରେ ଆସିଲା ଦୁଃଖ ଖବର

ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଓଡ଼ିଆ ଯବାନ ସହିଦ। BSFର ଯବାନ ପ୍ରକାଶ ଚନ୍ଦ୍ର ସିଅଳ ସହିଦ। ପ୍ରକାଶଙ୍କ ଘର ବାଲେଶ୍ୱର ବାହାନଗା ବ୍ଳକ୍ ଗୋପାଳପୁରରେ। ଗତକାଲି ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସେ ଆହତ ହୋଇଥିଲେ। More

ଆଧୁନିକତାର ସ୍ପର୍ଶରେ ମାଟି ଦୀପରୁ ମୁହଁ ଫେରାଇଲେଣି ଲୋକେ

ଆଗକୁ ଆଲୋକର ପର୍ବ ଦୀପାବଳି । ଘର ଝଲସିବ ଦୀପ ଓ ଆଲୋକମାଳାରେ । More

ଜୀବନ ଦେଉଛି ଯନ୍ତ୍ରଣା

ମାଆ ପାଇଁ ରାଜ୍ୟ ସରକାରଙ୍କ ଯୋଜନା ପରେ ଯୋଜନା । କିନ୍ତୁ ଏଠି ବଞ୍ଚିବା ପାଇଁ ସଙ୍ଘର୍ଷ କରୁଛି ମାଆ । More

ଦୁଇ କୋମଳମତି ଶିଶୁଙ୍କୁ ଅନ୍ୟ ଚର୍ମ ଦେଲା ଜୀବନ: ଓଡ଼ିଶାରେ କେବେ ସ୍କିନ ବ୍ୟାଙ୍କ୍ ?

ସ୍କିନ୍ ବା ଚର୍ମ ଦେଇପାରେ ନୂଆ ଜୀବନ। ଅନ୍ୟ ଜଣଙ୍କ ଚର୍ମରେ ଜୀବନ ପାଇଲେ ଦୁଇ କୋମଳମତି ଶିଶୁ। ଆଲୋଗ୍ରାଫ୍ଟ ପଦ୍ଧତି ଚିକିତ୍ସାରେ ସଫଳତାକୁ ନେଇ ଚର୍ଚ୍ଚା... More

କବି ବସନ୍ତ ମୁଦୁଲିଙ୍କ ୩୫ତମ ସ୍ମୃତି ସମାରୋହ; ପୁରସ୍କୃତ ହେଲେ ଯୁବକବି ନରେନ୍ଦ୍ର ଭୋଇ ଓ ଚିତ୍ତରଞ୍ଜନ ନାୟକ

ଭଦ୍ରକସ୍ଥ ସଂସ୍କୃତି ଭବନ ଠାରେ କବି ବସନ୍ତ ମୁଦୁଲିଙ୍କ ରାଜ୍ୟସ୍ତରୀୟ ୩୫ତମ ସ୍ମୃତି ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୁରସ୍କୃତ ହେଲେ ଯୁବକବି ନରେନ୍ଦ୍ର ଭୋଇ ଓ ଚିତ୍ତରଞ୍ଜନ ନାୟକ । More

ଅମ୍ବାଭୋନା ଥାନା ଭଙ୍ଗାରୁଜା: ବରଗଡରେ ବିଜେଡି ବନାମ ପୋଲିସ

ବରଗଡ଼ରେ ବିଜେଡି ବନାମ ପୋଲିସ । ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାରେ ଆଟାକ୍ ଆଉ କାଉଣ୍ଟର ଆଟାକ୍। ପୋଲିସ ବିରୋଧରେ ବିଧାୟକ ସୁଶାନ୍ତ ସିଂଙ୍କ ସାଂଘାତିକ ଅଭିଯୋଗ। ପୁଣି ଗିରଫ ନ କରିବାକୁ ବିଜେଡି ନେତାଙ୍କ ଖୋଲା ଧମକ। More

Sports: ରାହୁଲ ଦ୍ରାବିଡ଼ଙ୍କ କୋଚିଂରେ ଭାରତ ଜିତିବ କି ବିଶ୍ୱକପ୍‌

ଜଣେ ଖେଳାଳି ଭାବେ ଅଧୁରା ରହିଯାଇଥିଲା ରାହୁଲ ଦ୍ରାବିଡ଼ଙ୍କ ବିଶ୍ୱକପ୍ ବିଜୟର ସ୍ୱପ୍ନ। ଦୁଇ ବର୍ଷ ହେଲା ସେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍। ଦ୍ରାବିଡ଼ଙ୍କ ସେହି ସ୍ୱପ୍ନ ସାକାର ହେବ କି? ତାଙ୍କ ପ୍ରଶିକ୍ଷଣରେ ଟିମ୍ ଇଣ୍ଡିଆ ଏଥର ଜିତିବ କି ବିଶ୍ୱକପ୍‌? More

ଭୋଟ୍ ହାତେଇବାକୁ ଆଉ କେତେ ଯୋଜନା ? ନବୀନ ଲୋଗୋରେ ଜମିବ ଖେଳର ମାହୋଲ୍‌

ଭୋଟ୍ ହାତେଇବାକୁ ନୂଆ ଫନ୍ଦି । ଗ୍ରାମାଞ୍ଚଳରୁ ସହରାଞ୍ଚଳ ଯାଏଁ ଖେଳ କରିବେ ସରକାର ! ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ନାଁରେ ବ୍ଲକ୍, ବିଜ୍ଞାପିତ ଅଞ୍ଚଳ ପରିଷଦଠୁ ନେଇ ମ୍ୟୁନିସିପାଲିଟି ଓ ମହାନଗର ନିଗମରେ ହେବ କ୍ରୀଡ଼ା ପ୍ରତିଯୋଗିତା । More